ପଶୁ ଏବଂ ମନୁଷ୍ୟ ମଧ୍ୟରେ ପ୍ରେମର ଆଉ ଏକ ଉଦାହରଣ , ବରା ଖାଇବାକୁ ଜଙ୍ଗଲରୁ ଆସୁଛି ସମ୍ବର , ଭିଡ଼ିଓ ଦେଖି ହେବେ ଆଶ୍ଚର୍ଯ୍ୟ

ଏପରି କୁହାଯାଏ ଯେ ପଶୁ ଭଳି ବିନା ସ୍ୱାର୍ଥରେ କେହିବି ଭଲ ପାଇବା ଦେଇ ପାରିବେ ନାହିଁ । ମାତ୍ର ପଶୁ ଏବଂ ମନୁଷ୍ୟ ମଧ୍ୟରେ ସେଭଳି ନିଃସ୍ୱାର୍ଥପର ପ୍ରେମ ବି ଅନେକ ସମୟରେ ଦେଖିବାକୁ ମିଳିଥାଏ । ଆଉ ସେମିତି ଦୃଶ୍ୟ ପ୍ରାୟ ଦେଖିବାକୁ ମିଳୁନାହିଁ । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଖୁସି ମଧ୍ୟ ହେବେ । ଆଉ ସେ ଦୃଶ୍ୟକୁ ମନଭରି ଉପଭୋଗ ମଧ୍ୟ କରିବେ । ସେହି ଭିଡ଼ିଓରୁ ଆପଣ ଦେଖି ପାରିବେ ଯେ ମନୁଷ୍ୟ ଏବଂ ପଶୁ ମଧ୍ୟ ଏପରି ନିବିଡ଼ ଭଲ ପାଇବା ମଧ୍ୟ ରହିପାରେ ବୋଲି ।

ଭାଇରଲ ଭିଡ଼ିଓଟି ଏକ ହୋଟେଲର ଅଟେ ଯାହାକି ଏକ ଜଙ୍ଗଲ ପାଖର ଅଟେ । ତେବେ ଗୋଟିଏ ସମ୍ବର ଖାଦ୍ୟ ଅନ୍ୱେଷଣରେ ଏକ ହୋଟେଲ ପାଖରେ ପହଞ୍ଚିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ଯେ ସେହି ସମ୍ବରଟି ପ୍ରତ୍ୟେକ ଦିନ ସେହି ସ୍ଥାନକୁ ଖାଦ୍ୟର ଅନ୍ୱେଷଣରେ ଆସେ । ତେବେ ଭିଡ଼ିଓରେ ଦେଖି ପାରିବେ ଯେ ହୋଟେଲର ଜଣେ ବ୍ୟକ୍ତି ତାକୁ ପାଖକୁ ଡାକୁଛନ୍ତି ଏବଂ ଗୋଟିଏ ବରା ଖାଇବାକୁ ଦେଉଛନ୍ତି । ତେବେ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ବେଶ ଭାଇରଲ ହେଉଛି ।

ମାତ୍ର କିଛି ଲୋକେ ଚିନ୍ତା ପ୍ରକଟ କରିଛନ୍ତି ଯେ ମନୁଷ୍ୟ ଏବଂ ପଶୁ ମାନଙ୍କ ମଧ୍ୟରେ ଦୂରତ୍ୱ ଧୀରେ ଧୀରେ କମିବାରେ ଲାଗିଛି । ତେବେ ତାହା କୌଣସି ଭଲ କାରଣ ପାଇଁ ନୁହେଁ ବରଂ ଖରାପ କାରଣ ପାଇଁ । ତାହା ହେଉଛି ଯେତେବେଳେ ମନୁଷ୍ୟ ଜୀବଜନ୍ତୁଙ୍କ ସୁଲଭ ପ୍ରାକୃତିକ ବାସସ୍ଥଳୀକୁ ନିଜର ସ୍ୱାର୍ଥ ପାଇଁ କାମରେ ଲଗାଉଛି ଏବଂ ନଷ୍ଟ କରୁଛି ସେତେବେଳେ ପଶୁ ମାନେ ଖାଦ୍ୟ ଅନ୍ୱେଷଣରେ ସହର ମୁହାଁ ହେଉଛନ୍ତି । ତେବେ ଏହି ଭାଇରଲ ଭିଡ଼ିଓଟି କେରଳର ଅଟେ ଏବଂ ଏଥିରେ ବ୍ୟକ୍ତି ଜଣକ ମାଲାୟଲମରେ କିଛି କହୁଥିବାର ମଧ୍ୟ ଶୁଣା ଯାଇଛି । ତେବେ ସେହି ବ୍ୟକ୍ତି ଜଣକ କହିଛନ୍ତି ଯେ ସେହି ସମ୍ବରଟି ପ୍ରତ୍ୟେକ ଦିନ ହୋଟେଲ ପୁଲିଆଫାରାରୁ ହାତୀଆପ୍ରିଲି ଏହି ଦୁଇ ଜାଗାକୁ ଆସିଥାଏ ।

ସେଠାରେ ଖାଇବା ପରେ ଜଙ୍ଗଲକୁ ଫେରିଯାଏ । ତେବେ ଏହାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ କହିଛନ୍ତି ଯେ ସମ୍ବର ଏବଂ ଅନେକ ଜୀବଜନ୍ତୁ ନିଜର ପ୍ରାକୃତିକ ବାସସ୍ଥଳୀ ଧୀରେ ଧୀରେ ହରାଇ ବସୁଛନ୍ତି । ଯାହାଦ୍ୱାରା ସେମାନେ ଖାଦ୍ୟ ଅଭାବରୁ ଜନବସତି ଆଡ଼କୁ ମୁହାଁଉଛନ୍ତି । ତେବେ ଏହି ଭିଡ଼ିଓଟିକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ ଡ଼ା. ସମ୍ରାଟ ଗୌଡ଼ ସେୟାର କରିଛନ୍ତି । ଏହାସହିତ ସେ କହିଛନ୍ତି ଯେ ଲୋକମାନେ ସମ୍ବର ପ୍ରତି ଯେଉଁ ବ୍ୟବହାର କରୁଛନ୍ତି ତାହାତ ନିଶ୍ଚିତ ଭାବରେ ଭଲ ଅଟେ କିନ୍ତୁ ନିଜର ପ୍ରାକୃତିକ ବାସସ୍ଥଳି ଛାଡ଼ି ସମ୍ବରଟି ସହର ମୁହାଁ ହେବା ଆଦୋୖ ଶୁଭ ସଙ୍କେତ ନୁହେଁ ।

Leave a Reply

Your email address will not be published. Required fields are marked *