ସ୍କୁଟିରେ ବସିଥିଲେ ଏତେ ଲୋକ କି 99 ପ୍ରତିଶତ ଲୋକ ଗଣିବାରେ ଫେଲ୍ ମାରିଲେ: ଆପଣ କହି ପାରିବେ କି?

ଆପଣମାନେ ଅନେକଥର ଦେଖିଥିବେ ଯେ ଗୋଟେ ବାଇକ୍ ରେ ଦୁଇରୁ ଅଧିକ ଲୋକ ବସିଥାଆନ୍ତି । ଟ୍ରାଫିକ୍ ନିୟମ ଅନୁଯାୟୀ, ଗୋଟେ ବାଇକ୍ ରେ ଦୁଇରୁ ଅଧିକ ଲୋକ ବସିପାରିବେ ନାହିଁ ଏବଂ ଉଭୟ ଲୋକଙ୍କ ପାଇଁ ହେଲମେଟ ପିନ୍ଧିବା ମଧ୍ଯ ବାଧ୍ୟତାମୂଳକ ଅଟେ । ଏହା ସତ୍ତ୍ବେ ଅନେକ ଲୋକ ଟ୍ରାଫିକ୍ ନିୟମ ମାନି ନଥାନ୍ତି ଯାହା ଫଳରେ ସେମାନଙ୍କ ଜୀବନ ବିପଦରେ ପଡିଥାଏ ।

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ, ଅନେକ ଲୋକ ଏକ ସ୍କୁଟିରେ ବସିଥିବାର ନଜର ଆସିଛନ୍ତି । ଏହି ସ୍କୁଟିରେ ଏତେ ଲୋକ ବସିଛନ୍ତି ଯେ, ଯାହାକୁ ଗଣିବା କଷ୍ଟକର ହୋଇପଡୁଛି । ଏହି ଭିଡିଓ ଦେଖି ଲୋକମାନେ ସ୍କୁଟି ଡ୍ରାଇଭରକୁ ‘ହେଭି ଡ୍ରାଇଭର’ ବୋଲି କହୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ସ୍କୁଟିରେ ଏତେ ସଂଖ୍ୟକ ଲୋକ ବସିଥିଲେ ମଧ୍ୟ ବ୍ୟକ୍ତି ଜଣକ ସ୍କୁଟିକୁ ଦ୍ରୁତ ବେଗରେ ଚଳାଉଛନ୍ତି ।

 

View this post on Instagram

 

A post shared by Himanshu Tiwari (@himanshutiwari68)

ଭିଡିଓରେ ଆପଣମାନେ ଦେଖିପାରିବେ ଯେ ସ୍କୁଟିରେ ପାଖାପାଖି 6 ଜଣ ଲୋକ ବସିଛନ୍ତି । ତେବେ ସ୍କୁଟିରେ ବସିଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ଜଣା ପଡୁନାହିଁ । ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ସ୍କୁଟିରେ କେତେ ଜଣ ଲୋକ ବସିଛନ୍ତି ତାହା ସଠିକ୍ ଭାବରେ କହିବାରେ ଦ୍ୱନ୍ଦ୍ୱରେ ପଡୁଛନ୍ତି । କିଛି ଲୋକଙ୍କୁ ସ୍କୁଟିରେ 5 ଜଣ ଦେଖାଯାଉଥିବାବେଳେ କିଛି ଲୋକ 6 ଜଣଙ୍କୁ ଦେଖୁଛନ୍ତି । ଅନେକ ଲୋକ କହୁଛନ୍ତି ଯେ ସ୍କୁଟିରେ 7 ଜଣ ଲୋକ ବସିଛନ୍ତି । 99 ପ୍ରତିଶତ ଲୋକ ସଠିକ୍ ଉତ୍ତର ଦେବାରେ ବିଫଳ ହୋଇଛନ୍ତି ।

ଆପଣ ଦେଖିପାରିବେ ଯେ ସ୍କୁଟି ଚଳାଉଥିବା ବ୍ୟକ୍ତି ଏକ ଗହଳିପୂର୍ଣ୍ଣ ରାସ୍ତାରେ ଅନେକ ପିଲାଙ୍କୁ ବସାଇ ସ୍କୁଲ୍ ରେ ଛାଡ଼ିବାକୁ ଯାଉଛନ୍ତି । ଏହି ଭିଡିଓଟି ଦିଲ୍ଲୀର ବୋଲି କୁହାଯାଉଛି । ବ୍ୟକ୍ତି ଜଣକ ସ୍କୁଟିର ଆଗରେ ଅନେକ ବ୍ୟାଗ ରଖିଛନ୍ତି । ସେ ପାଞ୍ଚଜଣ ପିଲାଙ୍କୁ ବସାଇଥିବାବେଳେ ଗୋଟିଏ ପିଲା ସାଇଡ୍ ରେ ଠିଆ ହୋଇଛି ଏବଂ ଗୋଟିଏ ଝିଅ ଅଧା ଦେଖାଯାଉଛି । ସାମାନ୍ୟ ସନ୍ତୁଳନ ହରାଇଲେ ସ୍କୁଟି ର ଏକ ବଡ଼ ଧରଣର ଦୁର୍ଘଟଣା ଘଟିପାରେ । ଭିଡିଓଟି କୁ himanshutiwari68 ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ସେୟାର କରାଯାଇଛି ।

Leave a Reply

Your email address will not be published. Required fields are marked *