ଦେଖନ୍ତୁ ଭିଡ଼ିଓ:- ବିନା ଡ୍ରାଇଭରରେ ଗଡ଼ିଲା ବାଇକ, ଦୂରରୁ ଦୁରୁଜୁହାର କଲେ ପୋ-ଲି-ସ ବାବୁ….

ସୋସିଆଲ ମିଡ଼ିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଆପଣ ହସକୁ ରୋକି ପାରିବେ ନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଭାଇରାଲ ହେଉଛି। ବିନା ଚାଳକରେ ଗଡୁଛି ଗାଡି ଯାହାକି ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେଉଛି।

ଆଜି କାଲିର ଯୁବପିଢି ମାନେ କିଛି ଭିନ୍ନ କରିବା ନିଶାରେ ରହିଛନ୍ତି। କାରଣ ସେମାନଙ୍କୁ ଲୋକପ୍ରିୟତା ହାସଲ କରିବାର ଅଛି। ସେଥିପାଇଁ ସେମାନେ କିଛି ଏପରି କାର୍ଯ୍ୟ କରିଥାନ୍ତି ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ସେମାନେ ନିଜର ଜୀବନ ବାଜିରେ ଲାଗେଇବାକୁ ମଧ୍ୟ ପଛାନ୍ତି ନାହିଁ। ସେହିଭଳି ଗାଡି ମୋଟର ଯାତାୟାତ କରୁଥିବା ରାସ୍ତା ଉପରେ ଜଣେ ଯୁବକ ବାଇକ ପଛରେ ବସି ଷ୍ଟ-ଣ୍ଟ କରୁଛନ୍ତି।

ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ଯୁବକ ବାଇକର ପଛ ପଟେ ବସିଛନ୍ତି। ତେବେ ଆପଣ ଭାବୁଥିବେ ଯେ ଏଥିରେ ଆଶ୍ଚର୍ଯ୍ୟର କଥା କଣ ରହିଲା। ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ବାଇକକୁ କେହି ଚଳାଉ ନାହାଁନ୍ତି। ଯୁବକ ଜଣକ ଏକୁଟିଆ ପଛରେ ବସିଛନ୍ତି। ତେବେ ଗାଡିଟି ଆପେ ଆପେ କିପରି ଗଡୁଛି ଓ ଏହାକୁ କେହି ନିୟନ୍ତ୍ରଣ କରି ନଥିଲେ ମଧ୍ୟ ସଠିକ ରାସ୍ତାରେ ଯାଉଛି। ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି।

ତେବେ ଏହି ସମସ୍ତ ଦୃଶ୍ୟକୁ କେହି ଜଣେ ମୋବାଇଲ ଫୋନରେ ରେକ-ର୍ଡ଼ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଯାହାଫଳରେ ଏହି ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। କେବଳ ସେତିକି ନୁହେଁ ୟୁଜର ମାନେ ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ ମିଷ୍ଟର ଇଣ୍ଡିଆ ବାଇକ ଚଳାଉଛନ୍ତି। ସେହିଭଳି ଆଉ ଜଣେ ୟୁଜର ଲେଖିଛନ୍ତି କି ଗାଡ଼ିରେ ଅଟୋ ପାଇଲଟ ଲଗାଯାଇଛି। ତେବେ ଏହି ଭିଡ଼ିଓକୁ ଖୁବ ସେୟାର କରୁଛନ୍ତି।

Leave a Reply

Your email address will not be published. Required fields are marked *