ପ୍ରଚାର କରିବେ ଅନୁଭବ। ଗୋଇ ଖୋଳିବେ ବର୍ଷା…ବ୍ୟକ୍ତିଗତ ଜୀବନକୁ ନେଇ ରାଜନୀତିରେ ଫାଇଦା ମାରିବେ।

ପ୍ରଚାର ମୈଦାନରେ ଗୋଇ ଖୋଳାଖୋଳି ହେବେ। ବ୍ୟକ୍ତିଗତ ଜୀବନକୁ ନେଇ ରାଜନୀତିରେ ଫାଇଦା ମାରିବେ। ଭୁଲକୁ ନେଇ ଗୋଡ଼ ଟଣାଟଣୀ ହେବେ ଅନୁଭବ ବର୍ଷା। ନାଁ ଥିବ କୋର୍ଟ ନାଁ ଥିବ କାଠ ଗୋଡା। ନା ଅର୍ଡର କରିବା ପାଇଁ ଥିବେ ବିଚାରପତି। କିନ୍ତୁ ତଥାପି ମୁହାଁମୁହିଁ ଲଢ଼ିବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶୀନି।ଏଥର ରାଜନୀତି ମୈଦାନରେ ହେବ ନିର୍ବାଚନ ଲଢେଇ। କୌଣସି ଦଲିଲ ନୁହେଁ ହାତରେ ଥିବ ଦଳୀୟ ପତକାକୁ ଧରି ଏହି ରାଜନୀତିରେ ଲଢ଼ିବେ ଷ୍ଟାର କପୁଲ। ଆଉ ଏହି ଲଢେଇରେ ପରସ୍ପରକୁ ସାମ୍ନା କରିବେ ଓଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡି ଅନୁଭବ ଏବଂ ବର୍ଷା।

ଏଥର କୋର୍ଟର ଚାରି କାନ୍ଥ ଭିତରେ ନୁହେଁ ଖୋଲା ମୈଦାନରେ ହେବ ଫଇସଲା। ପାରିବାରିକ ବିବାଦ ପରେ ନିର୍ବାଚନରେ ଦେଖିବାକୁ ମିଳିବ ଅନୁଭବ ଏବଂ ବର୍ଷାଙ୍କ ଫାଇଟ। ଦଳକୁ ବିଜୟ ପାଇଁ ଉଭୟ ପରସ୍ପର ଉପରେ ପ୍ରହାର କରିବେ ବ୍ରହ୍ମାସ୍ତ୍ର।କିଛିଦିନ ତଳେ କେନ୍ଦ୍ରାପଡା ସାଂସଦ ବିଜେଡିରେ ଛାଡି ବୁଜେପିକୁ ଯାଇଛନ୍ତି। ଏପଟେ ଶଙ୍ଖ ଭବନରେ ଆସି ବିଜେଡିର ସାମିଲ ହୋଇଛନ୍ତି ବର୍ଷା ପରିଦର୍ଶନୀ। ଉଭୟ ଯୋଡି ଗତ ୪ ବର୍ଷରୁ ପାରିବାରିକ ବିବାଦକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି। ଦିନେ ବର୍ଷା ଅନୁଭବଙ୍କ ପାଇଁ ପ୍ରଚାର କରୁଥିଲେ ମୈଦାନକୁ ଓଲ୍ହାଇ ଅନୁଭବଙ୍କୁ ଜିତାଇବା ପାଇଁ କହୁଥିଲେ। କିନ୍ତୁ ଏବେ ଉଭୟ ବିପକ୍ଷରେ ଲଢ଼ିବେ। ଅନୁଭବଙ୍କ ବିପକ୍ଷରେ ଲଢ଼ିବେ ବର୍ଷା ପରିଦର୍ଶନୀ ଜୋରଦାର ଫାଇଟ ହେବ। ଆସନକୁ ଅଗତିଆରକୁ ଆଣିବା ପାଇଁ ଲଢ଼ିବେ ବର୍ଷା ଏବଂ ଅନୁଭବ।

