ସହିଦ୍ ଦେବାଶିଷ ବିଶ୍ୱାଳଙ୍କ ପତ୍ନି ସୀମାଙ୍କ ବଡ଼ ଭଉଣୀ ପରି ତାଙ୍କ ପାଖରେ ସାହାସ ବାନ୍ଦୀ ଛିଡା ହେଲେ ରାଣୀ ପଣ୍ଡା।

ଜାମ୍ମୁ ଓ କାଶ୍ମୀର ଆତ-ଙ୍କବାଦୀଙ୍କ ଆକ୍ର-ମଣରେ ପୁରୀ ଜିଲ୍ଲା ସତ୍ୟବାଦୀର ବୀର ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳଙ୍କ ସହିଦ୍ ପରେ ଭାଙ୍ଗି ପଡିଛନ୍ତି ତାଙ୍କ ଘର ଲୋକେ ଏବଂ ତାଙ୍କ ସ୍ତ୍ରୀ। ୩ ମାସର ଶିଶୁକୁ ନେଇ ସେ କେମିତି ଜୀବନ କା-ଟିବେ ସେଥିପାଇଁ ସେ ପୁରା ଭାଙ୍ଗି ପଡିଛନ୍ତି। ଦେବାଶିଷ ଙ୍କ ଶେଷ ଦର୍ଶନ ଏବଂ ତାଙ୍କ ପତ୍ନୀଙ୍କୁ ଆଶ୍ଵାସନା ଦେବା ପାଇଁ କିଏ ଆସନ୍ତୁ କିମ୍ବା ନ ଆସନ୍ତୁ କିନ୍ତୁ ଯାତ୍ରା ଜଗତର ପ୍ରସିଦ୍ଧ ରାଣୀ ପଣ୍ଡା ଆଗେଇ ଆସିଛନ୍ତି ପତ୍ନି ସିମାଙ୍କୁ ଆଶ୍ଵାସନା ଦେବା ପାଇଁ।

ସେ ସୀମାଙ୍କୁ କହିଛନ୍ତି ତମେ ମନ ଦୁଃ-ଖ କରନି ମୁଁ ତମ ଭଉଣୀ ପରି। ମଣିଷ ଜୀବନରେ ଅନେକ ବାଧା ବିଘ୍ନ ସହେ ଝିଅକୁ କେମିତି ମଣିଷ ପରି ମଣିଷ କରିବୁ ସେଥିପାଇଁ ସାହାସ ରଖ ଦେଖିବୁ ସବୁ କିଛି ଠିକ୍ ହେଇଯିବ। ମୁଁ ମାନୁଛି ତୁ ତୋ ଜୀବନରେ ଯୋଉ କଷ୍ଟ ପାଇଛୁ ତା ଠାରୁ ବଡ଼ କଷ୍ଟ ଆଉ କିଛି ନାହିଁ ତଥାବି ଏ ସତକୁ ଆମକୁ ମାନି ନେବାକୁ ପଡ଼ିବ।

ତୁ ଯଦି ଏମିତି ବସିକି କା-ନ୍ଦିବୁ ତେବେ ଝିଅର ଭବିଷ୍ୟତ କଣ ହେବ। ଛାତି ଫୁଲେଇ ଗ-ର୍ଭରେ କହ ମୋ ସ୍ଵାମୀ ଏ ଦେଶ ପାଇଁ ଏ ଜାତି ପାଇଁ ହସି ହସି ନିଜ ଜୀବନ ଦେଇଦେଲେ। ମଥା ଟେକି କହ ମୁଁ ମୋ ସ୍ବାମୀ ପାଇଁ ଗର୍ବିତ ମୁଁ ମୋ ଝିଅକୁ ମୋ ସ୍ଵାମୀ ପରି କରିବାକୁ ଚାହେଁ। ମନ ଭିତରେ ସବୁବେଳେ ଦୃଢ଼ ବିଶ୍ଵାସ ରଖ ମୁଁ ସବୁବେଳେ ତମ ସାଥିରେ ଅଛି।

ଯେତେବେଳେ ମତେ ଖୋଜିବ ସେତେବେଳେ ମତେ ପାଖରେ ପାଇବ। ମୁଁ ଜାଣିଛି ନିଜର ଲୋକଙ୍କୁ ହରାଇଲେ କେମିତି ଲଗେ ସେଥିପାଇଁ ମୁଁ ଆଉ ରହିପାରିଲି ନାହିଁ ତମକୁ ଟିକେ ଦେଖା କରି ସାହାସ ଦେବା ପାଇଁ ତମ ପାଖକୁ ଧାଇଁ ଆସିଲି। ଏଇ କିଛି ଟଙ୍କା ରଖ ଝିଅର ଭବିଷ୍ୟତ ପାଇଁ କାମରେ ଆସିବ।

Leave a Reply

Your email address will not be published. Required fields are marked *