ସୁଖ ଛଡ଼ାଇ ନେଲା କରମଣ୍ଡଳ , ସ୍ତ୍ରୀକୁ ହରାଇ ଦେଇ ଆଖିରୁ ଲୁ-ହ ଝରାଉଛି ସ୍ଵାମୀ

ସେଦିନର ରାତିରେ ଯେମିତି ହଠାତ୍ ଦୁଃ-ଖର କଳା ବାଦଲ ଘୋଟି ଆସିଥିଲା ଆଉ ସବୁକିଛି ସାରି ଦେଇଥିଲା । ସେଦିନ ରାତି ଇତିହାସରେ ଲିପିବଦ୍ଧ ହୋଇ ରହି ଯାଇଛି ଆଉ ସେଦିନ ରାତି ହେଉଛି କରମଣ୍ଡଳ ଏକ୍ସପ୍ରେସ ଦୁର୍ଘ-ଟଣା । ବାଲେଶ୍ବର ବାହନଗାରେ ସେହି ଛାତିଥରା ଦୁର୍ଘ-ଟଣା କେତେ କେତେ ଲୋକଙ୍କ ଘର ସଂସାର ଓଜାଡି ଦେଇଛି , ତାହା ତ ଆପଣ ଜାଣି ସାରିଥିବେ । ଆଉ ସେହି ରାତିରେ ମ-ରିଗଲା କେତେ କେତେ ଲୋକଙ୍କ ଇଚ୍ଛା , ଆଶା ଆଉ ଉଦ୍ଦୀପନା ।

ଠିକ୍ ସେହିଭଳି ଜଣେ ମଣିଷ ସେହି ଦୁର୍ଘ-ଟଣାରେ ନିଜ ସ୍ତ୍ରୀଙ୍କୁ ହରାଇ ବର୍ତ୍ତମାନ ସମୟରେ ପୁରାପୁରି ଭାଙ୍ଗି ପଡିଛନ୍ତି । ବାହାଘରକୁ ପୁରି ନାହିଁ ଗୋଟିଏ ବର୍ଷ କିନ୍ତୁ ନିଜ ସ୍ତ୍ରୀଙ୍କୁ ନିଜ ଠାରୁ ଦୂରେଇବାର ଆ-ଘାତ ସେ ସହି ପାରୁ ନାହାଁନ୍ତି । ବାହାନଗା ଟ୍ରେନ ଟ୍ରାଜେଡି ତାଙ୍କ ଜୀବନସାଥିଙ୍କୁ ତାଙ୍କ ଠାରୁ ଚିରଦିନ ପାଇଁ ଛଡ଼ାଇ ନେଇ ଚାଲିଗଲା । ତେବେ ସୂଚନା ଅନୁଯାୟୀ , ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ସପନିଖୁଣ୍ଟା ଗାଁର ଗୌତମ ଦାସଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା । ଗତବର୍ଷ ଜୁନ ୧୬ ତାରିଖରେ ଦୁହିଁଙ୍କ ବିବାହ ହୋଇଥିଲା । ଦୁହେଁ ଦୁହିଁଙ୍କୁ ପ୍ରେମ ବିବାହ କରିଥିଲେ ।

ଆଖିରେ ଦେଖିଥିଲେ ଦୁହେଁ କେତେ ସ୍ବପ୍ନ । ଗୋଟିଏ ଛୋଟ ସଂସାର ଗଢିବେ ଆଉ ସେଥିରେ ଶାନ୍ତିରେ ରହିବେ । କିନ୍ତୁ ସବୁକିଛି ପୂରଣ ହେବା ଆଗରୁ ସବୁକିଛି ଶେଷ ହୋଇଗଲା । ସବୁ କିଛି ସାରିଦେଲା କରମଣ୍ଡଳ ଏକ୍ସପ୍ରେସ । ସୂଚନା ଅନୁଯାୟୀ , ସ୍ତ୍ରୀ ବିଷ୍ଣୁପ୍ରିୟାଙ୍କ ଟ୍ୟୁମର ଅପରେସନ ପାଇଁ ଶାଶୁ ଏବଂ ଶଳା କଟକ ବାହାରି ଥିଲେ ଆଉ ସେହି ଟ୍ରେନରେ ମଧ୍ୟ ବାହାରି ଥିଲେ ଗୌତମ ନିଜେ । କିନ୍ତୁ କିଛି କାରଣ ପାଇଁ ଗୌତମ ହୋଇ ଯାଇଥିଲେ ଟ୍ରେନ ଫେଲ୍ । ଆଉ ତାପର ଟ୍ରେନରେ ଯିବା ପାଇଁ ଟିକେଟ କରିଥିଲେ । କିନ୍ତୁ କିଛି ସମୟ ଯିବା ପରେ ଗୌତମ ଶୁଣିବାକୁ ପାଇଥିଲେ କି , ବାହନଗାରେ ଟ୍ରେନ ଦୁର୍ଘ-ଟଣା ହୋଇଗଲା । ଯାହାପରେ ତାଙ୍କ ପାଦ ତଳୁ ମାଟି ଖସିଗଲା ।

ସାଙ୍ଗେ ସାଙ୍ଗେ ସେ ସ୍ତ୍ରୀ ଏବଂ ସମସ୍ତଙ୍କୁ ଫୋନ୍ କରିଥିଲେ କିନ୍ତୁ କାହାକୁ ବି ଲାଗି ନଥିଲା ଫୋନ୍ । ଆଉ ସାଙ୍ଗେ ସାଙ୍ଗେ ବ୍ୟସ୍ତ ହୋଇ ଗୌତମ ନିଜ ଘର ଲୋକଙ୍କୁ ଫୋନ୍ କରି ଡକାଇ ଥିଲେ । ଆଉ ସମସ୍ତେ ଘଟ-ଣାସ୍ଥ-ଳକୁ ବାହାରି ଯାଇଥିଲେ । କିନ୍ତୁ ସେଠାରେ କାହାରିକୁ ବି ଭିତରକୁ ଯିବାକୁ ଅନୁମତି ନଥିଲା । ସେଦିନ ହିଁ ଫେରି ଯାଇଥିଲେ ଘରକୁ ସେମାନେ । କିନ୍ତୁ ରାତି ୧ଟା ସମୟରେ ଗୌତମଙ୍କ ନିକଟକୁ ଏକ ଫୋନ୍ ଆସିଥିଲା , ଯିଏ ତାଙ୍କୁ କହିଥିଲେ କି ତୁମ ସ୍ତ୍ରୀ ଆଉ ଏ ଦୁନିଆଁରେ ନାହିଁ । ଏହାପରେ ସେମାନେ ତାପର ଦିନ ଯାଇ ବାହାନଗା ସ୍କୁଲ ପହଞ୍ଚି ଯାଇଥିଲେ ଆଉ ସେଠାରେ ତିନି ଜଣଙ୍କ ଶ-ବ ଉ-ଦ୍ଧାର କରି ଏକା ସହିତ ସ-ତ୍କାର କରି ଦେଇଥିଲେ ।

Leave a Reply

Your email address will not be published. Required fields are marked *