ବାପାର ନି-ଖୋଜ ଖବର ଦେବା ପାଇଁ ଝିଅ ଆସିଥିଲା ଥା-ନା , ଏବେ ହୋଇଗଲା ନିଜେ ନି-ଖୋଜ

ବାପା କୁଆଡେ଼ ଚାଲି ଯାଇଥିଲେ ଆଉ ବାପାକୁ ଖୋଜି ଖୋଜି ପୁରା ପରିବାର ପାଗଳ ଭଳି ହୋଇ ଯାଉଥିଲେ । କୁଆଡେ ଗଲେ ତାଙ୍କୁ ପରିବାର ଲୋକ ଯେତେ ଖୋଜିଲେ ବି ପାଇ ନଥିଲେ । ଆଉ ବ୍ୟସ୍ତ ବିବ୍ରତ ମଧ୍ୟ ହୋଇ ଯାଇଥିଲେ । ତାଙ୍କୁ କିଏ ଉଠାଇ ନେଲା ନା ତାଙ୍କୁ କିଏ ହ-ତ୍ୟା କରି ଦେଇଛି ପୁଣି ସେ ଆତ୍ମହତ୍ୟା କରି ଦେଇଛନ୍ତି କି , ଏପରି ଅନେକ କଥା ସମସ୍ତଙ୍କ ମନକୁ ଆସୁଥିଲା । ସମସ୍ତଙ୍କ ମନରେ ପାପ କଥା ଲାଗି ରହିଥିଲା । ଆଉ କିଏ କଣ କରିବେ ବୋଲି ଭାବି ପାରୁ ନଥିଲେ ।

ଶେଷରେ ଝିଅ ବାପାଙ୍କୁ ଖୋଜିବା ପାଇଁ ଆଗକୁ ପାଦ ବଢାଇ ଥିଲା । ଆଉ ବାପାଙ୍କୁ ଖୋଜିବା ପାଇଁ ଯାଇ ପହଞ୍ଚି ଥିଲା ପୋ-ଲିସ ଷ୍ଟେ-ସନ । ସେଠାରେ ନିଜ ବାପାଙ୍କ ନିଖୋଜ ଖବର ବିଷୟରେ ଅଭିଯୋଗ କରିଥିଲା ଆଉ ଯଥା ସମ୍ଭବ ତାର ବାପାଙ୍କୁ ଖୋଜି ଦିଅନ୍ତୁ ବୋଲି ନିବେଦନ କରିଥିଲା । କିନ୍ତୁ କିଏ ଜାଣି ଥିଲା ଏମିତି ହେବ । ବାପା ତ କିଛି ଦିନ ପରେ ଘରକୁ ଫେରି ଆସିଥିଲେ କିନ୍ତୁ ଝିଅ ନିଜେ ହୋଇ ଯାଇଥିଲା ନି-ଖୋଜ । କଥାଟି ଶୁଣି ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ କଥାଟି ପୁରାପୁରି ସତ ।

ଏପରି ଏକ ଚକିତ କରିଦେବା ଭଳି ଘ-ଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ସୂଚନା ଅନୁସାରେ , ସୁନ୍ଦରୀ ଝିଅକୁ ଦେଖି ପ୍ରେମରେ ପଡ଼ି ଯାଇଥିଲେ ପୋ-ଲିସ ବାବୁ ଆଉ ଝିଅକୁ ଉଠାଇ ନେଇ ଯାଇଥିଲେ । ତେବେ ଯାଜପୁର ଜିଲ୍ଲା ସଦର ଥା-ନାରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଅଟନ୍ତି ରାମଚନ୍ଦ୍ର ମୁଦାୟ , ଯେତେବେଳେ ଝିଅଟି ବାପାଙ୍କ ନି-ଖୋଜ ଖବର ଦେବାକୁ ଆସିଥିଲା , ସେତେବେଳେ ହିଁ ତାର ପ୍ରେମରେ ପଡ଼ି ଯାଇଥିଲେ ପୋ-ଲିସ ବାବୁ ଆଉ ତାକୁ ନେଇ ଫେ-ରାର ହୋଇ ଯାଇଥିଲେ ।

ବାବୁ ଜଣକ ଆଗରୁ ବିବାହିତ ମଧ୍ୟ ଅଟନ୍ତି ତଥାପି କିଛି ଭାବି ନଥିଲେ । ତେବେ ବର୍ତ୍ତମାନ ସମୟରେ ଝିଅର ପରିବାର ଲୋକ ଝିଅର ନି-ଖୋଜ ଅଭି-ଯୋଗ ଥା-ନାରେ ଦେଇଛନ୍ତି । ଆଉ ପୋ-ଲିସ ମଧ୍ୟ ଦୁହିଁଙ୍କୁ ଖୋଜାଖୋଜି କରିବା ଆରମ୍ଭ କରି ଦେଇଛି । ସେପଟେ ପୋ-ଲିସ ବାବୁ ଜଣକ ନିଜ ସ୍ତ୍ରୀଙ୍କୁ ଫୋନ୍ କରି ଆଧରକାର୍ଡ ମାଗିବାରେ ଲାଗିଛନ୍ତି , ଯାହା ଦ୍ଵାରା କି ସେ ରୁମ୍ ନେଇ ରହିପାରିବେ । ତେବେ ଦେଖା ଯାଉ ଆଗକୁ କଣ ହେଉଛି , ପୋ-ଲିସ ବାବୁ ଜଣଙ୍କୁ ପୋ-ଲିସ ଧରି ପାରୁଛି କି ନାହିଁ ।

Leave a Reply

Your email address will not be published. Required fields are marked *