ଲାଗୁ ହେଲା ନିୟମ , ଏଣିକି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍କୁଲକୁ ଫର୍ମାଲ ପୋଷାକରେ ଆସିବେ , ଜିନ୍ସ ଟି ସାର୍ଟ ରେ ନୁହେଁ

କୁହାଯାଏ ଶିକ୍ଷାର ଏକ ପବିତ୍ର ସ୍ଥଳ ହେଉଛି ବିଦ୍ୟାଳୟ । ଏଠାରୁ ହିଁ ବଡ ବଡ ଲୋକ ମାନେ ବାହାରିଛନ୍ତି ଆଉ ଦେଶ ଦୁନିଆଁ ପାଇଁ କେତେ କଣ କରିଛନ୍ତି । ଏଠାରୁ ହିଁ ଲୋକଙ୍କ ପରିଚୟ ତିଆରି ହୋଇଥାଏ । ଏଠାରୁ ହିଁ ମଣିଷ ଦୁନିଆଁରେ ବଢିବା ଶିଖିଥାଏ ଆଉ ଆଗକୁ ଯାଇଥାଏ । ଶିକ୍ଷା ବିନା ସବୁକିଛି ଅଧୁରା ଆଉ ଏହି ଶିକ୍ଷା ପ୍ରଦାନ କରୁଥିବା ମଣିଷ ମାନେ ସବୁଠାରୁ ମହାନ୍ । ସେମାନଙ୍କ ବିନା ଆଗକୁ ଶିକ୍ଷା ବ୍ୟବସ୍ଥା ଯାଇପାରିବ ନାହିଁ ।

ତେଣୁ ସର୍ବପ୍ରଥମେ ସେମାନଙ୍କୁ ଠିକ୍ ହେବାକୁ ପଡିବ , ଆଉ ତାପରେ ଯାଇ ସବୁକିଛି ଆପେ ଆପେ ଠିକ୍ ହୋଇଯିବ । ତେବେ ଏହି ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ହିଁ ସବୁଠାରୁ ପ୍ରଥମ କାମ ବୋଲି ବିବେଚନା କରାଯାଏ । ତେବେ ଏପରି ପରିସ୍ଥିତିରେ ଦେଖାଯାଏ ଯେ , ଭିନ୍ନ ଭିନ୍ନ ରାଜ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମନ ଇଚ୍ଛା ପୋଷାକ ପରିଧାନ କରି ବିଦ୍ୟାଳୟକୁ ଆସି ଯାଇଥାନ୍ତି । ଆଉ ଯାହା ଭିତରେ ଜିନ୍ସ , ଟି ସାର୍ଟ ଆଉ ଅନ୍ୟାନ ପୋଷାକ ରହିଥାଏ । ତେବେ ଏହି ପୋଷାକ ଗୁଡ଼ିକ ଛାତ୍ରଛାତ୍ରୀ ମାନଙ୍କ ଉପରେ ଅନେକ ଖରାପ ପ୍ରଭାବ ପକାଇ ଥାଏ ।

ସେମାନେ ଶିକ୍ଷା ଉପରେ ଧ୍ୟାନ ଦେବା ଛାଡି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନାଇ ରହିଥାନ୍ତି । ତେଣୁ ଏପରି ପରିସ୍ଥିତିରେ ଦେଖା ଯାଇଛି , ଅନେକ ଦେଶରେ ଏହି ପୋଷାକ ଗୁଡ଼ିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏପରି ପୋଷାକ ପରିଧାନ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟ ପରିସରକୁ ଆସିପାରିବେ ନାହିଁ। ତେବେ ଏହାରି ମଧ୍ୟରେ ଶୁଣିବାକୁ ମିଳିଛି କି , ଆସାମ ସରକାର ତାଙ୍କ ରାଜ୍ୟର ସମସ୍ତ ଶିକ୍ଷକ ଆଉ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ନୂଆ ଡ୍ରେସ୍ କର୍ଡ ଲାଗୁ କରିଛନ୍ତି ।

ତାଙ୍କ ଦ୍ବାରା ଲାଗୁ କରା ଯାଇଥିବା ନିୟମ ଅନୁଯାୟୀ , ଛାତ୍ର ଛାତ୍ରୀ ମାନଙ୍କ ଉପରେ କୁପ୍ରଭାବ ନ ପଡିବ , ସେଥିପାଇଁ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ଫର୍ମାଲ୍ ପୋଷାକ ପିନ୍ଧି ସ୍କୁଲ ଆସିବାକୁ ପଡ଼ିବ । ଆଉ ସେହି ସବୁ ପୋଷାକ ଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ହୋଇଥିବା ନିହାତି ଜରୁରୀ ଅଟେ । ଯଥାସମ୍ଭବ ସେମାନେ ଏହି ନିୟମ ମାନିବେ ବୋଲି କୁହା ଯାଇଛି , ନଚେତ୍ ଏହା ଆମ ଦେଶ ତଥା ରାଜ୍ୟର ଭବିଷ୍ୟତ ମାନଙ୍କ ଉପରେ କୁପ୍ରଭାବ ପକାଇବ ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *