ରଙ୍ଗ ଖେଳିବା ହେଲା କାଳ, ରଙ୍ଗ ଛଡ଼ାଇବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା 2 ଭାଇ ଭାସିଗଲେ

ଦୁଇ ଦିନିଆ ମଣିଷ ଜୀବନ । ଆଜିର ମଣିଷ କାଲିକୁ ନାହିଁ ଆଉ ଏ କଥାଟି ପ୍ରକୃତରେ ସତ । କିଏ ଜାଣିଛି କାଲି ତାର କଣ ହୋଇଯିବ । ତେଣୁ ସବୁବେଳେ କୁହାଯାଏ ଏହି ଜୀବନକୁ ଉପଭୋଗ କରନ୍ତୁ ଆଉ ଭଲରେ ରୁହନ୍ତୁ । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି କଥା ବିଷୟରେ କହିବାକୁ ଯାଉଛୁ , ଯାହା ଶୁଣିବା ପରେ ଆପଣଙ୍କ ଆଖିରୁ ବି ଲୁ-ହ ଆସିଯିବ ।

ଏହା ହେଉଛି ଦୁଇ ଭାଇଙ୍କ କାହାଣୀ । ଏଇ ରଙ୍ଗର ପର୍ବ ହୋଲି କାହା ଜୀବନରେ ଖୁସି ଭରି ଦେଇ ଚାଲିଗଲା ତ ଆଉ କାହା ଜୀବନରେ ଦୁଃ-ଖ । ଏଇ ହୋଲିକୁ ବର୍ଷକ ଧରି ସମସ୍ତେ ଅପେକ୍ଷା କରି ବସିଥିଲେ ଆଉ ଶେଷରେ ଏହି ହୋଲି ପର୍ବ ଆସି ମଧ୍ୟ ପହଞ୍ଚି ଗଲା । ସମସ୍ତେ ଏହାକୁ ଅତ୍ୟନ୍ତ ଉପଭୋଗ ମଧ୍ୟ କରିଲେ କିନ୍ତୁ ଏଇ ହୋଲି କାହା ପାଇଁ ସାଜିଗଲା କାଳ ।

କାହା ମୁହଁରେ ହସ ଭରି ଦେଇଥିବା ବେଳେ ଆଉ କାହା ଆଖିରେ ଭରି ଦେଇଗଲା ଦୁଃ-ଖର କଳା ବାଦଲ । ଏହି ହୋଲି କାହା ଠାରୁ ନିଜ ପୁଅକୁ ଅଲଗା କରିଦେଲା ତ ଆଉ କାହା ଠାରୁ ନିଜ ଭାଇଙ୍କୁ । ତେବେ ଏପରି କିଛି ଅଭା-ବନୀୟ ଘ-ଟଣା ରଙ୍ଗର ପର୍ବ ହୋଲିରେ ଘଟି ଯାଇଛି । ଯାହାକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଛି ।

ପ୍ରତିବର୍ଷ ହୋଲି ଆସିଥାଏ ଆଉ ଏହି ହୋଲି ପର୍ବରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଥାଏ । ତେବେ କହିବାକୁ ଗଲେ ଅନେକ ଲୋକଙ୍କ ଜୀବନ କେବଳ ନଦୀ ପାଣିରେ ଭାସି ହିଁ ଚାଲି ଯାଇଥାଏ । ଲୋକେ ଖୁସି ହୋଇ ହୋଲି ଖେଳି ସାରି ଗାଧୋଇବା ପାଇଁ ନଦୀ କିମ୍ବା ପୋଖରୀକୁ ଯାଇଥିବା ବେଳେ ଗୋଡ ଖସି ଯାଇ ଜୀବନ ଚାଲି ଯାଇଥାଏ । ତେବେ ଏହା କିଛି ନୂଆ କଥା ନୁହେଁ ।

