ବୟଫ୍ରେଣ୍ଡ ସହିତ ଫେ-ରାର ହୋଇଗଲେ ଡେଲିଭରି ବୟଙ୍କ ସ୍ତ୍ରୀ । ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ।

ଯେଉଁ ସ୍ୱାମୀ ନିଜ ସ୍ତ୍ରୀକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ନିଜର ଖୁସିକୁ ତ୍ୟାଗ କରିଦିଏ ସେହି ସ୍ୱାମୀକୁ ଯଦି ତାର ସ୍ତ୍ରୀ ଧୋ-କା ଦିଏ ତେବେ ସେଭଳି ପରିସ୍ଥିତିକୁ ଆପଣ ନିଶ୍ଚୟ ହୃଦୟଙ୍ଗମ କରି ପାରୁଥିବେ । ଏମିତି ଅନେକ ଘ-ଟଣା ସୋସିଆଲ ମିଡିଆରେ ପ୍ରାୟ ଶୁଣିବାକୁ ମିଳିଥାଏ । ଉତ୍ତରପ୍ରଦେଶରେ ଅବସ୍ଥାପିତ ସବଡିଭିଜନାଲ ମାଜିଷ୍ଟ୍ରେଟ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବି-ବାଦ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଜ୍ୟୋତିଙ୍କୁ ପାଠ ପଢ଼ାଇ ଚାକିରୀ କରାଇବା ପରେ , ସେ ନିଜ ପ୍ରେମିକଙ୍କ ସହିତ ରହିବା ଆରମ୍ଭ କରିଥିଲେ ବୋଲି ସ୍ୱାମୀ ଅଭି-ଯୋଗ କରିଥିଲେ ।

ତେବେ ବର୍ତ୍ତମାନ ମଧ୍ୟ ଏହିଭଳି ଏକ ଘ-ଟଣା ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର ଗୋଡଡାରେ ରହୁଥିବା ଡେଲିଭରି ବୟ ଟିକୁ ଯାଦବ ଅଢେ଼ଇ ଲକ୍ଷ ଟଙ୍କା ନେଇ ତାଙ୍କ ସ୍ତ୍ରୀଙ୍କୁ ନର୍ସିଂ ପାଠ ପଢ଼ିବାକୁ ପଠାଇଥିଲେ । କିନ୍ତୁ ପତ୍ନୀ ତାଙ୍କ ସହିତ ବିଶ୍ୱାସ ଘାତକତା କରି ନିଜ ପ୍ରେମିକ ସହିତ ଫେ-ରାର ହୋଇ ଯାଇଥିଲେ ।

ଟିକୁ ଯାଦବଙ୍କ କହିବା କଥା ଯେ ତାଙ୍କ ସ୍ତ୍ରୀ ଅଧିକ ପାଠ ପଢ଼ିବାକୁ ଚାହୁଁଥିଲେ । ଏମିତିକି ତାଙ୍କ ସ୍ତ୍ରୀ ପାଠ ପଢ଼ାରେ ମଧ୍ୟ ଭଲ ଥିଲେ । ଦୁର୍ବଳ ଆର୍ଥିକ କ୍ଷମତା ସତ୍ତ୍ୱେ ଟିକୁ ଭବିଷ୍ୟତରେ ଉନ୍ନତି ହେବ ବୋଲି ଭାବି ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କା ଋଣ ନେଇ ଶକୁନ୍ତଳା ନର୍ସିଂ ସ୍କୁଲରେ ପତ୍ନୀଙ୍କୁ ପାଠ ପଢ଼ାଇ ଥିଲେ ।

ହେଲେ ବିବାହର ଦେଢ଼ ବର୍ଷ ପରେ ପଢ଼ୁଥିବା ସମୟରେ ପଡ଼ୋଶୀ ଦିଲଖୁନ ରାଉତଙ୍କ ସହିତ ପ୍ରେମରେ ପଡ଼ି ଯାଇଥିଲେ ଟିକୁଙ୍କ ସ୍ତ୍ରୀ । ଟିକୁ ଏ ବିଷୟରେ ଜାଣିବା ବେଳକୁ ଅନେକ ବିଳମ୍ବ ହୋଇ ଯାଇଥିଲା । ସୋସିଆଲ ମିଡ଼ିଆରେ ଫୋଟ ସେୟାର କରିବା ପରେ ଟିକୁ ସ୍ତ୍ରୀଙ୍କ ବିଷୟରେ ଜାଣିଥିଲେ । ଏବେ ଟିକୁ ପୋଲିସରେ ଅଭିଯୋଗ କରିଥିବାରୁ ଦୁଇ ପକ୍ଷକୁ ବସାଇ ପୋ-ଲିସ ସମସ୍ୟାର ସମାଧାନ କରିବ ବୋଲି କହିଛି ।

Leave a Reply

Your email address will not be published. Required fields are marked *