ପ୍ରେମିକା ସହିତ ସମ୍ପର୍କ ରଖୁଥିବା ସମୟରେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ , ପ୍ଲାଷ୍ଟିକ ବ୍ୟାଗରେ ଶବକୁ ଭର୍ତି କରି….

ପ୍ରେମ ମଣିଷକୁ ଅନ୍ଧ କରିଦିଏ । ସେଥିରେ ଜାତିପ୍ରଥା କି ଧର୍ମ , ବର୍ଣ୍ଣ ନଥାଏ । ଆଉ ତାହା ହିଁ ପ୍ରକୃତ ପ୍ରେମ ହୋଇଥାଏ । କିନ୍ତୁ ଆଜିର ସମାଜରେ ଏହି ପ୍ରେମର ସଂଜ୍ଞା ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । ଆଉ ପ୍ରକୃତରେ ପ୍ରେମର ସଂଜ୍ଞା ଶାରୀରିକ ସଂପର୍କ ହୋଇଯାଇଛି । ଆଜିର ସମାଜରେ ଅଧିକାଂଶ ଲୋକ ଶାରୀ-ରିକ ସମ୍ପର୍କ ରଖିବା ପରେ ଅଲଗା ହୋଇ ଯାଉଛନ୍ତି । ତେବେ ଏପରି କିଛି ଲଜ୍ଜାକର ଘଟଣା ଘଟିଛି ବାଙ୍ଗାଲୋରରେ ।

ଜଣେ ୬୭ ବର୍ଷୀୟ ବୃଦ୍ଧଙ୍କର ନିଜ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ଚାଲି ଯାଇଛି ଜୀବନ । ତେବେ ଏହାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି । ତେବେ ସୂଚନା ଅନୁଯାୟୀ , ମୃତ ବୃଦ୍ଧଙ୍କ ନାମ ବାଲା ସୁବ୍ରମଣ୍ୟମ ଅଟେ ଏବଂ ସେ ଜେପି ନଗରର ପୁଟ୍ଟେନାହାଲିରେ ନିଜ ପୁଅ ବୋହୁ ଏବଂ ନାତି ସହିତ ରହୁଥିଲେ । ସେ ଜଣେ ବଡ ବ୍ୟବସାୟୀ ମଧ୍ୟ ଥିଲେ । ତେବେ ଏହାରି ମଧ୍ୟରେ ବାଲାଙ୍କ ଘରେ କାମ କରୁଥିବା ୩୫ ବର୍ଷୀୟ ମହିଳାଙ୍କ ସହିତ ତାଙ୍କ ସମ୍ପର୍କ ରହିଥିଲା ।

ମହିଳା ଜଣକ ବିବାହିତା ହୋଇଥିବା ସତ୍ତ୍ଵେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ରହୁଥିଲା ସମ୍ପର୍କ । ଏପରିକି ବୃଦ୍ଧ ଜଣକ ମଧ୍ୟ ମହିଳାଙ୍କ ଘରକୁ ଯାଉଥିଲେ । ତେବେ ଗତକାଲି ବୃଦ୍ଧ ଜଣକ ନିଜ ନାତିକୁ ବ୍ୟାଡମିଣ୍ଟନ କ୍ଲାସ ରେ ଛାଡ଼ିବା ପାଇଁ ଘରୁ ବାହାରକୁ ଆସିଥିଲେ। ଅପରାହ୍ନ ୫ଟା ସମୟରେ ବୋହୂକୁ ଫୋନ କରି କିଛି ବ୍ୟକ୍ତିଗତ କାମ ଥିବାରୁ ଘରେ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି କହିଥିଲେ । ଆଉ ଏହାପରେ ମହିଳାଙ୍କ ଘରକୁ ଯାଇଥିଲେ ।

ତେବେ ଉଭୟେ ସେଠାରେ ସମ୍ପର୍କ ରଖୁଥିବା ସମୟରେ ହଠାତ୍ ବୃଦ୍ଧଙ୍କ ହାର୍ଟ ଆଟାକ ରେ ଜୀବନ ଚାଲି ଯାଇଥିଲା । ଗତ ମାସ ବୃଦ୍ଧଙ୍କ ହାର୍ଟ ସର୍ଜରୀ ମଧ୍ୟ ହୋଇଥିଲା । ତେବେ ଏହାପରେ ମହିଳାଙ୍କୁ ଚାରିଆଡ଼େ ଅନ୍ଧକାର ଦେଖା ଦେଇଥିଲା । ତେଣୁ ସେ ନିଜ ସ୍ଵାମୀ ଏବଂ ଭାଇଙ୍କ ସହିତ ମିଶି ମୃତଦେହକୁ ଏକ ପ୍ଲାଷ୍ଟିକ କଭରରେ ଗୋଡ଼ାଇ ତା ଉପରେ ବେଡସିଟ ଗୋଡ଼ାଇ ଦେଇ ରାସ୍ତା ପାଖରେ ଫୋପାଡ଼ି ଦେଇ ଆସିଥିଲେ । ପୋଲିସ ଯେମିତି ନ ଜାଣି ପାରୁ , ସେଥିପାଇଁ ସେମାନେ ସବୁ ବ୍ୟବସ୍ଥା କରି ନେଇଥିଲେ।

ଅନ୍ୟ ପକ୍ଷରେ ଶଶୁରଙ୍କ ଘରକୁ ଫେରିବାକୁ ବିଳମ୍ବ ହେବାରୁ ବୋହୂ ତାଙ୍କୁ ଫୋନ୍ କରି ଚାଲିଥିଲେ । କିନ୍ତୁ କିଛି ଲାଭ ମିଳି ପାରିନଥିଲା । ଏହାପରେ ବାଲାଙ୍କ ପୁଅ ସୁବ୍ରମଣ୍ୟ ନଗର ପୋଲିସ ଷ୍ଟେସନରେ ବାପାଙ୍କ ନିଖୋଜ ହେବା କଥା ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ କରିବା ପରେ ରାସ୍ତା କଡ଼ରୁ ସେହି ପ୍ଲାଷ୍ଟିକ କଭରରୁ ମୃତଦେହ ଉଦ୍ଧାର କରିଥିଲା ।

ଏହାପରେ ସେହି ୩୫ ବର୍ଷୀୟ ମହିଳାଙ୍କୁ ପଚରାଉଚରା କରିବା ସମୟରେ ସେ ସବୁ ସତ ସ୍ୱୀକାର କରିଥିଲେ । ଆଉ ପୋଲିସ ଭୟରେ ଶବକୁ ଏପରି ଫୋପାଡ଼ି ଦେଇଥିଲେ ବୋଲି ସ୍ବୀକାର ମଧ୍ୟ କରିଥିଲେ । ଏହାପରେ ପୋଲିସ ମହିଳା ତଥା ତାଙ୍କ ସମ୍ପର୍କୀୟ ମାନଙ୍କୁ ଗିରଫ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

Leave a Reply

Your email address will not be published. Required fields are marked *