ଭାରତର ଏମିତି ଗାଁ, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ହୋଇଥାଏ ଦୁଇଥର ବାହା, ବହୁତ ହିଁ ଅଜବ ଅଟେ କାରଣ

ଭାରତ ଅଜବପ୍ରକାର ରିତିନୀତିରେ ଭରି ହୋଇ ରହିଛି ପ୍ରତିଟି ରାଜ୍ୟରୁ ଶହଶହ କଥା ଶୁଣିବା ପାଇଁ ମିଳି ଯାଇଥାଏ ଏବଂ ତାହା ମଧ୍ୟ ଏମିତି କି ଶୁଣିବା ବାଲା ଏବଂ ଦେଖିବା ବାଲା ଦୁଇଜଣ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତିରେ ତ ଆମ ଦେଶରେ ଦୁଇଥର ବାହା ହେବା ଅଣଆଇନ ଅଟେ। କିନ୍ତୁ ଏଠାରେ ଏମିତି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ ଖୋଲାଖୋଲି ଭାବରେ ଦୁଇଥର ବାହା ହୋଇଥାନ୍ତି। ଆଜ୍ଞା ହଁ…ଏହି ଗାଁରେ ପାଖାପାଖି ପ୍ରତିଟି ଘରୁ ଲୋକମାନଙ୍କର ଦୁଇଟି ସ୍ତ୍ରୀ ମିଳିବେ।

ଯଦି ଆପଣଙ୍କୁ ଏମିତି ଲାଗୁଛି କି ଏଠାର ଲୋକମାନେ ଦୁଇଥର ବାହା ସଉକରେ କରିଥାନ୍ତି ତାହେଲେ ଏମିତି ନୁହେଁ। ଏମାନେ ସଉକରେ ନୁହେଁ ବରଂ ବାଧ୍ୟରେ ଦୁଇଥର ବାହା ହୋଇଥାନ୍ତି। ରାଜସ୍ଥାନର ବାଡମେରରେ ଗୋଟିଏ ଏମିତି ଗାଁ ଅଛି ଯେଉଁଠାରେ ପାଖାପାଖି ୭୦ଟି ଘର ରହିଛି ଏବଂ ସେଠାରେ ରହିବା ଲୋକ ଅଳ୍ପସଂଖ୍ୟକ ସମୁଦାୟର ଅଟନ୍ତି।

ଏହି ଗାଁରେ ଗୋଟିଏ ଅଜବ ପରମ୍ପରା ଅନେକ ବର୍ଷରୁ ଚାଲି ଆସୁଛି।ଏହି ଗାଁରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦ୍ଵିତୀୟ ଥର ବାହା ହେବାପାଇଁ ପଡ଼ିଥାଏ।ଏହାର କାରଣ ସନ୍ତାନ ପ୍ରାପ୍ତି ଅଟେ।। ଏଠାକାର ପ୍ରତିଟି ଯୁବକ ଦୁଇ-ଦୁଇଥର ବାହା ହୋଇଥାନ୍ତି କାରଣ ତାଙ୍କୁ ପ୍ରଥମ ସ୍ତ୍ରୀଙ୍କ ଠାରୁ ସନ୍ତାନ ସୁଖ ମିଳିନଥାଏ ଏବଂ ଦ୍ଵିତୀୟ ବିବାହ କରିବା ମାତ୍ରେ ହିଁ ସନ୍ତାନ ହେବାକୁ ଲାଗିଥାଏ।ଏହି ପରମ୍ପରାକୁ ଗାଁର ଲୋକମାନେ ଇଶ୍ଵରଙ୍କ ଚମତ୍କାର ବୋଲି କହିଥାନ୍ତି।

ବାସ୍ତବରେ, ଏହି ଗାଁରେ କିଛି ପରିବାର ଏମିତି ମଧ୍ୟ ଅଛନ୍ତି ଯେଉଁମାନେ କେବଳ ଗୋଟିଏ ଥର ହିଁ ବାହା ହୋଇଛନ୍ତି କିନ୍ତୁ ସେମାନଙ୍କୁ କେବେବି ସନ୍ତାନ ସୁଖ ମିଳି ପାରିନାହିଁ।ଏହି କାରଣରୁ ଏହି ଗାଁରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଦୁଇଥର ବାହାଘର କରା ଯାଇଥାଏ।ଖାସ କଥା ଏହା ଅଟେ କି ଏହି ଗାଁରେ ପ୍ରଥମ ସ୍ତ୍ରୀଙ୍କୁ ନିଜ ସ୍ବାମୀଙ୍କର ଦ୍ଵିତୀୟ ସ୍ତ୍ରୀଙ୍କୁ ନେଇ କୈାଣସି ସମସ୍ୟା ହେଉନାହିଁ।

ଗାଁର ବୃଦ୍ଧ ୬୫ବର୍ଷର ଆରବ ଖାନ ଜଣାଇଛନ୍ତି କି ଗାଁ ସହିତ ଏହି ସଂଯୋଗ ଅନେକ କାହାଣୀ ସହିତ ଯୋଡା ଅଟେ। ଅନେକ ବର୍ଷ ପୂର୍ବରୁ ଗାଁର ଲାଲା ମୀଠାଙ୍କ ଘରେ ଅନେକ ବର୍ଷ ପର୍ଯ୍ୟନ୍ତ ସନ୍ତାନ ହୋଇ ନଥିଲା। ପରିବାର ଲୋକେ ଅନେକ ଥର ତାଙ୍କ ଉପରେ ଦ୍ଵିତୀୟ ବିବାହ କରିବା ପାଇଁ ଦାବି କରିଥିଲେ କିନ୍ତୁ ମିଠା ସ୍ପଷ୍ଟ ଭାବରେ ମନା କରି ଦେଇଥିଲେ। ପାଖାପାଖି ୫୫ବର୍ଷ ବୟସରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇ ଯାଇଥିଲା ଏବଂ ଏହାପରେ ପରିବାର ଲୋକଙ୍କ ଦାବି କାରଣରୁ ମିଠା ଦ୍ଵିତୀୟ ବାହାଘର ପାଇଁ ରାଜି ହୋଇଥିଲେ।

ବାହାଘରର ଗୋଟିଏ ବର୍ଷ ପରେ ହିଁ ତାଙ୍କ ଘରେ ଝିଅ ଜନ୍ମ ହୋଇଥିଲା ପୁଣି ତିନିଜଣ ପୁଅ ମଧ୍ୟ ହୋଇଥିଲେ।ଏହା ପରଠାରୁ ତ ପ୍ରତିଟି ପରିବାରରେ ପ୍ରଥମ ବାହାଘର ପରେ ପ୍ରଥମ ସ୍ତ୍ରୀଙ୍କ ଠାରୁ କାହାର ସନ୍ତାନ ହୁଏନାହିଁ। ଦ୍ଵିତୀୟ ଥର ବାହା ହେବାପରେ ଦ୍ଵିତୀୟ ସ୍ତ୍ରୀଙ୍କ ଠାରୁ ପ୍ରତିଟି ପରିବାରରେ ସନ୍ତାନ ହୋଇଛି।

ଆଶ୍ଚର୍ଯ୍ୟ କରିଦେବା ଭଳି କଥା ଏହା ଅଟେ କି ଏଠାରେ ପ୍ରଥମ ସ୍ତ୍ରୀଙ୍କୁ ମଧ୍ୟ ନିଜ ସ୍ବାମୀଙ୍କ ଦ୍ଵିତୀୟ ବାହାଘରକୁ ନେଇ କୈାଣସି ସମସ୍ୟା ହୋଇନଥାଏ। ଦୁଇଜଣ ଯାକ ହିଁ ସ୍ତ୍ରୀ ମିଳିମିଶି ରହିଥାନ୍ତି।

Leave a Reply

Your email address will not be published. Required fields are marked *