ପ୍ରଭୁ ରାମଚନ୍ଦ୍ରଙ୍କ ମୂର୍ତ୍ତି ନିର୍ମାଣରେ ହୋଇଥିଲା ଆଖି ଅପରେସନ । କିନ୍ତୁ ହଠାତ ଗା-ଏବ ହୋଇଗଲା ଯ-ନ୍ତ୍ରଣା ।

ପାଖେଇ ଆସିଲାଣି ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ଦିନ । ଆଉ ଆଖିରେ ଯନ୍ତ୍ରଣା ହେଉଥିବାରୁ ଚିନ୍ତିତ ଥିଲେ ଯୋଗୀରାଜ । ରାତି ରାତି ନଶୋଇ ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ ଥିଲେ । କିନ୍ତୁ ମୂର୍ତ୍ତି ଗଢୁ ଗଢୁ ଆଖି ଯନ୍ତ୍ରଣା ଗାଏବ ହୋଇଗଲା । ମୂର୍ତ୍ତି କାରିଗର ଯୋଗୀରାଜଙ୍କୁ ଆଜି ସାରା ଭାରତର ଲୋକେ ଜାଣିଛନ୍ତି । ସେ ଶ୍ରୀରାମଙ୍କ ମୂର୍ତ୍ତି ଗଢ଼ି ପୁରା ଦେଶରେ ପରିଚିତ ହୋଇଛନ୍ତି ଏବଂ ପ୍ରଶଂସାର ପାତ୍ର ହୋଇଛନ୍ତି । ସେ କେବେବି ଭାବି ନଥିଲେ ଯେ ତାଙ୍କ ହାତରେ ତିଆରି ହୋଇଥିବା ରାମଚନ୍ଦ୍ରଙ୍କ ମୂର୍ତ୍ତିକୁ ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଷ୍ଠା କରାଯିବ ବୋଲି । ଯେଉଁ ଦିନ ତାଙ୍କ ମୂର୍ତ୍ତିକୁ ଚୟନ କରାଯାଇଥିଲା ସେଦିନ ତାଙ୍କ ଆଖିରୁ ଲୁହ ଝରି ଯାଇଥିଲା ।

ପ୍ରଭୁ ରାମଙ୍କ ମୂର୍ତ୍ତି ଗଢ଼ିବାରେ ସେ ନିଜର ସବୁ ଶକ୍ତି ସାମ୍ୟର୍ଥ ଲଗାଇ ଦେଇଥିଲେ । ରାତି ଦିନ କାର୍ଯ୍ୟ ସମୟରେ ଆଖିରେ ଖୁବ ଯନ୍ତ୍ରଣା ଅନୁଭୂତ ହେଉଥିଲା । କିନ୍ତୁ ସେ ଯନ୍ତ୍ରଣା ପ୍ରଭୁ ରାମଚନ୍ଦ୍ରଙ୍କ ମୁହଁକୁ ଦେଖିଲେ ସବୁ ଯନ୍ତ୍ରଣା ଦୂର ହୋଇ ଯାଉଥିଲା । ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିକୁ ଯୋଗୀରାଜ ସମ୍ପୂର୍ଣ୍ଣ କରି ଦେଇଛନ୍ତି ।

କିନ୍ତୁ ଏହା ପଛରେ ଯେ ତାଙ୍କୁ କେତେ କଷ୍ଟ ସହ୍ୟ କରିବାକୁ ପଡ଼ିଛି ତାହା କେହିବି ଜାଣି ନାହାଁନ୍ତି । ଯୋଗୀରାଜ ଯେତେବେଳେ ମୂର୍ତ୍ତି ତିଆରି ଆରମ୍ଭ କଲେ ସେତେବେଳେ ତାଙ୍କ ଆଖିରେ ଯନ୍ତ୍ରଣା ଅନୁଭୂତ ହେଉଥିଲା । ରାତି ରାତି ଅନିଦ୍ରା ହୋଇ ରାମଚନ୍ଦ୍ରଙ୍କ ମୂର୍ତ୍ତି ନିର୍ମାଣ କରୁଥିଲେ ଏବଂ ସେହି ସମୟରେ ଯନ୍ତ୍ରଣା ଅନୁଭବ କରବାକୁ ମଧ୍ୟ ସମୟ ନଥିଲା ।

ଯେତେବେଳେ ସେ ରାମଚନ୍ଦ୍ରଙ୍କ ମୂଖ ଗଢ଼ୁଥିଲେ ସେତେବେଳେ ତାଙ୍କ ଆଖି ଯନ୍ତ୍ରଣା କୁଆଡ଼େ ଗାଏବ ହୋଇ ଯାଉଥିଲା । ତାଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ ଯେତେବେଳେ ସେ ରାମଚନ୍ଦ୍ରଙ୍କ ମୂର୍ତ୍ତି ତିଆରି କରିବାକୁ ଏକ ନିର୍ଦିଷ୍ଟ ପଥର ଆବଶ୍ୟକ କରିଥିଲେ ସେତେବେଳେ ସେହି ପଥର ମୈସୁରରେ ଉପଲବ୍ଧ ନଥିଲା । ଆଉ ସେହି ପଥର ଯେତେବେଳେ ମିଳିଲା ତାହାକୁ ଭାଙ୍ଗିବା ସମୟରେ ତାଙ୍କ ଆଖିରେ କିଛି ପଡ଼ି ଯାଇଥିଲା । ପରେ ଏହାକୁ ବାହାର କରିବାକୁ ଅପରେସନ କରିବାକୁ ପଡ଼ିଥିଲା । କିନ୍ତୁ ଏଭଳି ପରିସ୍ଥିତିରେବି ସେ ରାମଚନ୍ଦ୍ରଙ୍କ ମୂର୍ତ୍ତି ଗଢ଼ିବାରେ ଅଟକି ନଥିଲେ । ଆଜି ତାଙ୍କ ମୂର୍ତ୍ତି ଅଯୋଧ୍ୟାରେ ପୂଜା ପାଇବ । ତେବେ ଯୋଗିରାଜଙ୍କ ଭାଇ ସୂର୍ଯ୍ୟପ୍ରକାଶ କହିଛନ୍ତି ଯେ ତାଙ୍କ ପରିବାର ପାଇଁ ସ୍ମରଣୀୟ ଦିନ ।

Leave a Reply

Your email address will not be published. Required fields are marked *