ପୂଜା ପୂର୍ବରୁ ମା’ ସରସ୍ୱତୀଙ୍କ ମୂର୍ତ୍ତିକୁ ତଳେ କଚାଡ଼ି ଦେଲେ ଦୁଇ ଭଉଣୀ, ଖଣ୍ଡ ଖଣ୍ଡ ହୋଇଗଲେ ମା’…

ହଂସବାହିନୀ ମା ସରସ୍ଵତୀ ବିଦ୍ୟାଦେବୀ। ସାରା ସଂସାରକୁ ଭଲ ରଖିବା ପାଇଁ ଏବଂ ଜ୍ଞାନ ପାଇବାପାଇଁ ଆମେ ପ୍ରତି ବର୍ଷ ମା ସରସ୍ଵତୀଙ୍କୁ ଆବାହନ କରି ବିଦ୍ୟାଳୟ ଏବଂ ଅନ୍ୟାନ ଅନୁଷ୍ଠାନ ମାନଙ୍କରେ ପୂଜା କରୁ। ସ୍କୁଲ୍ ଯେତେବେଳେ କିଛି ପୂଜା ହୁଏ ପିଲାମାନେ ବହୁତ୍ ଖୁସି ହୁଅନ୍ତି।

ସେମାନେ ସକାଳୁ ଫୁଲ ଆଣି ସ୍କୁଲ ଘର ଧୋଇ ମା ସରସ୍ଵତୀଙ୍କ ମୂର୍ତ୍ତି ସ୍ଥାପନା କରି ନନାଙ୍କୁ ଅପେକ୍ଷା କରନ୍ତି। କିନ୍ତୁ ଆଜି କାଲି କେତେଜଣ ପିଲା ମାଙ୍କୁ ପୂଜା କରିବା ଦୂରରେ ଥାଉ ସେମାନେ ମାଙ୍କ ମୂର୍ତ୍ତିକୁ ଭାଙ୍ଗି ଦେଉଛନ୍ତି।କଙ୍କଡ଼ାହାଡ଼ ବ୍ଲକର କଣ୍ଟାପାଲର ପୂର୍ଣ୍ଣରବସତି ଥଇଥାନ ମଧ୍ୟ ଇଗ୍ରାଜି ବିଦ୍ୟାଳୟରେ ସରସ୍ଵତୀ ପୂଜା ଚାଲିଥିଲା।

ନନା ପାଖ ସ୍କୁଲ୍ ପୂଜା ସରି ପୂର୍ଣ୍ଣରବସତି ଥଇଥାନ ସ୍କୁଲ କୁ ପୂଜା କରିବାକୁ ଆସୁଥିଲେ। ଠିକ୍ ସେଇ ସମୟରେ କଣ୍ଟାପାଲ କଲୋନୀ-୨ ର ଦୁଇ ଭଉଣୀ ଉର୍ମିଳା ସାହୁ ଏବଂ ପ୍ରମିଳା ସାହୁ ସ୍କୁଲ୍ ଭିତରେ ପଶି ମା ସରସ୍ଵତୀଙ୍କ ମୂର୍ତ୍ତିଙ୍କୁ ଭାଙ୍ଗି ଖଣ୍ଡ ଖଣ୍ଡ କରିଦେଲେ। ଏବଂ ସ୍କୁଲର ଅନ୍ୟ ଜିନିଷ ପତ୍ର ମଧ୍ୟ ଭା-ଙ୍ଗି ଦେଲେ।

ତାପରେ ସ୍କୁଲର ପ୍ରଧାନ ଶିକ୍ଷକ କଙ୍କଡ଼ାହାଡ଼ ପୋଲି-ସଙ୍କୁ ସ୍କୁଲକୁ ଡାକିଲେ। ପୋ-ଲିସ୍ ସ୍କୁଲ୍ ରେ ପହଞ୍ଚି ଦୁଇ ଭଉଣୀଙ୍କୁ ଥା-ନାକୁ ନେଇଛି। ପ୍ରଧାନ ଶିକ୍ଷକ କହିବା ଅନୁସାରେ ଦୁଇ ଭଉଣୀ କିଛି ଦିନ ତଳେ ମଧ୍ୟ ସ୍କୁଲ୍ ରେ ପଶି ଏମିତି ସବୁ ଜିନିଷ ପତ୍ର ଭା-ଙ୍ଗି ଦେଇଥିଲେ ସେତେବେଳେ କଙ୍କଡ଼ାହାଡ଼ ପୋ-ଲିସ ଦୁଇ ଭଉଣୀଙ୍କୁ କେବଳ ବୁଝେଇକି ଛାଡ଼ି ଦେଇଥିଲେ ସେଥିପାଇଁ ଏବେ ଗାଆଁ ଲୋକ ଏବଂ ପିଲା ମାନେ ମଧ୍ୟ ଚାହୁଁଛନ୍ତି ଏବେ ସେମାନଙ୍କୁ ଦ-ଣ୍ଡ ଦିଆଯାଉ। ଦୁଇ ଭଉଣୀ ଥା-ନାକୁ ଯିବା ପରେ ପ୍ରଧାନ ଶିକ୍ଷକ ଆଉ ଥରେ ମୂର୍ତ୍ତି ଆଣି ସ୍କୁଲ୍ ରେ ମା ସରସ୍ଵତୀଙ୍କ ପୂଜା କରିଥିଲେ।

Leave a Reply

Your email address will not be published. Required fields are marked *