ଏଥର ହୋଳିରେ ମଧ୍ୟ ଚାଲି ଯାଇଛି ଏପରି ଦୁଇ ଭାଇଙ୍କ ଜୀବନ । କେନ୍ଦ୍ରାପଡ଼ା ଜିଲ୍ଲାରେ ବୋହି ଯାଉଥିବା ବ୍ରାହ୍ମଣୀ ନଦୀ ଛଡ଼ାଇ ନେଇଛି ଦୁଇ ମାଆ ଠାରୁ ଦୁଇ ପୁଅକୁ । ଆଉ ପରିବାରକୁ ପୁଅ ଶୁନ୍ୟ କରି ଦେଇଛି । ତେବେ ସୂଚନା ଅନୁଯାୟୀ , ଆଜି ସକାଳେ ହୋଲି ଖେଳିବା ପାଇଁ ଘରୁ ବାହାରି ଯାଇଥିଲେ ଦୁଇ ଜଣ ଭାଇ । ଆଉ ସେମାନେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଚଉଦକୋଇ ଦେବଳା ଗାଆଁର ଚିଣ୍ଟୁ ଦାସ ଆଉ ସୁଜିତ ଦାସ ।

ସେମାନେ ଖୁସି ମନରେ ଘରୁ ବାହାରି ଯାଇଥିଲେ କିନ୍ତୁ ଜାଣି ନଥିଲେ ଆଉ କେବେ ଘରକୁ ଫେରିବେ ନାହିଁ । ତେବେ ଦୁଇ ଜଣ ନିଜ ସାଙ୍ଗ ମାନଙ୍କ ସହିତ ହସ ଖୁସିରେ ହୋଲି ଖେଳି ଥିଲେ ଆଉ ତାପରେ ଗାଧୋଇବା ପାଇଁ ପାଖରେ ବୋହି ଯାଉଥିବା ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ତେବେ ଏମିତି ହେବ ବୋଲି ସେମାନେ କେବେ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ ।

ଗାଧୋଉ ଥିବା ସମୟରେ ହଠାତ୍ ଦୁହିଁଙ୍କର ଗୋଡ ଖସି ଯାଇଥିଲା ଆଉ ଦୁହେଁ ପାଣିରେ ଭାସି ଯାଇଥିଲେ । ତେବେ କିଛି ସମୟ ପରେ ଗାଆଁ ଲୋକ ଜାଣିବା ପରେ ଅଗ୍ନିଶମ ବାହିନୀକୁ ଫୋନ୍ କରି ଡକାଇ ଥିଲେ । ଆଉ ସେମାନେ ଆସି ଅନେକ ଖୋଜାଖୋଜି ମଧ୍ୟ କରିବାକୁ ଲାଗିଥିଲେ । ତେବେ ଅନେକ ସମୟର ଅ-କ୍ଲାନ୍ତ ଚେଷ୍ଟା କରିବା ପରେ ସେମାନେ ଦୁଇ ଜଣକ ମୃ-ତ ଶରୀର ପାଣି ଭିତରୁ ଖୋଜି ପାଇଥିଲେ ।

ଆଉ ଏହାପରେ ଦୁହିଁଙ୍କ ଶ-ବକୁ ବ୍ୟବ-ଛେଦ କରିବା ପାଇଁ ନିକଟସ୍ଥ ଡାକ୍ତରଖାନା ପଠାଇ ଦେଇଥିଲେ । ତେବେ ଏହାପରେ ପୁରା ଗାଁରେ ଶୋକା-କୂଳ ପରିବେଶ ଦେଖିବାକୁ ମିଳିଥିଲା । ଦୁଇ ପୁଅଙ୍କୁ ହରାଇବା ପରେ ବାପା ମାଆ ପୁରାପୁରି ଭା-ଙ୍ଗି ପଡିଛନ୍ତି । ପୁରା ଗାଆଁ କା-ନ୍ଦ ବୋବାଳିରେ ଫାଟି ପଡୁଛି ।

Leave a Reply

Your email address will not be published. Required fields are marked *