ଟେର ପାଉନି ପୋ-ଲିସ ଓ ଏଟିଏସ୍ , ୫୦ ଦିନରେ ଲୁଚିଲୁଚି ପାକିସ୍ତାନକୁ କଣ ତଥ୍ୟ ଦେଇଛି ସୀମା?

ଦୀର୍ଘ ୫୦ ଦିନ ହେବ ଭାରତରେ ଥିଲା ସୀମା ହାଇଦର । କିନ୍ତୁ କେହି ଜାଣି ପାରିଲେ ନାହିଁ । ୟୁପି ପୋ-ଲିସ୍ ମଧ୍ୟ ଜାଣି ପାରିଲା ନାହିଁ । ୫୦ ଦିନ ମଧ୍ୟରେ ପାକିସ୍ତାନକୁ କେଉଁ ତଥ୍ଯ ଯାଇଛି ତାହା ୟୁପି ପୋ-ଲିସ୍ ପାଖରେ ଖବର ନାହିଁ । ୫୦ ଦିନ ହେବ ଲୁ-ଚି ଛପି ସୀମା ଭାରତରେ କଣ କଣ କରିଛି ଏବେ କାହା ପାଖରେ କିଛି ହେଲେ ସୁରାକ୍ ନାହିଁ । କୁହା ଯାଉଛି ସମସ୍ତ ତଥ୍ୟକୁ ଡିଲିଟ କରି ଦେଇଛି ସୀମା । ସୀମା ହାଇଦରଙ୍କୁ ଦେଇ ଏଟିଏସ୍ ର ଏବେ ପୁଣି ଚିନ୍ତା ବଢ଼ିଛି । ଏଟିଏସ୍ ଯେମିତି ପ୍ରଶ୍ନ କରୁଛି ସୀମା ମଧ୍ୟ ସେମିତି ରୋକ୍ ଠୋକ୍ ଜ-ବାବ୍ ଦେଉଛି ।

କିନ୍ତୁ ସୀମାର ସେହି ଜବାବ୍ ରେ ଏଟିଏସ୍ ନିଜର ଉତ୍ତର ଖୋଜି ପାଉନି । ସୀମା ଯେମିତି ବୁଲେଇ ବଙ୍କେଇ କହୁଛି ଯେ ବଡ଼ ବଡ଼ ଅଧିକାରି ମାନେ କିପରି ପ୍ରଶ୍ନ କରିବେ ତାହା ଜାଣି ପାରୁନାହାନ୍ତି । ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି ଯେ ସୀମା ହାଇଦର ହେଉଛି କୁଆଡ଼େ ପାକିସ୍ତାନୀ ଆର୍ମି ମେଜର । ଏକଥା ଆମେ କହୁ ନାହୁଁ ଏକ ଭଗବା କ୍ରାନ୍ତି ନାମକ ଟୁଇଟରରେ ଦାବି ହୋଇଛି।

ତେବେ ଦୀର୍ଘ ୫୦ ଦିନ ପର୍ଯ୍ୟନ୍ତ ଭାରତରେ ସୀମା କଣ କରୁଥିଲା ତାକୁ ନେଇ ଉଠୁଛି ପ୍ରଶ୍ନ ହେଲେ କାହା ପାଖରେ ଖବର ନାହିଁ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଭାରତର କୌଣସି ତଥ୍ଯ ପାକିସ୍ତାନକୁ ଯାଇନାହିଁ ତୋ? ସୂଚନାଯୋଗ୍ୟ ପବ୍‌ଜି ପ୍ରେମ ବାହାନାରେ ନେପାଳ ଦେଇ ୪ ପିଲାଙ୍କ ସହ ଭାରତରେ ପ୍ରବେଶ କରିଥିବା ସୀମା ହାଇଦରର କାକା ଓ ଭାଇ ପାକିସ୍ତାନ ସେନାରେ କାର୍ଯ୍ୟରତ ଥିବା ସୀମାର ସ୍ବାମୀ ଗୁଲାମ ହାଇଦର ସ୍ପଷ୍ଟ କରିଛନ୍ତି ।

ଏହା ବ୍ୟତୀତ ଉତ୍ତରପ୍ରଦେଶର ଏଟିଏସର ସମସ୍ତ ପ୍ରଶ୍ନର ସୀମା ହାଇଦର ଉତ୍ତର ଏଯାବତ ଦେଇ ପାରି ନାହାନ୍ତି । ଯାହାବି ଉତ୍ତର ଦେଇଛନ୍ତି ଉତ୍ତରପ୍ରଦେଶର ଏଟିଏସ ଅଧିକାରୀଙ୍କୁ ତାହା ସନ୍ତୋ-ଷଜନକ ଲାଗି ନାହିଁ । ଏହି ସମୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି କି ସୀମା ଭାରତରେ ପ୍ରବେଶ ପୂର୍ବରୁ କିଛି ସେନା ଅଧିକାରୀଙ୍କୁ ବି ଫ୍ରେଣ୍ଡ ରିକୁଏଷ୍ଟ ପଠାଇଥିଲେ । ତେବେ ସୀମାର ଅସଲି ରୂପ ଗୋଟାଏ ପଟେ ଗୋଟାଏ ସାମ୍ନାକୁ ଆସୁଥିବା ବେଳେ ଏବେ ଏଟିଏସ ଘନ ଘନ ଜେ-ରା କରୁଛି ।

Leave a Reply

Your email address will not be published. Required fields are marked *