ଓଡ଼ିଶା ଛାଡି ଚାଲିଗଲେ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ , ସାଙ୍ଗରେ ଅଛନ୍ତି ଦୁଇ ପୁଅ

ଦିନେ ଓଡ଼ିଶା ମାଟିକୁ ଭଲ ପାଇ ଆଉ ଓଡ଼ିଆ ପୁଅକୁ ମନ ଦେଇ ଓଡ଼ିଶା ଚାଲି ଆସିଥିଲେ ଜଣେ ବାହାରର ଝିଅ । ନିଜ ଜୀବନର ବାକି ସମୟ ଏଠାରେ ହିଁ କା-ଟିବେ ବୋଲି ଭାବି ଦେଇଥିଲେ । ନିଜ ଜୀବନର ଶେଷ ସମୟରେ ନିଜ ଶରୀର ପୁରୀ ସ୍ବର୍ଗଦ୍ଵାରରେ ଦାହ ହେବ ବୋଲି ମନରେ ଭାବି ନେଇଥିଲେ । କିନ୍ତୁ ସବୁକିଛି ଶେଷ ହୋଇ ଯାଇଥିଲା । ନିଜ ଜୀବନର ଅଧା ବାଟରେ ପୁରାପୁରି ଏକୁଟିଆ ହୋଇଗଲେ ଆଉ ଆଜି ତାଙ୍କ ପାଖରେ ଆଉ କିଛି ଉପାୟ ନାହିଁ । ବାସ୍ ଓଡ଼ିଶା ଛାଡି ଚାଲି ଯାଉଛନ୍ତି ମହିଳା ଜଣକ।

ତେବେ ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ବିଶିଷ୍ଟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଧର୍ମ ପତ୍ନୀ । ଜଣେ ବିଶ୍ଚିଷ୍ଟ ଓଡ଼ିଆ କଳାକାରଙ୍କୁ ବିବାହ କରିଥିଲେ ଆଉ ଭାବି ନେଇଥିଲେ କି ଯେତେ ଯାହା ହେଉ ପଛକେ ସ୍ବାମୀଙ୍କ ସାଥ ଦେବେ । କିନ୍ତୁ ସେହି ସାଥ ଅଧାରୁ ଭାଙ୍ଗି ଯାଇଥିଲା । ଆପଣ ସମସ୍ତେ ଜାଣିଥିବେ କି , ଏଇ ମାତ୍ର ମାସକ ପୂର୍ବରୁ ଆମ ସମସ୍ତଙ୍କୁ ଛାଡି ସବୁଦିନ ପାଇଁ ଆରପାରୀକୁ ଚାଲି ଯାଇଛନ୍ତି ଆମର ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ।

ତାଙ୍କ ଯିବାର ଦୁଃ-ଖ ଏଯାଏଁ ତାଙ୍କ ପ୍ରଶଂସକ ମାନେ ଭୁଲି ପାରି ନାହାନ୍ତି । ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି । ହଠାତ୍ କାହିଁକି ଏମିତି ହେଲା ବୋଲି ସମସ୍ତେ ଭାବି ବାରେ ଲାଗିଛନ୍ତି । ଯେଉଁ ଅଭିନେତା ସବୁ ପ୍ରକାରର ଅଭିନୟ କରି ପାରୁଥିଲେ , ବର୍ତ୍ତମାନ ସମୟରେ ତାହା ଆଉ କିଏ କରିପାରିବ ।

ହଠାତ୍ ତାଙ୍କର ଯିବାର ଆ-ଘାତ ସମସ୍ତଙ୍କୁ ଲାଗିଥିଲା । ଆଉ ଏହାରି ମଧ୍ୟରେ ତାଙ୍କ ପରିବାରକୁ ମଧ୍ୟ ଏକ ବଡ ଆ-ଘାତ ଲାଗିଥିଲା । ପରିବାର ଲୋକ ହଠାତ୍ ସହି ପାରି ନଥିଲେ ଏତେ ବଡ ଆ-ଘାତ । ଯାହା ହେଲେ ବି ପରିବାରର ମୂରବୀ ଥିଲେ ପିଣ୍ଟୁ। ତେଣୁ ତାଙ୍କ ସ୍ତ୍ରୀ ଆଉ ଦୁଇ ପୁଅ ଏହି କଥାକୁ ସହଜରେ ଗ୍ରହଣ କରି ପାରି ନଥିଲେ । ତେବେ ତାଙ୍କ ସ୍ତ୍ରୀ ବର୍ଷକ ପୂର୍ବରୁ ତାଙ୍କ ଠାରୁ ଦୂରେଇ ଯାଇ ଥିବାର କଥା ଚର୍ଚ୍ଚା ହେବାକୁ ଲାଗିଥିଲା ।

ଆଉ ତାଙ୍କ ଦୁଇ ପୁଅଙ୍କ ମଧ୍ୟରୁ ବଡ ପୁଅ ପିଣ୍ଟୁଙ୍କ ପାଖରେ ରହିବା ସହିତ ସାନ ପୁଅ ତାଙ୍କ ସ୍ତ୍ରୀଙ୍କ ପାଖରେ ରହୁଥିଲେ । ତେବେ ପିଣ୍ଟୁ ଯିବା ପରେ ଆଉ ବଡ ପୁଅ ବା କୁଆଡେ ଯାଇଥାନ୍ତା , ନିଜ ମାଆ ପାଖରେ ରହିବା ପାଇଁ ତ ନିଶ୍ଚିତ ଯିବ । ତେଣୁ ବର୍ତ୍ତମାନ ମାଆ ଦୁଇ ପୁଅକୁ ଆପଣାଇ ନେଇଛନ୍ତି ।

ଆଉ ସବୁଦିନ ପାଇଁ ଓଡ଼ିଶା ଛାଡି ଯିବା ପାଇଁ ନିଷ୍ପତ୍ତି ନେଇ ଯାଇଛନ୍ତି । ତେବେ ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ମାଆ ଆଉ ଦୁଇ ପୁଅଙ୍କୁ ଓଡ଼ିଶା ଛାଡି ଯିବାର ଦେଖା ଯାଇଥିଲା । ଯେଉଁ ଆଶା ଆଉ ଭରସା ପାଇଁ ଦିନେ ସେ ଓଡ଼ିଶା ଆସିଥିଲେ । ଆଜି ତ ସେ ଆଶା ଆଉ ଭରସା ତାଙ୍କ ପାଖରେ ନାହାଁନ୍ତି। ତେଣୁ ସବୁଦିନ ପାଇଁ ଦୁଇ ପୁଅକୁ ଧରି ଓଡ଼ିଶା ଛାଡି ଚାଲି ଯାଇଛନ୍ତି ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ । ଏଠାରେ ରହିଲେ , ତାଙ୍କୁ ଅଧିକ କଷ୍ଟ ଲାଗିବ । ତେଣୁ ସବୁଦିନ ଓଡ଼ିଶା କଥା ଭୁଲି ଚାଲି ଯାଇଛନ୍ତି ଦୁଇ ପୁଅଙ୍କୁ ଧରି ।

Leave a Reply

Your email address will not be published. Required fields are marked *