ବରର ଗୋଡ଼ ନଥିଲେ ବି ବିବାହ କଲା କନିଆ । କହିଲେ ” ମୁଁ ବାହା ହୋଇ ତାଙ୍କୁ ପୋଷିବି । “

ଆଜିକା ସମୟରେ କଣ ବାସ୍ତବ ପ୍ରେମ ଅଛି ? ହୁଏତ କିଛି ଲୋକଙ୍କୁ ଏହା ଅସମ୍ଭବ ଲାଗିଥିବ କିନ୍ତୁ ବାସ୍ତବ କଥା ହେଲା ଯେ ଆଜିବି ବାସ୍ତବ ପ୍ରେମ ରହିଛି ଆଉ ସେହି ପ୍ରେମ ଉଦାହରଣ ମଧ୍ୟରେ ରହିଛନ୍ତି ବିଦୁସ୍ମିତା ଏବଂ ବସନ୍ତ । ଝିଅଟିଏ ବିବାହ ପରେ ଭଲ ଘର ପରିବାର ଏବଂ ସବୁକିଛି ଭଲର ହିଁ ଆଶା ରହିଥାଏ । କିଏବା ଯେଉଁ ମଣିଷକୁ ଶେଷ ପର୍ଯ୍ୟନ୍ତ ଭଲ ପାଇଥାଏ ଏବଂ କୌଣସି ପରିସ୍ଥିତିରେବି ନିଜକୁ କମପ୍ରମାଇଜ କରି ନେଇଥାଏ । ଆଜିକାଲି ଏଭଳି ପ୍ରେମୀ ଯୁଗଳ ଦେଖିବା ପ୍ରାୟ ସ୍ୱପ୍ନ ଭଳି ମନେ ହୁଏ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏଭଳି ଏକ ଘ-ଟଣା ଆଣିଛୁ ଯାହା ବିଷୟରେ ଜାଣିଲେ ଆପଣ ବେଶ ଖୁସି ହେବେ ।

ଆଜ୍ଞା ହଁ ! ଦୁର୍ଘ-ଟଣାରେ ନିଜର ଦୁଇ ଗୋଡ଼ ହରାଇଥିବା ବ୍ୟକ୍ତିକୁ ତାଙ୍କ ପ୍ରେମିକା ଶେଷ ପର୍ଯ୍ୟନ୍ତ ବି ଛାଡ଼ି ନାହାଁନ୍ତି ଏବଂ ବିବାହ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ ଆବଶ୍ୟକ ପଡ଼ିଲେ ସେ ନିଜେ କାମ କରି ନିଜ ସ୍ୱାମୀକୁ ପୋଷିବେ । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଣ୍ଡରେଇ ପଞ୍ଚାୟତ ସେରପୁର ଅଞ୍ଚଳର ପିତାମ୍ବର ପାଣିଗ୍ରାହୀଙ୍କ ପୁଅ ହେଉଛନ୍ତି ବସନ୍ତ ପାଣିଗ୍ରାହୀ ।

୨୦୧୬ ମସିହାରେ ତିହିଡ଼ି ବ୍ଲକ ତଳବନ୍ଧ ଗ୍ରାମର ମାୟାଧର ଲେଙ୍କାଙ୍କ ଝିଅ ବିଦୁସ୍ମିତାଙ୍କୁ ପ୍ରେମ କରୁଥିଲେ । ୨୦୨୧ ମସିହାରେ ବସନ୍ତ ଭଦ୍ରକ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକ ନିକଟରେ ବାଇକ ଦୁର୍ଘ-ଟଣାଗ୍ରସ୍ତ ହୋଇଥିଲା । ଦୀର୍ଘ ୩ ବର୍ଷ ଚିକିତ୍ସା ହୋଇଥିଲେ ମଧ୍ୟ ଅଣ୍ଟା ଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଅଚଳ ହୋଇ ଯାଇଥିଲା ।

ବର୍ତ୍ତମାନ ସେ ହୁଇଲ ଚେୟାରରେ ଯାତାୟାତ କରନ୍ତି । ଆଉ ବସନ୍ତଙ୍କର ଏଭଳି ଅବସ୍ଥା ପରେ ବିଦୁସ୍ମିତାଙ୍କର ଟିକିଏବି ମନ ପରିବର୍ତ୍ତନ ହୋଇନାହିଁ । ତାଙ୍କ ପ୍ରେମ ଅତୁଟ ରହିଥିଲା । ଆଉ ବିଦୁସ୍ମିତା ନିଜ ବାପାଙ୍କୁ ବୁଝାଇଥିଲେ ଯେ ସେ ବସନ୍ତଙ୍କୁ ହିଁ ବିବାହ କରିବେ । ଆଉ ବାପା ମଧ୍ୟ ଦୁଃ-ଖିତ ଥିଲେବି ଝିଅର କଥାରେ ରାଜି ହୋଇଗଲେ । ପ୍ରେମ ଆଗରେ ଯେମିତି ଆଜି ସବୁକିଛି ହାର ମାନି ଯାଇଛି । ଦୁହିଁଙ୍କର ମନ୍ଦିରରେ ବିବାହ ହୋଇଛି ଏବଂ ସେଠାରେ ପରିବାର ଏବଂ ବନ୍ଧୁ ବାନ୍ଧବ ମଧ୍ୟ ଉପସ୍ଥିତ ଥିଲେ ବର ବଧୁଙ୍କୁ ଆଶୀର୍ବାଦ ଦେବା ପାଇଁ । ତେବେ ବିଦୁସ୍ମିତାଙ୍କର ଏଭଳି ନିଷ୍ପତ୍ତି କାରଣରୁ ଆଜି ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *