ମହାନଦୀ ବିବା-ଦରେ ହାତ ଟେକିଦେଲା କେନ୍ଦ୍ର । ଏଥର ବୁଡ଼ିଯିବ ଓଡ଼ିଶା ।

ଛତିଶଗଡ଼ ପାଇଁ ସବୁବେଳେ ଓଡ଼ିଶା ବାସୀ ହଇରାଣ ହୋଇ ଆସୁଛନ୍ତି । କାରଣ ମହାନଦୀ ବି-ବାଦ ସବୁବେଳେ ରହି ଆସିଛି । ଆଉ ବର୍ତ୍ତମାନ ଯାହା ପରିସ୍ଥିତି ଦେଖା ଯାଉଛି , ଓଡ଼ିଶା ବାସୀ ଆହୁରି ହଇରାଣ ହେବେ । ବର୍ତ୍ତମାନ ମଧ୍ୟ ମହାନଦୀ ଜଳ ଓଡ଼ିଶା ବାସୀଙ୍କୁ ସମସ୍ୟାରେ ପକାଇଛି । ବର୍ତ୍ତମାନ ଜଳ ଅନେକ ଅଞ୍ଚଳରେ ପଶି ଯାଇଛି । ଯେଉଁ କାରଣରୁ ଲୋକମାନେ ବର୍ତ୍ତମାନ ଚିନ୍ତାରେ ପଡ଼ିଛନ୍ତି । ଆଉ ସେପଟେ ଦେଖିବାକୁ ମିଳିଛି ଯେ ଛତିଶଗଡ଼ ବାସୀଙ୍କର ଅନୁତାପ ନାହିଁ ।

କହିରଖିବୁ ଯେ ଛତିଶଗଡ଼ ନିକଟରେ ହିଁ ଗେଟ ଖୋଲି ହୀରାକୁଦକୁ ଭର୍ତ୍ତି କରି ଦେଇଥିଲା । ଆଉ ସେମାନଙ୍କ ରବେୟାରୁ ଏଭଳି ଜଣା ପଡ଼ୁଛି ଯେ ଆଗକୁ ଛତିଶଗଡ଼ ଆହୁରି ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଛି । ନିକଟରେ ଛତିଶଗଡ଼ ହୀରାକୁଦ କର୍ତ୍ତୃପକ୍ଷଙ୍କୁ ନଜଣାଇ ୨୬ ଟି ଗେଟ ଖୋଲି ଦେଇଥିଲା ।

ଆଉ କେତେ ପରିମାଣରେ ଜଳ ପଶି ଆସିଥିଲା ତାହା କାହାକୁବି ଅଛପା ନାହିଁ । ଆଉ ଏଥିରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ି ଯାଇଥିଲେ । ତେବେ ଏଥିରୁ ପ୍ରତୀତ ହେଉଛି ଯେ ଆଗକୁ ଆହୁରି କଲମା ବ୍ୟାରେଜର ଗେଟକୁ ଖୋଲିବ ।ସୂଚନା ଅନୁଯାୟୀ ମହାନଦୀ ବିବାଦରେ କେନ୍ଦ୍ର ସରକାର ପକ୍ଷଭୁକ୍ତ ନଥିବାରୁ ଓଡ଼ିଶା ପ୍ରତି ହେଉଥିବା ଅବିଚାରକୁ ନେଇ ଟ୍ରିବ୍ୟୁନାଲ ସମ୍ମୁଖରେ କୌଣସି ଆଭିମୁଖ୍ୟ ରଖି ପାରିବେ ନାହିଁ ବୋଲି ସ୍ପଷ୍ଟ ଭାବରେ ମନା କରି ଦିଆଯାଇଛି ।

ଉଭୟ ରାଜ୍ୟର ବରିଷ୍ଠଙ୍କ ମଧ୍ୟରେ ଏବାବଦରେ କୌଣସି ଆଲୋଚନା ହୋଇନାହିଁ । କୌଣସି ରାଜ୍ୟ ମଧ୍ୟରେ ବିବାଦ ଥିଲେ ତାହାର ସମାଧାନ ପାଇଁ କେନ୍ଦ୍ର ସରକାର ଆଲୋଚନା କରିବା ଉଚିତ । ମାତ୍ର ଏଥିରେ କୌଣସି ପକ୍ଷଭୁକ୍ତ ନଥିବାରୁ କେନ୍ଦ୍ର ସରକାର କୌଣସି ଆଭିମୁଖ୍ୟ ରଖିବାକୁ ମନା କରି ଦେଇଛନ୍ତି । ଆଉ ଏଥିପାଇଁ ପୁରା ଓଡ଼ିଶା ଚିନ୍ତାରେ କାରଣ ବର୍ତ୍ତମାନ ବର୍ଷା ଦିନ ହେତୁ ବନ୍ୟା ସମସ୍ୟା ମଧ୍ୟ ସୃଷ୍ଟି ହେଉଛି

Leave a Reply

Your email address will not be published. Required fields are marked *