ଛାନିଆ ହୋଇ ମନ୍ତ୍ର ପଢିଲେ ପୁରୋହିତ , ବେଦିରେ ପହଁଚିଗଲା ପ୍ରଥମ ସ୍ତ୍ରୀ , ଆଉ ତାପରେ…..

ପଣ୍ଡିତ ତରବରରେ ପଢୁଥିଲେ ମନ୍ତ୍ର ହେଲେ ହୋଇପାରିଲିନି ବାହାଘର । ଏପଟେ ବର ଖସିଯିବାରୁ ପ୍ରଥମ ସ୍ତ୍ରୀ ଥାନାରେ ଅଭିଯୋଗ କରିଛି । ଆଜ୍ଞା ହଁ ! ଏମିତି ଏକ ଘଟଣା ସମସ୍ତଙ୍କୁ ଏବେ ଆଶ୍ଚର୍ଯ୍ୟ କରିଦେଇଛି । କିଭଳି ଭାବରେ ବେଶ ହସଖୁସିରେ ବାହାଘର ହେଉଥିଲା । ବେଦିରେ ବର କନ୍ୟା ବସିଥିଲେ ପୁରୋହିତ ମଧ୍ୟ୍ୟ ମନ୍ତ୍ର ପଢୁଥୁଲେ ବାସ ଆଉ କିଛି ସମୟ ପରେ ବାହାଘରର ସବୁ ରୀତି ନୀତି ଶେଷ ହେଇଯାଇଥାନ୍ତା ।କିନ୍ତୁ ଠିକ ସେହି ସମୟରେ ପହଞ୍ଚି ଯାଇଥିଲେ ପ୍ରଥମ ସ୍ତ୍ରୀ ଆଉ ବରକୁ ବେଦୀରୁ ବାହାରକୁ ଘୋଷାରି ଆଣିଲେ । ବିବାହିତ ଥାଉ ଥାଉ ଆଉ କାହାକୁ କେମିତି ବିବାହ କରି ପାରିଲେ ବୋଲି ପଚାରିଲେ ।

ଆସିଥିବା ବନ୍ଧୁ ବାନ୍ଧବ ସବୁ ଆଶ୍ଚର୍ଯ୍ୟ ହେଇଗଲେ । ଏଭଳି ଏକ କଥା ଶୁଣି ଅର୍ଥାତ ବର ବିବାହିତ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପ୍ରଥମ ସ୍ତ୍ରୀ ଯେତେବେଳେ କାନ୍ଦି କାନ୍ଦି ନିଜ ସ୍ୱାମୀକୁ ବର ବେଦୀରୁ ଘୋଷାରି ପକାଉ ଥିଲା ସେତେବେଳେ ବରର ସ୍ଥିତି ମଧ୍ୟ ଅସମ୍ଭାଳ ହୋଇଯାଉଥିଲା ।

ଆଉ ବିବାହ କରିବା ଆଶା ନେଇ ବସିଥିବା କନିଆଟି ଆଖିରୁ ଲୁହ ଝରାଉ ଥିଲା । ସେ କେବେ ଭାବିନଥିଲା ଏମିତି ତାସହିତ ହେବ ବୋଲି । ସେ ସବୁବେଳେ ଭାବିଥିବେ ଯେ ସେ ତାଙ୍କର ଏକମାତ୍ର ସ୍ୱାମୀ କିନ୍ତୁ ସେ ଭାବି ନଥିଲେ ଯେ ସେ ଦ୍ୱିତୀୟ ସ୍ତ୍ରୀ ହୋଇଯିବେ ବୋଲି । ଆଉ ଏକଥା ଭାବି ଭାବି କନିଆ ବେଦିରେ ଭୋଭୋ ହୋଇ କାନ୍ଦିପକେଇଲା ।

ନା ସେଠି ବାହାଘର ହେଇପରିଲା ନା ଗଣ୍ଡଗୋଳ ବନ୍ଦ ହେଲା । ବେଦୀରୁ ବର ଚମ୍ପଟ ମାରିଲା । ଏ ବାହାଘର ସାଲିପୁର ଗାଁ ବଲାଙ୍ଗୀର ପାଟଣା ହେଇଛି ବୋଲି ଜଣାପଡିଛି । ୨୦୧୫ ରେ ପ୍ରଥମ ବିବାହ କରିଥିଲେ ବ୍ୟକ୍ତି ଜଣକ । ବାହାଘର ପରେ ୮ ବର୍ଷ ହେଲା ଦୁହେଁ ଅଲଗା ରହୁଥିଲେ କାରଣ ସ୍ୱାମୀଙ୍କୁ ଦରକାର ଥିଲା ଅଧିକ ସ୍ପେସ ।

ଯୌତୁକ ପାଇଁ ପ୍ରଥମ ସ୍ତ୍ରୀକୁ ରଖିଥିଲା । ପ୍ରଥମ ସ୍ତ୍ରୀ ବାପଘରେ ରହୁଥିଲେ । ଏପଟେ ଲୁଚିଲୁଚି ବିବାହ କରୁଥିଲେ ସ୍ୱାମୀ । ଠିକ ସେଇ ସମୟରେ ସ୍ତ୍ରୀ ଆସି ବରକୁ ବେଦୀରୁ ଘୋଷାରି ଆଣିଥିଲେ । ଆଉ ଏହି ମାମଲାକୁ ନେଇ ବର୍ତ୍ତମାନ ଉତ୍ତେଜନା ଦେଖା ଦେଇଛି କାରଣ ପ୍ରଥମ ସ୍ତ୍ରୀଙ୍କ ସହିତ ତାଙ୍କର ଏପର୍ଯ୍ୟନ୍ତ ଛାଡ଼ପତ୍ର ସୁଦ୍ଧା ହୋଇନାହିଁ ।

Leave a Reply

Your email address will not be published. Required fields are marked *