” ଓଡ଼ିଆ ଝିଅ ” ୟୁଟ୍ୟୁବ ଚ୍ୟାନେଲର ତିନି ଟ୍ୟାଲେଣ୍ଟେଡ଼ କଳାକାର । ମିଡିଆରେ କହିଲେ ” ପ୍ରଥମ ଥର ରୋମାନ୍ସ କଲୁ …….

ବର୍ତ୍ତମାନ ସମୟରେ ୟୁଟ୍ୟୁବରେ ଓଡ଼ିଆ କମେଡ଼ିତ ଖୁବ ଲୋକପ୍ରିୟ । ଏହାବ୍ୟତୀତ ବର୍ତ୍ତମାନ ସମୟରେ କେବଳ ଯେ ଖାଲି ପୁଅ ମାନେ ୟୁଟ୍ୟୁବରେ କମେଡି କିମ୍ବା କୌଣସି ଅଭିନୟ କିମ୍ବା ସର୍ଟ ଫିଲ୍ମ କରୁଛନ୍ତି ତାହା ନୁହେଁ , ଅନେକ ଝିଅ ପିଲା ମଧ୍ୟ ଭଲ ଏଣ୍ଟରଟେନମେଣ୍ଟ ସହିତ ସର୍ଟ ଫିଲ୍ମ ମଧ୍ୟ କରି ପାରୁଛନ୍ତି । ଖାଲି ସେତିକି ନୁହେଁ , ଲୋକପ୍ରିୟତା ସହିତ ଭଲ ରୋଜଗାର ମଧ୍ୟ ସେମାନେ କରି ପାରୁଛନ୍ତି । ତେବେ ଏହାର ଏକ ବଡ଼ ଉଦାହରଣ ହେଉଛନ୍ତି ଏହି ତିନି ଝିଅ ଆଦ୍ୟାଶା , ତନୁଶ୍ରୀ ଏବଂ ଶ୍ବାତିକାନା । ଯାହାଙ୍କୁ ବର୍ତ୍ତମାନ ସମୟରେ ଓଡ଼ିଶାର ପ୍ରାୟ ସବୁ ଲୋକ ଭଲ ଭାବରେ ଜାଣିଥିବେ ।

ତିନି ଜଣଙ୍କୁ ଆପଣ ମାନେ ମଧ୍ୟ ୟୁଟ୍ୟୁବରେ ନାନା କମେଡି ଭିଡ଼ିଓ ଠାରୁ ଆରମ୍ଭ କରି ନିଜର ସର୍ଟ ଫିଲ୍ମ ଚ୍ୟାନେଲ ଏବଂ ଅନ୍ୟ ୟୁଟ୍ୟୁବଙ୍କ ଭିଡ଼ିଓରେ ଅଭିନୟ କରିଥିବାର ଦେଖିଥିବେ । ତେବେ ଏହି ତିନି ଜଣ ବର୍ତ୍ତମାନ ନୁହେଁ ବରଂ ଗତ ୩ ରୁ ଚାରି ବର୍ଷ ହେବ ୟୁଟ୍ୟୁବରେ କାମ କରି ଆସୁଛନ୍ତି ।

ଆଉ ସେବେଠାରୁ ଏବେ ପର୍ଯ୍ୟନ୍ତ ସେମାନେ ନିଜ ଅଭିନୟରେ ଉନ୍ନତି ଆଣିବା ସହିତ ନିଜର ଫ୍ୟାନ ଫୋଲଇଂ ମଧ୍ୟ ବହୁତ ବଢ଼ାଇଛନ୍ତି । ଏବେ ସେମାନଙ୍କୁ ଏକାଧିକ ଲୋକ ଜାଣିଛନ୍ତି । ବର୍ତ୍ତମାନ ସମୟରେ ତିନି ଜଣ ନିଜର ବ୍ୟକ୍ତିଗତ ଚ୍ୟାନେଲ ଓଡ଼ିଆ ଝିଅ ଚ୍ୟାନେଲରେ କାମ କରୁଛନ୍ତି । ଯେଉଁଥିରେ ଭିନ୍ନ ଭିନ୍ନ କ୍ୟାମେଷ୍ଟ୍ରିକୁ ନେଇ କମେଡି କିମ୍ବା ସର୍ଟ ଫିଲ୍ମ କରୁଛନ୍ତି ।

ତାହାକୁ ଦର୍ଶକ ମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି । ଗତ କିଛିଦିନ ତଳେ ସେମାନେ ” ରଙ୍ଗ ଲତା ଋଷିଛି ” ନାମରେ ଏକ ସର୍ଟ ଫିଲ୍ମ ପରିବେଷଣ କରିଥିଲେ । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଏହାବ୍ୟତୀତ ଶାଶୁ ବୋହୂ ଏବଂ ଦୁଇ ଜାଆ ଏମିତି ଅନେକ କ୍ୟାମେଷ୍ଟ୍ରିରେ ଭିଡ଼ିଓ ଆଣିଥାଆନ୍ତି । ନିଜ ବାଲେଶ୍ୱର ଭାଷାରେ ଡାଇଲଗ କାରଣରୁ ଏମାନେ ଆହୁରି ପରିଚିତ । ପୁଣି ସେମାନେ ସାକ୍ଷାତକାରରେ କହିଛନ୍ତି ଯେ , ଝିଅ ଝିଅ ଭିତରେ ଅଭିନୟ କରିଥିବାରୁ , ପୁଅ ଭାବରେ ଅଭିନୟ କରି ମଧ୍ୟ ରୋମାନ୍ସ କରିବାରେ ସେମାନଙ୍କୁ ଭାରି ମଜା ଆସୁଛି । ” ତେବେ ଏଠାରେ କହି ରଖିବୁ ଯେ ନିଶ୍ଚିତ ଭାବରେ ଏହି ତିନି ଜଣ ସେହି ଲୋକଙ୍କ ପାଇଁ ଉଦାହରଣ , ଯେଉଁମାନେ ନିଜ ଦମରେ କିଛି କରିବାକୁ ଭୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *