ସାଇକେଲରୁ ଏଭଳି ଗଢ଼ିଥିଲେ ସାହାରା ସାମ୍ରାଜ୍ୟ । ଜାଣନ୍ତୁ କେମିତି ଆରମ୍ଭ କରିଥିଲେ କମ୍ପାନୀ ।

ବର୍ତ୍ତମାନ ସମୟରେ ଏକ ଚର୍ଚ୍ଚିତ ମାମଲା ସାମ୍ନାକୁ ଆସିଛି ଯେ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ସାହାରା କମ୍ପାନୀର ମାଲିକ ସୁବ୍ରତ ରୟଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ସୁବ୍ରତଙ୍କୁ ମୁମ୍ବାଇର କୋକିଲା ବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ କହି ରଖିବୁ ଯେ ବିହାର ରାଜ୍ୟର ଆରିଆରେ ଏକ ବଙ୍ଗୀୟ ହିନ୍ଦୁ ପରିବାରରେ ୧୯୪୮ ଜୁନ ୧୦ ରେ ସୁବ୍ରତ ରୟ ଜନ୍ମଗ୍ରହଣ କରିଥିଲେ ।

ଏହାପରେ ବିହାରର ହୋଲି ଚୟଡ଼ ଇନଷ୍ଟିଚ୍ୟୁଟରେ ପାଠ ପଢ଼ିବା ପରେ ଉତ୍ତରପ୍ରଦେଶର ଗୋରଖପୁର ସ୍ଥିତ govt technical ଇନଷ୍ଟିଚ୍ୟୁଟରେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ତେବେ ସେହି ଗରଖପୁରରୁ ହିଁ ସେ କାମ ଆରମ୍ଭ କରିଥିଲେ । ସେ ପ୍ରଥମେ SAHARA ନାମକ ଏକ ଛୋଟ କମ୍ପାନୀ ଆରମ୍ଭ କରିଥିଲେ ।

ସାଇକେଲରେ ଲୋକଙ୍କ ପାଖକୁ ଯାଇ ଟଙ୍କା ନେଇ ତାହାକୁ ନିବେଶ କରିବା ଏବଂ ତାହାର ମୂଲ୍ୟ ବଢ଼ାଇବା ଭଳି ସ୍ୱପ୍ନ ଲୋକଙ୍କୁ ଦେଖାଇବା ସହିତ ତାହାକୁ ପୂରଣ ମଧ୍ୟ କରିଥିଲେ । ପ୍ରଥମେ ଫାଇନାନ୍ସ କମ୍ପାନୀ ଏବଂ ତାପରେ ସାହାରା ଇଣ୍ଡିଆ ପରିବାର ଭାବରେ ୧୯୭୮ ରେ ପ୍ରତିଷ୍ଠା କରିଥିଲେ । ତାପରେ ତାହା ଦ୍ଵିତୀୟ ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ କମ୍ପାନୀ ହୋଇଥିଲା ।

୧୯୯୦ ରେ ଲକ୍ଷ୍ନୌରେ ନିଜର ଆର୍ଥିକ ସାମ୍ରାଜ୍ୟର ମୂଳଦୁଆ ପକାଇ ଥିଲେ ସୁବ୍ରତ । ଯାହାଦ୍ୱାରା ଏକାଧିକ ବ୍ୟବସାୟରେ ସାହାରା ସଫଳତା ହାସଲ କରିପାରିଥିଲା । ଏହାପରେ ୧୯୯୨ ରେ ତାଙ୍କ ଦ୍ୱାରା ପ୍ରକାଶିତ ଖବରକାଗଜ ରାଷ୍ଟ୍ରୀୟ ସାହାରା ଉତ୍ତର ଭାରତ ସମେତ ବେଶ ଲୋକପ୍ରିୟ ହୋଇଥିଲା । ଇଣ୍ଡିଆ ଟୁଡେରେ ୨୦୧୦ ରେ ୧୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ସୁବ୍ରତଙ୍କ ନାମ ମଧ୍ୟ ରହିଥିଲା

ନିଜର ବଦାନ୍ୟତା ପାଇଁ ସେ ଦେଶ ବିଦେଶରେ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ । ସାହାରା ଗ୍ରୁପ ଅଧୀନରେ ପ୍ରାୟ ୫୦୦୦ ରୁ ଅଧିକ ସଂସ୍ଥା କାମ କରୁଥିବା ବେଳେ ୧୨ ଲକ୍ଷ କର୍ମଚାରୀ କାର୍ଯ୍ୟରତ ଥିଲେ । ସୁବ୍ରତ ଦୀର୍ଘଦିନ ଧରି ଭାରତୀୟ କ୍ରିକେଟ ଦଳର ପ୍ରଯୋଜକ ରହି ଆସୁଥିଲେ ।

ସେ ନିଜକୁ ସବୁବେଳେ ମ୍ୟାନେଜିଂ ଡ଼ାଇରେକ୍ଟର ନକହି ମ୍ୟାନେଜିଂ ୱର୍କର କରୁଥିଲେ ଏବଂ ତାଙ୍କୁ ଶ୍ରଦ୍ଧାରେ ସମସ୍ତେ ସାହାରା ଶ୍ରୀ ବୋଲି କହୁଥିଲେ । ୧୯୯୨ ରେ ବାବାଏ ରୋଜଗାର , ୧୯୯୪ ରେ ଉଦ୍ୟମଶ୍ରୀ , ୧୯୯୪ ରେ କର୍ମଜରି ସମ୍ମାନ , ୨୦୦୧ ରେ ଜାତୀୟ ନାଗରିକ ୨୦୦୨ ରେ ବିଜନେସମେନ ଅଫ ଦ ଇୟର ଏବଂ ଶ୍ରେଷ୍ଠ ଶିଳ୍ପପତି ପୁରସ୍କାର , ୨୦୧୦ ରେ ବିଶିଷ୍ଟ ରାଷ୍ଟ୍ରିୟ ଉଡ଼ାନ ସମ୍ମାନ , ୨୦୧୨ ରେ ଦେଶର ୧୦ ଶ୍ରେଷ୍ଠ ବ୍ୟବସାୟୀଙ୍କ ମଧ୍ୟରେ ତାଙ୍କର ନାମ ରହିଥିଲା ।

୨୦୧୨ ରୁ ସୁବ୍ରତଙ୍କର ଖରାପ ସମୟ ଆସିଥିଲା ଏବଂ ବେଆଇନ ଅର୍ଥ କାରବାର ଏବଂ ଲୋକଙ୍କ ଟଙ୍କା ଠକିଥିବା ଅଭିଯୋଗ ପରେ ଏସିବିଆଇ ତଦନ୍ତ ଆରମ୍ଭ କରିଥିଲା । ତେବେ ଆଇନ ଜାଲରେ ଫସିବା ପରେ ସାହାରାର ପ୍ରାୟ ସବୁ କମ୍ପାନୀ ବନ୍ଦ ହୋଇ ଯାଇଛି । ବଜାର ନିୟନ୍ତ୍ରକ ସେବୀ ସହିତ ଆଇନଗତ ବିବାଦକୁ ନେଇ ୨୦୧୪ ଫେବୃଆରୀ ୨୪ ରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ତାଙ୍କୁ ଗିରଫ କରାଯାଇଥିଲା । ସେ ଗିରଫ ହୋଇ ତିହାର ଜେଲରେ ମଧ୍ୟ ରହିଛନ୍ତି । ପରେ ୨୦୧୬ ରେ ପାରୋଲରେ ତାଙ୍କୁ ରିଲିଜ କରାଯାଇଥିଲା । କିନ୍ତୁ ସୁବ୍ରତ ରୟ ଶେଷ ପର୍ଯ୍ୟନ୍ତ ବିବାଦରୁ ମୁକ୍ତି ପାଇ ପାରି ନଥିଲେ ।

Leave a Reply

Your email address will not be published. Required fields are marked *