ଦୁନିଆରେ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କୁ ଯଦି ପ୍ରଶ୍ନ କରାଯାଏ କଣ କରିବାକୁ ଚାହୁଁଛନ୍ତି ତେବେ ଉତ୍ତର ଆସେ ବିଜନେସ । କିନ୍ତୁ ଏହି ବିଜନେସର ବାସ୍ତବ ଅର୍ଥ କଣ ? ବିଜନେସ ଅନେକ ପ୍ରକାରର ଅଛି । ପୁଣି ଲୋକେ ଏକ ଛୋଟ ଦୋକାନ କରି ବିଜନେସ କରୁଛନ୍ତି ବୋଲି କହିଥାନ୍ତି କିନ୍ତୁ ବାସ୍ତବରେ ତାହା ବିଜନେସ ହୋଇ ନଥାଏ । ଆଉ ଏମିତିରେ ବି ଅନେକ ଲୋକ ଏହା ଜାଣି ନାହାଁନ୍ତି ଯେ ଇଣ୍ଡଷ୍ଟ୍ରି , ଫ୍ୟାକ୍ଟ୍ରି ଏବଂ କମ୍ପାନୀ ମଧ୍ୟରେ କଣ ଫରକ ରହିଛି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଇଣ୍ଡଷ୍ଟ୍ରି , ଫ୍ୟାକ୍ଟ୍ରି ଏବଂ କମ୍ପାନୀ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ କହିବୁ ।
ଫ୍ୟାକ୍ଟ୍ରି :-
ଫ୍ୟାକ୍ଟ୍ରିକୁ ମ୍ୟାନୁଫାକଚରିଂ ପ୍ଲାଣ୍ଟ କିମ୍ବା ପ୍ରଡକ୍ସନ ପ୍ଲାଣ୍ଟ ବୋଲି ମଧ୍ୟ କୁହାଯାଏ । କହିବାକୁ ଗଲେ ଏହା ଏକ ବଡ଼ ବିଲ୍ଡିଂଗ କହିଲେ ଚଳେ । ସାଧରଣତଃ ଫ୍ୟାକ୍ଟ୍ରି କିମ୍ବା କଳକାରଖାନାରେ ଭିନ୍ନ ଭିନ୍ନ କଞ୍ଚାମାଲକୁ ବ୍ୟବହାର କରି ଭିନ୍ନ ଭିନ୍ନ ପ୍ରଡକ୍ଟ ପ୍ରସ୍ତୁତ କରାଯାଏ ଏବଂ ଫ୍ୟାକ୍ଟ୍ରିରୁ ହିଁ ସେସବୁ ସପ୍ଲାଇ ହୋଇଥାଏ । ତେବେ ଏସବୁ ପ୍ରଡକ୍ଟକୁ ପ୍ରସ୍ତୁତ କରିବା ପାଇଁ ଫ୍ୟାକ୍ଟ୍ରିରେ ଅନେକ ଅତ୍ୟାଧୁନିକ ମେସିନ ଖଞ୍ଜା ଯାଇଥାଏ ଯାହାକି ଖୁବ ଅଳ୍ପ ସମୟ ମଧ୍ୟରେ ଶହ ଶହ ପ୍ରଡକ୍ଟ ପ୍ରସ୍ତୁତ କରିଥାଏ । ତେବେ ପ୍ରସ୍ତୁତ କରାଯିବା ପରେ ତାହାକୁ ବଜାରକୁ ପଠା ଯାଇଥାଏ । ତେବେ ଭିନ୍ନ ଭିନ୍ନ ଫ୍ୟାକ୍ଟ୍ରି କହିବାକୁ ଗଲେ clothing and textile , electronics computer and transportation , food product , metal manufacturing ଇତ୍ୟାଦି ।
ପୂର୍ବରୁ ଏତେ ଅତ୍ୟାଧୁନିକ ମେସିନ ନଥିଲା ଯାହାଦ୍ୱାରା ଫ୍ୟାକ୍ଟ୍ରି ତିଆରି ହେଉ ନଥିଲା । ସେତେବେଳେ ସବୁ ଜିନିଷ ଘରେ ପ୍ରସ୍ତୁତ ହେଉଥିଲା ଏବଂ ସମୟ ଅଧିକ ଖର୍ଚ୍ଚ ସାଙ୍ଗକୁ ଅଳ୍ପ ଜିନିଷ ତିଆରି ହେଉଥିଲା ।
ଇଣ୍ଡଷ୍ଟ୍ରି :-
ଇଣ୍ଡଷ୍ଟ୍ରି ବିଷୟରେ କହିବାକୁ ଗଲେ ଅନେକ କମ୍ପାନୀକୁ ନେଇ ହୋଇଥାଏ । ଯେଉଁଠି ସବୁ କମ୍ପାନୀର ପ୍ରଥମ ପର୍ଯ୍ୟାୟ କାମ କରାଯାଏ । ତାମଧ୍ୟରେ farming , mining ଏବଂ lodging ପ୍ରଥମ ପର୍ଯ୍ୟାୟ ଅଟେ ଏବଂ କଞ୍ଚାମାଲ ପ୍ରଡକ୍ସନ ହୁଏ । ତାପରେ ଦ୍ୱିତୀୟ ପର୍ଯ୍ୟାୟରେ ଫ୍ୟାକ୍ଟ୍ରି କଞ୍ଚାମାଲକୁ ନେଇ ପ୍ରଡକ୍ଟ ପ୍ରସ୍ତୁତ କରେ । ତେବେ କହିବାକୁ ଗଲେ ଗୋଟିଏ କମ୍ପାନୀର କଞ୍ଚାମାଲ ଠାରୁ ଆରମ୍ଭ କରି ବଜାରରେ ଉପଲବ୍ଧ ହେବା ପର୍ଯ୍ୟନ୍ତ ସବୁ ପ୍ରକ୍ରିୟା ଇଣ୍ଡଷ୍ଟ୍ରି ଜରିଆରେ ହୋଇଥାଏ । କିଛି ଇଣ୍ଡଷ୍ଟ୍ରି ଯେପରିକି chemicals and petrochemicals , automobiles and autocomponenets , construction and engineering , finanacial services , textile apparels and accessories ଏବଂ real estate ଇତ୍ୟାଦି ।
କମ୍ପାନୀ :-
କମ୍ପାନୀର ଅନେକ ପ୍ରକାରର କାମ ଥାଏ ଯେପରିକି corporation , partnership , association , private limited ଏବଂ public limited company । ଏହିସବୁ ଆଧାରରେ କମ୍ପାନୀ ରେଜିଷ୍ଟ୍ରସନ ହୋଇଥାଏ । ଏମିତିରେ କହିବାକୁ ଗଲେ କମ୍ପାନୀ ଜଣେ ବ୍ୟକ୍ତିର ନିଜସ୍ବ ହୋଇଥାଏ ମାତ୍ର ଅନେକ ଗୁଡ଼ିଏ କମ୍ପାନୀ ଏକ ଇଣ୍ଡଷ୍ଟ୍ରି ଦ୍ୱାରା ପରିଚାଳିତ ହୋଇଥାଏ ।