ପ୍ରେମ ପାଇଁ ବହୁତ ମା-ଡ ଖାଇଛି , ତଥାପି ହାରି ଯାଇନାହିଁ – ନିରୁ

ପ୍ରେମ କାହା ପାଇଁ କିଛି ହୋଇ ନଥିବା ବେଳେ ଆଉ କିଛି ଲୋକଙ୍କ ପାଇଁ ସବୁକିଛି ହୋଇଥାଏ । ପ୍ରେମ ବିନା ତାଙ୍କୁ ଜୀବନ ଅଧୁରା ଲାଗିଥାଏ । ଆଉ ନିଜ ଜୀବନରେ ସେହି ମନର ମଣିଷକୁ ପାଇବା ପାଇଁ ଲୋକେ କିଛି ବି କରି ପାରନ୍ତି । ତେବେ ଏ କଥା ଆମେ କହୁ ନାହୁଁ , ଏ କଥାର ପ୍ରମାଣ ଯୁଗ ଯୁଗ ଧରି ରହି ଆସିଛି। ତେବେ ଆଜି ଆମେ ଆପଣଙ୍କୁ ଏପରି ଦୁଇ ମଣିଷଙ୍କ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଆଖିରେ ଲୁ-ହ ଆଣି ଦେଇପାରେ ।

ବର୍ତ୍ତମାନ ସମୟରେ ଓଡ଼ିଶାର ଘରେ ଘରେ ପରିଚିତ ଦିବ୍ୟ ଏବଂ ନୀରୁ । ଯେଉଁ ମାନେ ସୋସିଆଲ ମିଡ଼ିଆ ୟୁଟ୍ୟୁବରେ ନିଜର ଛାଇ ବନାଇ ରଖିଛନ୍ତି । ଅନେକ ଲୋକ ତାଙ୍କୁ ବହୁତ ଭଲ ପାଆନ୍ତି ଆଉ ସେମାନଙ୍କ ଭିଡିଓ ଦେଖିବା ପାଇଁ ଭଲ ପାଆନ୍ତି । ତେବେ ଆପଣ ଜାଣିଛନ୍ତି କି , ଏଇ ଦୁଇ ଜଣକ ପ୍ରେମ କାହାଣୀ ବିଷୟରେ । କିପରି ଆଜି ସେମାନେ ପରସ୍ପରକୁ ପାଇଛନ୍ତି ଆଉ ଏକାଠି ରହୁଛନ୍ତି । ତେବେ ଏହି କଥା କ୍ୟାମେରା ଆଗରେ ବଖାଣିଛନ୍ତି ନିରୁ । ତାଙ୍କ କହିବା ଅନୁଯାୟୀ , ପ୍ରେମ ପାଇଁ ସେମାନେ ଅନେକ ସଂଘ-ର୍ଷ କରିଛନ୍ତି । ଦୁହେଁ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ ।

ଆଉ ଘରେ ମଧ୍ୟ ଦୁହେଁ ଭଲ ସାଙ୍ଗ ବୋଲି ଜାଣିଥିଲେ । ତେବେ ଏହାରେ ମଧ୍ୟରେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଇ ଯାଇଥିଲେ । ଆଉ ଏହି କଥା ଦିବ୍ୟ ନିଜ ଘରେ ଜଣାଇ ଦେଇଥିଲେ । ଅନ୍ୟ ପକ୍ଷରେ ନିରୁ ମଧ୍ୟ ନିଜ ଘରେ ଏହି କଥା ଜଣାଇ ଥିଲେ କିନ୍ତୁ ଘରେ ସମସ୍ତେ ବାହାଘର ବିରୁ-ଦ୍ଧରେ ରହିଥିଲେ । କାହିଁକି ନା ଦିବ୍ୟଙ୍କର ଥିଲା ବ୍ୟବସାୟ ।

ତେଣୁ ଘରେ ନିରୁଙ୍କୁ କହିଥିଲେ , ତୁ ଯାଇ କେମିତି ରହିବୁ । ତଥାପି ନିରୁ କାହା କଥା ଶୁଣି ନଥିଲେ । ଆଉ ଏକଦା ରାତି ସମୟରେ ଦିବ୍ୟ ନୀରୁଙ୍କୁ ଗୋଲାପ ଦେବା ପାଇଁ ଆସିଥିଲେ । ଆଉ ରାତି ସମୟରେ କାହା ସହିତ ଫୋନ୍ ରେ କଥା ହେବାର ଶୁଣି ଦେଇଥିଲେ ନୀରୁଙ୍କ ମାଆ । ଏହାପରେ ତାଙ୍କୁ ଗୋଟିଏ ଗୋଡରେ ଛିଡା କରାଇ ଦେଇଥିଲେ ।

ଆଉ ଆରମ୍ଭ ହୋଇଥିଲା ମା-ଡ଼ । ଏପରି ମା-ଡ଼ ଖାଇଥିଲେ କି , ତାଙ୍କ ଦେହ ଫାଟି ଯାଇଥିଲା । ତେବେ ସେ ଯାହା ବି ଘର ବିରୁ-ଦ୍ଧରେ ଯାଇ ନୀରୁ ଦିବ୍ୟଙ୍କୁ ବିବାହ କରିବା କଥା ଚିନ୍ତା କରିଥିଲେ । କାହିଁକି ନା ଘରେ ପୁରା ବାହାଘର ବିରୁ-ଦ୍ଧରେ ରହିଥିଲେ । ତେଣୁ ଦୁହେଁ ଯାଇ ଆଗ କୋର୍ଟ ମ୍ୟାରେଜ୍ କରି ଦେଇଥିଲେ ।

ଏହାପରେ ନିରୁ ନିଜ ବାପା ମାଆଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ବୁଝି ନଥିଲେ । ଆଉ ତାପରେ ଦିବ୍ୟଙ୍କ ଘରେ ରୀତିନୀତି ଅନୁଯାୟୀ ଦୁହିଁଙ୍କ ବିବାହ କରାଇ ଥିଲେ । ସେଥିରେ ମଧ୍ୟ ନିରୁଙ୍କ ବାପା ମାଆ ଆସି ନଥିଲେ । ତେବେ ବହୁତ ମନ ଦୁଃ-ଖ କରିଥିଲେ ନିରୁ । ତେବେ ବର୍ତ୍ତମାନ ସମୟରେ ନିରୁଙ୍କ କହିବା ଅନୁଯାୟୀ , ଘରେ ସମସ୍ତେ ବହୁତ ଖୁସି ଅଛନ୍ତି ଆଉ ବାପା ମାଆ ସେମାନଙ୍କୁ ଗ୍ରହଣ ମଧ୍ୟ କରି ନେଇଛନ୍ତି ।

Leave a Reply

Your email address will not be published. Required fields are marked *