ପୁଷ୍ପା ସିନେମା ଶୈଳୀରେ ନାମ ସଂକୀର୍ତ୍ତନ , ଏପରି ଅଷ୍ଟମ ପ୍ରହରୀ ଆଗରୁ ଦେଖିନଥିବେ ଠାକୁରଙ୍କ ନାମରେ ଚାଲିଛି ପ୍ରହସହ : ଦେଖନ୍ତୁ ଭିଡିଓ

ସାଧରଣତଃ ଆମ ରାଜ୍ୟର ପରମ୍ପରା ଅନୁଯାୟୀ ଅନେକ ସ୍ଥାନରେ ଭଗବାନଙ୍କ ନାମ ସଂକୀର୍ତ୍ତନ , ଅଷ୍ଟମ ପ୍ରହରୀ ଏବଂ ଅନ୍ୟାନ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ସେହି ସବୁରେ ଅନେକ ପାରମ୍ପରିକ ଢ଼ଙ୍ଗରେ ଭଗବାନଙ୍କ ଆରାଧନା କରାଯାଇଥାଏ । କିନ୍ତୁ ଯେହେତୁ ବର୍ତ୍ତମାନ ଯୁଗ ପରିବର୍ତ୍ତନ ହୋଇଛି ଏବଂ ସମୟ ବି । ତେଣୁ ସମୟର ପରିବର୍ତ୍ତନ ଅନୁଯାୟୀ ଏହି ସବୁ ପାରମ୍ପରିକ ଉତ୍ସବ ପାଳନ କାରବାର ଜରିଆ ମଧ୍ୟ ବଦଳି ଯାଇଛି । ଅଷ୍ଟମ ପ୍ରହରୀ ରେ ନାମ ସଂକୀର୍ତ୍ତନ ରେ ଏପରି ଅଙ୍ଗଭଙ୍ଗୀ ଏବଂ ଗୀତ ପରିବେଷଣ ହେଉଛି ଯାହାକୁ ଦେଖି ଆପଣଙ୍କର ବି ସନ୍ଦେହ ହେବ ଯେ ଏପରି ହେବା ଠିକ କି ଭୁଲ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଭାଇରଲ ଭିଡ଼ିଓ ବିଷୟରେ କହିବୁ ଯାହାକି ଅଷ୍ଟମ ପ୍ରହରୀ ଏବଂ ନାମ ସଂକୀର୍ତ୍ତନ ସମୟର ଭିଡ଼ିଓ ଅଟେ

କିଛି ଭାଇରଲ ଭିଡ଼ିଓ ରେ ଏହା ଦେଖା ଯାଇଛି ଯେ ଆଧୁନିକ ଗୀତ ର ତାଳରେ ଲୋକେ ନାଚୁଛନ୍ତି । ଯାହାକି ପୌରାଣିକ ପରମ୍ପରା ର ପୁରା ଭିନ୍ନ ଅଟେ । ନିକଟରେ ଏକ ନାମ ସଂକୀର୍ତ୍ତନ ର ଭିଡ଼ିଓ ଭାଇରଲ ହୋଇଛି ଯେଉଁଥିରେ ପୁଷ୍ପା ଫିଲ୍ମର ଶ୍ରୀବଲ୍ଲୀ ଗୀତରେ ଲୋକେ ନାଚୁଥିବାର ଦେଖା ଯାଇଛି । ତାହା ପୁଣି ସମାନ ସେହି ଅଙ୍ଗଭଙ୍ଗୀ ପ୍ରଦର୍ଶନ କରି । ଖାଲି ଏଇଟା ନୁହେଁ ବରଂ ନାମ ସଂକୀର୍ତ୍ତନ ର ଆହୁରି କେତେକ ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି । ଝାଞ୍ଜ ମୃଦଙ୍ଗ ଏବଂ ଖୋଳ ଏବଂ ହରେ କୃଷ୍ଣ ହରେ ରାମ ଶୁଣା ଯାଉଛି କିନ୍ତୁ ପାରମ୍ପରିକ ଶୈଳୀରେ ନୁହେଁ ।

ଆମ ପୌରାଣିକ ପରମ୍ପରା ଅନୁଯାୟୀ ଅଷ୍ଟମ ପ୍ରହରୀ , ମେଳା , ନାମ ସଂକୀର୍ତ୍ତନ , ନାମ ଯଜ୍ଞ , ଚବିଶ ପ୍ରହରୀ ରହିଥାଏ । ସେଥିରେ କୃଷ୍ଣ ନାମ ଜପ କରୁଥିବାର ଦେଖା ଯାଇଥାଏ । ଗାଁ ଗାଁ ରେ ଛାମୁଣ୍ଡିଆ ହୁଏ , ଗୋବରରେ ଲିପା ଯାଏ ଏବଂ ଯଜ୍ଞ ବି ଚାଲେ । ବାଦୀ ପାଲା ପରି ବିଭିନ୍ନ ସ୍ଥାନରୁ ଆସିଥିବା କୀର୍ତ୍ତନ ଦଳ ପାଳି ପରେ ପାଳି , ଦଳ ପରେ ଦଳ ଆଦି ସମସ୍ତେ ନାମ ବଢ଼ାଇ ଦିଅନ୍ତି । କିନ୍ତୁ ବର୍ତ୍ତମାନ ସମୟର ଏସବୁ ଶୈଳୀ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଅନେକ ଆଡୁ ଲୋକେ ଏହାର ସମାଲୋଚନା ମଧ୍ୟ କରୁଛନ୍ତି । ଆଧୁନିକ ଗୀତରେ ଭଗବାନଙ୍କର ଭଜନ କୀର୍ତ୍ତନକୁ ଯୋଡ଼ି ଏହାକୁ ଅପଭ୍ରଂଶ କରାଯାଉଛି ବୋଲି ମଧ୍ୟ କେହି କେହି କହିଲେଣି । କେଉଁଠି ଯୁବକ ମାନେ ଖୋଳ କୀର୍ତ୍ତନ ଧରି ଦାଣ୍ଡରେ ଗଡ଼ି ଯାଉଛନ୍ତି । ପୁଣି ଆଉ କେଉଁଠି ପୁଷ୍ପା ସିନେମା ଷ୍ଟାଇଲ ରେ ନୃତ୍ୟ କରୁଛନ୍ତି । ସମ୍ବଲପୁରୀ ଗୀତ ଶୈଳୀରେ ମଧ୍ୟ ନୃତ୍ୟ ହେଉଛି । ତେବେ ଲୋକଙ୍କ କହିବା କଥା ଯେ ଏହା ଆମ ଓଡ଼ିଆ ପରମ୍ପରା ରେ ଗ୍ରହଣ ଯୋଗ୍ୟ କି ନୁହେଁ ?

Leave a Reply

Your email address will not be published. Required fields are marked *