ଯଦି ଦେଖିବା କୋର୍ଟର କାଠ ଗଡ଼ାରେ ବାରମ୍ବାର ଆମ୍ନା ସାମ୍ନା ହୋଇସାରିଛନ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ। କିନ୍ତୁ ଏଥର ଲଢେଇ ନିଜ ପାଇଁ ନୁହେଁ ବରଂ ଲଢେଇ ଦଳକୁ ଜିତାଇବା ପାଇଁ ମୁହାଁମୁହିଁ ହେବେ ଏଇ ଦୁଇ ଷ୍ଟାର। ରାଜ୍ୟ ରାଜନୀତିରେ ବର୍ତ୍ତମାନ ସୁଦ୍ଧା ଅନୁଭବକୁ କୌଣସି ଟିକେଟ ଦେଇନାହିଁ ବିଜେପି। ଏପଟେ ବର୍ଷାଙ୍କୁ କୌଣସି ଟିକେଟ ମିଳିବ କି ନାହିଁ ତାହା ଆଶଙ୍କା ଘେରରେ ରହିଛି। ଯଦି ମିଳେ ତେବେ ଉଭୟଙ୍କୁ ଅଲଗା ଅଲଗା ସ୍ଥାନରେ ମିଳିବ। କାରଣ ଏମିତି ଗୋଟିଏ ସ୍ଥାନ ନାହିଁ ଯେଉଁ ସ୍ଥାନରେ ଦୁଇଟି ଜାଗା ଥିବ ଦୁଇଟି ଦଳରେ ପୁଣି ଏକା ସାଙ୍ଗରେ।

ତେଣୁ ଯାହା ଅନୁଭବ କରାଯାଉଛି ଏଥର ଅନୁଭବ ଏବଂ ବର୍ଷା ନିଜ ନିଜ ଦଳ ପାଇଁ କେବଳ ଷ୍ଟାର ପ୍ରଚାରକ ଦାୟିତ୍ୱ ତୁଲାଇ ପାରନ୍ତି। ଏମିତି ହେଲେ ଉଭୟ ଷ୍ଟାରଙ୍କୁ କଟକରୁ ନିର୍ବାଚନୀ ପ୍ରଚାର କରୁଥିବାର ଦେଖିବାକୁ ମିଳିବ। ତାହା ପୁଣି ଗୋଟିଏ ମୈଦାନରେ ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ହେବ କଡା ଟକର।

ପୂର୍ବରୁ ବର୍ଷା ବିଜେଡି ପାଇଁ ପ୍ରଚାର ତଥା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି। କିନ୍ତୁ ସେ ବର୍ତ୍ତମାନ ବିଧିବଧ ଭାବରେ ବିଜେଡିକୁ ନିଜର କରିଛନ୍ତି ସେପଟେ ଅନୁଭବ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ତେଣୁ ପ୍ରଚାର ମୈଦାନରେ ଉଭୟଙ୍କ ଲଢେଇ ଦେଖିପାରେ ରାଜ୍ୟ ରାଜନୀତି। ବର୍ଷା ପ୍ରିୟଦର୍ଶିନୀ ଏବେ ବିଜେଡିରେ ସାମିଲ ହେବା ପରେ ଉଭୟଙ୍କୁ ନେଇ ବେସ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଅନୁଭବଙ୍କୁ ବିଜେପି ପ୍ରାର୍ଥୀ କରିବା ସମ୍ଭାବନା ଅଧିକ ରହିଛି।

ତେଣୁ କୁହାଯାଉଛି ଯେ ବର୍ଷା ଅନୁଭବଙ୍କ ବିରୋଧରେ ପ୍ରଚାର କରିପାରନ୍ତି। ବିଜେଡି ମଧ୍ୟ ବର୍ଷାଙ୍କ ଲୋକପ୍ରିୟତାକୁ ଅସ୍ତ୍ର କରି ଟିକେଟ ହାତେଇବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେଣୁ ନିର୍ବାଚନ ମୈଦାନରେ କିଏ ମାରିବ ବାଜି ଏ ନେଇ ରାଜ୍ୟ ରାଜନୀତି ଠାରୁ ଜନତା ସମସ୍ତେ ଆଲୋଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *