ଗାଆଁରେ ପହଞ୍ଚିଲେ ଶ-ହିଦ ପୁଅ , ଭୋ ଭୋ କାନ୍ଦୁଛନ୍ତି ସ୍ତ୍ରୀ

ସରିଗଲା ସବୁକିଛି ଆଉ ସରିଗଲା ସବୁଦିନ ପାଇଁ ସଧବାର ଚିହ୍ନ । କାହିଁକି ନା ଏବେ ଆଉ ନାହାଁନ୍ତି ସ୍ଵାମୀ । ଦେଶ ପାଇଁ ନିଜ ଜୀବନକୁ ଟେକି ଦେଇଥିବା ସହିଦ ଆଜି ତ୍ରିରଙ୍ଗା ପତାକାରେ ଗୋଡ଼ାଇ ହୋଇ ପହଞ୍ଚି ଯାଇଛନ୍ତି ଗାଁରେ । ଯେଉଁଠି ତାଙ୍କ ପୁରା ଗାଆଁ ଆଉ ସମଗ୍ର ଓଡ଼ିଶା ଅନାଇ ବସିଛନ୍ତି ସହିଦଙ୍କୁ । ଆଉ ବେଶୀ ଭାଙ୍ଗି ପଡିଛନ୍ତି ତାଙ୍କ ସ୍ତ୍ରୀ । ଯେଉଁ ସ୍ଵାମୀ ତାଙ୍କ ସହିତ ସାତ ଜନ୍ମ ରହିବେ ବୋଲି କଥା ଦେଇଥିଲେ , ସେହି ସ୍ଵାମୀ ମାତ୍ର ୭ ମାସ ରହି ଆଉ ଚିରଦିନ ପାଇଁ ପର କରି ଦେଇ ଚାଲିଗଲେ ।

ଯାହା କେହି ସ୍ୱପ୍ନରେ ଭାବି ନଥିଲେ , ତାହା ହୋଇଗଲା ସତ । ତେବେ ସୂଚନା ଅନୁସାରେ , ସିକ୍କିମ ବନ୍ୟା ଜଳରେ ଭାସି ଯାଇ ସହିଦ ହୋଇ ଯାଇଛନ୍ତି ଓଡ଼ିଆ ପୁଅ ଯବାନ ସରୋଜ । ଆଉ ଗୋଟିଏ ଦିନ ପରେ ମାଟି ତଳୁ ଉ-ଦ୍ଧାର କରା ଯାଇଥିଲା ତାଙ୍କୁ କିନ୍ତୁ ଜୀବିତ ନୁହେଁ ମୃ-ତ ଅବସ୍ଥାରେ । ତେବେ ଗତକାଲି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କ ପାର୍ଥିବ ଶରୀର ଆସି ପହଞ୍ଚି ଥିଲା । ଆଉ ଯାହା ପରେ ତାଙ୍କୁ ତାଙ୍କ ଗାଁକୁ ନିଆ ଯାଇଥିଲା । ସେଠାରେ ତାଙ୍କ ଶେଷ ଦର୍ଶନ ପାଇଁ ଗାଆଁ ଲୋକ ତଥା ପରିବାର ଲୋକ ଅନାଇ ବସିଥିଲେ ।

ଆଉ ଏହାରି ମଧ୍ୟରେ ବିକଳ ହୋଇ ଅନାଇ ବସିଥିଲେ ତାଙ୍କ ହତଭାଗିନି ସ୍ତ୍ରୀ । ନିଜକୁ ଯେତେ ବୁଝାଇଲେ ମଧ୍ୟ ବୁଝାଇ ପାରୁ ନାହାଁନ୍ତି ସେ । ତାଙ୍କ ସ୍ଵାମୀ ଆଉ କେବେ ବି ଫେରିବେ ନାହିଁ କି ସେ ଆଉ କେବେ ସିନ୍ଦୂର ପିନ୍ଧି ପାରିବେ ନାହିଁ । ଶହ ଶହ ଭିଡ ଭିତରେ ସ୍ବାମୀଙ୍କୁ ଟିକିଏ ଦେଖିବା ପାଇଁ ଆଉ ତାଙ୍କ ଉପରେ ଋଷିବା ପାଇଁ ସେ ଅନାଇ ବସିଛନ୍ତି । କହୁଛନ୍ତି କେତେବେଳେ ମୋ ସ୍ଵାମୀ ଆସିବେ ଆଉ ମୁଁ ତାଙ୍କୁ କହିବି କାହିଁକି ମୋତେ ଛାଡ଼ି ଚାଲିଗଲ । ସାରା ଜୀବନ ରହିବ କହି ମାତ୍ର ଏତେ ଦିନ ମଧ୍ୟରେ ମୋତେ ଏକା କରିଦେଲ ।

ତେବେ ସ୍ଵାମୀଙ୍କ ଶେଷ ଦର୍ଶନ ପାଇଁ ସ୍ତ୍ରୀ ଯାଇଥିଲେ ଆଉ ଭୋ ଭୋ ହୋଇ କାନ୍ଦିଥିଲେ । ସ୍ଵାମୀଙ୍କ ଛାତି ଉପରେ ଟିକିଏ ମୁଣ୍ଡ ରଖିଥିଲେ ଆଉ କାନ୍ଦି କାନ୍ଦି ବେହୋସ ହୋଇ ଯାଇଥିଲେ । ତେବେ ଏ ପରିସ୍ଥିତି କେତେ ଯେ ଦୁଃ-ଖମୟ ଆପଣ ସମସ୍ତେ ବୁଝି ପାରୁଥିବେ । ନିଜ ସ୍ବାମୀଙ୍କୁ ଶେଷ ବିଦାୟ ଦେଉଛି ସ୍ତ୍ରୀ ଆଉ ଗଡ଼ି ଯାଉଛି । ନିଜକୁ ଆଉ ସମ୍ଭାଳି ପାରୁ ନାହିଁ । କାହିଁକି ନା ଆଉ କେଇଟା ମୁହୂର୍ତ୍ତ ପରେ ନିଜ ସ୍ବାମୀଙ୍କୁ ଆଉ କେବେ ଦେଖା କରିପାରିବ ନାହିଁ ସ୍ତ୍ରୀ । ପଞ୍ଚଭୂତରେ ବିଲୀନ ହୋଇଯିବେ ସ୍ଵାମୀ । ବାସ୍ ରହିବ ତାଙ୍କ ସହିତ ବିତାଇଥିବା କିଛି ମୁହୂର୍ତ୍ତର ସ୍ମୃତି ।

Leave a Reply

Your email address will not be published. Required fields are marked *