ଆମେ ଭଲ ପାଇ ବାହା ହୋଇ ନାହୁଁ , ଘରୁ ପ୍ରସ୍ତାବ ଆଣିଥିଲେ , ଏପରି କହିଲେ ଅଭିନେତା ବିଶ୍ଵ

ସିରିଏଲ୍ ହେଉ କି ଯାତ୍ରା ଦୁନିଆଁ ସବୁଠି ନିଜର ଜଲୱା ଦେଖାଇଛନ୍ତି ଅଭିନେତା ବିଶ୍ଵ । ନିଜ ଅଭିନୟ ଯାଦୁରେ ସମସ୍ତ ଦର୍ଶକ ମାନଙ୍କ ହୃଦୟକୁ ବାନ୍ଧି ରଖିଛନ୍ତି । ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବା ପାଇଁ ଅନାଇ ବସିଥାନ୍ତି । ବିଶେଷ କରି ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥାଏ । ତେବେ ସିରିଏଲ ସହିତ ଯାତ୍ରା ଆଉ ତା ସହିତ ୟୁଟ୍ୟୁବ । ସବୁଥିରେ ବେଶ୍ ଚର୍ଚ୍ଚିତ ବିଶ୍ଵ । ଆଉ ତାଙ୍କ ୟୁଟ୍ୟୁବରେ ସେ ନିଜ ସ୍ତ୍ରୀଙ୍କ ସହିତ ଅନେକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ତେବେ ଦୁଇ ବର୍ଷ ପୂର୍ବରୁ ସେ ବିବାହ କରି ସାରିଛନ୍ତି । ଆଉ ଏବେ ହେବାକୁ ଯାଉଛନ୍ତି ବାପା । ଏହି ଖୁସି ଖବର ସେ ଦର୍ଶକ ମାନଙ୍କ ସହିତ ବାଣ୍ଟିଛନ୍ତି । ତେବେ ଆପଣ ମାନେ ଜାଣିଛନ୍ତି କି , ବିଶ୍ୱଙ୍କ ବିବାହ ପଛରେ ରହିଛି ଅନେକ ରୋଚକ କାହାଣୀ । ତାଙ୍କ କହିବା ଅନୁଯାୟୀ , ସମସ୍ତେ ଭାବନ୍ତି ସେମାନେ ପ୍ରେମ ବିବାହ କରିଛନ୍ତି । କିନ୍ତୁ ତାହା ପୁରାପୁରି ଭୁଲ । ଘରେ ପ୍ରସ୍ତାବ ପଡ଼ି ଉଭୟଙ୍କର ବିବାହ ହୋଇଛି । ତାଙ୍କ ସ୍ତ୍ରୀ ରୂପାଲି ଜଣେ ଶିକ୍ଷୟିତ୍ରୀ ଅଟନ୍ତି । ତେବେ ଗୋଟିଏ ମଜା କଥା କହି ରୂପାଲି କହିଛନ୍ତି କି , ବିବାହ ପୂର୍ବରୁ ସେ ଭାବୁଥିଲେ କି ବିଶ୍ଵ ବିବାହ କରି ସାରିଛନ୍ତି ।

କିନ୍ତୁ ସେ ସଠିକ୍ କଥା ସେତେବେଳେ ଜାଣିଲେ , ଯେତେବେଳେ ବିବାହ ପାଇଁ ଉଭୟ ଘରେ ପ୍ରସ୍ତାବ ପଡ଼ିଲା । ଆଉ ଏହି କଥା ଭାବି ସେ ଏବେ ବି ହସି ଥାଆନ୍ତି । ଅନ୍ୟ ପକ୍ଷରେ ନିଜ ସ୍ତ୍ରୀ ଏବଂ ପରିବାରକୁ ସମୟ ଦେବା ବିଷୟରେ ବିଶ୍ଵ କହିଛନ୍ତି କି , ଅଧିକାଂଶ ଦିନ ସେ ସୁଟିଂ ରେ ବ୍ୟସ୍ତ ରହି ଯାଇଥାନ୍ତି । କିନ୍ତୁ ଯାହା କିଛି ସମୟ ସେ ପାଆନ୍ତି ତାହାକୁ ନିଜ ସ୍ତ୍ରୀ ସହିତ ବିତାଇ ଥାଆନ୍ତି । ଆଉ ଏବେ ତ ପରିବାର ଠାରୁ ଦୂରରେ ରହୁଛନ୍ତି । ଅନ୍ୟ ପକ୍ଷରେ ରୂପାଲି ମଧ୍ୟ ତାଙ୍କ କାମକୁ ବହୁତ ସପୋର୍ଟ କରିଥାନ୍ତି।

ସେ ଦୂର ଜାଗାକୁ ସୁଟିଂ କରିବାକୁ ଗଲେ , ତାଙ୍କୁ ବୁଝିଥାନ୍ତି ଆଉ ଏକୁଟିଆ ଘରେ ରହିଥାନ୍ତି । ବିଶ୍ଵ କହିଛନ୍ତି କି , ସେ ମୋ ପାଇଁ ସବୁକିଛି । ଏପରି ସ୍ତ୍ରୀ ଯାହା ଘରକୁ ଯିବ , ତା ଘର ଭରିଯିବ । ତେବେ ଶେଷରେ ନିଜ ପିଲାକୁ ନେଇ ସେ କହିଛନ୍ତି କି , ଭଗବାନ ଯାହା ବି ଦେବେ ଆମେ ସେଥିରେ ଖୁସି ହେବୁ । ସେ ପୁଅ ହେଉ କି ଝିଅ । ଆଉ ଆମେ ତାର ନାମ ବି ଠିକ୍ କରି ଦେଇଛୁ । ପୁଅ ହେଲେ ବିଶ୍ୱରୂପ ଆଉ ଝିଅ ହେଲେ ବିଶ୍ୱରୁପା । ତେଣୁ କରି ଯାହା ସେହି ଭଗବାନ ଚାହିଁବେ ତାହା ହେବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *