ଏମକେସିଜି ମେଡିକାଲ କଲେଜରୁ ଆସିଲା ଏପରି ଖବର , ଜୀବନ ହାରିଲେ ଡାକ୍ତରୀ ଛାତ୍ରୀ

ଡାକ୍ତର ମାନେ ନିଜ ଜୀବନ ହାରିବା ଘ-ଟଣା ଅନେକ ସମୟରେ ସାମ୍ନାକୁ ଆସିଥାଏ । ଏହା ପୂର୍ବରୁ ଅନେକ ଥର ଆମେ ସେ ବିଷୟରେ ଶୁଣିବାକୁ ପାଇଛନ୍ତି । ବେଳେ ବେଳେ ଯ-ନ୍ତ୍ରଣା ସହି ନ ପାରି ଆଉ ମାନ-ସିକ ଭାରସାମ୍ୟ ହରାଇ ଦେଇ ଡାକ୍ତର ମାନେ ଆ-ତ୍ମହ-ତ୍ୟା କରିବା ପାଇଁ ନିଷ୍ପତ୍ତି ନେଇ ଯାଇଥାନ୍ତି । ଆଉ ଠିକ୍ ସେହିଭଳି ବର୍ତ୍ତମାନ ସମୟରେ ଜଣେ ଡାକ୍ତରଙ୍କ ଆ-ତ୍ମହ-ତ୍ୟା କରିବା ଖବର ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ସମୟରେ ପୁରା ଏମକେସିଜି ମେଡିକାଲ କଲେଜରେ ଦୁଃ-ଖର ଛାୟା ଖେଳାଇ ଦେଇଛି । ଜଣେ ଭଲ ଡାକ୍ତର ଆଉ ଯୁବ ଡାକ୍ତର ହୋଇ କେମିତି ବା ଜଣେ ଜୀବନ ହାରିଲେ , ତାହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି ।

ଏମକେସିଜି ମେଡିକାଲ କଲେଜର ଚର୍ମ ବିଭାଗର ଡାକ୍ତର ଶୁଭାନି ପଟ୍ଟନାୟକ । ପିଜି ପ୍ରଥମ ବର୍ଷର ଛାତ୍ରୀ ଥିଲେ ସେ । ପାଠ ପଢାରେ ବେଶ୍ ଆଗରେ ଶୁଭାନୀ । କିନ୍ତୁ କାହିଁକି ହଠାତ୍ ଏପରି ପଦକ୍ଷେପ ନେଇଗଲେ , ତାହା ତାଙ୍କ ସାଙ୍ଗ ମାନେ ଭାବିଲା ବେଳକୁ ଛାତି ଥରି ଉଠୁଛି । ସୂଚନା ଅନୁଯାୟୀ , ରଜରେ ସଜବାଜ ହୋଇଥିଲେ ସେ । ସମସ୍ତ ସାଙ୍ଗ ସାଥୀ ମାନଙ୍କ ସହିତ ମିଶି କରି ରଜର ମଜା ନେବେ । ଆଉ ରଜମଉଜ ପାଳନ କରିବେ ବୋଲି ଭାବିଥିଲେ । ସମସ୍ତ ସାଙ୍ଗ ସାଥୀ ମାନେ ସଜ ହୋଇଥିଲେ ଆଉ ସୁଭାନି ମଧ୍ୟ ସଜ ହୋଇ ପଡ଼ିଥିଲେ ।

ଏହାପରେ ହଠାତ୍ କଣ ହୋଇଥିଲା କେଜାଣି ରୁମ୍ ରେ କବାଟ ଲଗାଇ ଦେଇଥିଲେ ସୁଭାନୀ । ଆଉ ଆ-ତ୍ମହ-ତ୍ୟା କରିଥିଲେ ସେ । ସାଙ୍ଗେ ସାଙ୍ଗେ ଚାଲି ଯାଇଥିଲା ତାଙ୍କ ଜୀବନ । ମୁହୂର୍ତ୍ତକ ମଧ୍ୟରେ ସବୁକିଛି ଅନ୍ଧକାର ହୋଇ ଯାଇଥିଲା । ଏହାପରେ ତାଙ୍କ ସାଙ୍ଗ ମାନେ ଯେତେ ଡାକିଥିଲେ ମଧ୍ୟ ସେ ଶୁଣି ନଥିଲେ । ଆଉ ସାଙ୍ଗ ମାନେ ବାଧ୍ୟ ହୋଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇ ଥିଲେ । ଆଉ ଏହାପରେ ଯାହା ସମସ୍ତେ ଦେଖିଥିଲେ , ତାହା ତାଙ୍କ ପାଦ ତଳୁ ମାଟି ଖସାଇ ଦେଇଥିଲା । ସେମାନେ ବିଶ୍ୱାସ କରିପାରି ନଥିଲେ ଯେ , ସୁଭାନି ଏତେ ବଡ ପଦକ୍ଷେପ ଗ୍ରହଣ କରିପାରିବେ ।

ତେବେ ସାଙ୍ଗେ ସାଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତି କରା ଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃ-ତ ବୋଲି ଘୋଷିତ କରିଥିଲେ । ତେବେ ଶ-ବ ବ୍ୟ-ବଚ୍ଛେ-ଦ ପରେ ଜଣା ପଡିଥିଲା କି , ଅତ୍ୟଧିକ ମାତ୍ରାରେ ଔଷଧ ଖାଇବା କାରଣରୁ ତାଙ୍କର ଜୀବନ ଚାଲି ଯାଇଛି । ତେବେ ବର୍ତ୍ତମାନ ସମୟରେ ପୁରା ହସ୍ପିଟାଲ କର୍ତୃପକ୍ଷ ଦୁଃ-ଖ ପ୍ରକାଶ କରିଛି । ଆଉ ତାଙ୍କ ସାଙ୍ଗ ସାଥୀ ମାନେ ନିଜକୁ ସମ୍ଭାଳି ପାରୁ ନାହାନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆ-ତ୍ମହ-ତ୍ୟା ପଛର ପ୍ରକୃତ କାରଣ ଜଣା ପଡି ନାହିଁ ଆଉ ତ-ଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *