ବାପା ମାଆଙ୍କ ପାଇଁ ତାଙ୍କ ସନ୍ତାନ ସବୁଠାରୁ ଅମୂଲ୍ୟ ହୋଇଥାନ୍ତି । ସେମାନଙ୍କ ପାଇଁ ତାଙ୍କ ଆଖି ଖୋଲିଥାଏ ଆଉ ସେମାନଙ୍କ ମଙ୍ଗଳ ପାଇଁ ବାପା ମାଆ ନିଜର ସବୁକିଛି ବିକି ଦେବା ପାଇଁ ମଧ୍ୟ ରାଜି ହୋଇ ଯାଇଥାନ୍ତି । କେତେ ମାନସିକ ରଖି ଆଉ କେତେ ପୂଜା ପାଠ କରି ବାପା ମାଆ ପୁଅଟିଏ ପାଇଥାନ୍ତି । ଆଉ ପୁଅକୁ ନିଜ ଜୀବନର ଶେଷ ଠିକଣା ବୋଲି ଭାବି ଦେଇଥାନ୍ତି । ପରିଣତ ବୟସରେ ସେମାନଙ୍କ ସହ ସାରା ଜୀବନ ରହିବା ପାଇଁ ଠାଣି ନେଇଥାନ୍ତି । କିନ୍ତୁ ଯେତେବେଳେ ସେହି ପୁଅ ସ୍ୱାର୍ଥପର ଆଉ ପର ପାଲଟି ଯାଏ ନା , ସେତେବେଳେ ସବୁକିଛି ସରିଯାଏ ।
ତେବେ ଏପରି ଜଣେ ବାପା ମାଆ ହେଉଛନ୍ତି ୭୦ ବର୍ଷ ବୟସ୍କ ସୁଧାକର ଦାସ ଆଉ ତାଙ୍କ ପତ୍ନୀ । ଘର ତାଙ୍କର ଭୁବନେଶ୍ଵରର ଡମଣା ଅଞ୍ଚଳରେ । ନିଜର ତିନି ତିନୋଟି ପୁଅ ଥାଇ ମଧ୍ୟ ସେମାନେ ନିଜ ପୁଅ ବୋହୁ ମାନଙ୍କ ଠାରୁ ଅଲଗା ରହୁଛନ୍ତି ଆଉ ଅଲଗା ରୋଷେଇ ବାସ କରି ଖାଉଛନ୍ତି । ତେବେ ସେମାନେ କେଉଁଠି ଅଲଗା ରହୁଛନ୍ତି ଆପଣ ଜାଣିଛନ୍ତି । ସେମାନଙ୍କ ରହିବା କଥା ଶୁଣିଲେ ଆପଣଙ୍କ ଆଖିରୁ ଲୁ-ହ ଆସିଯିବ । ନିଜ ଘରର ପାଇଖାନା ଘରେ କା-ଟୁଛି , ସେମାନଙ୍କ ଦିନ । ଅନ୍ୟ ପକ୍ଷରେ ବର୍ଷ ବର୍ଷ ଧରି ପୋ-ଲିସ ଆଉ କୋର୍ଟ ଧାଇଁ ବୁଲୁଥିଲେ ମଧ୍ୟ ସେମାନଙ୍କୁ କିଛି ନ୍ୟା-ୟ ମିଳି ପାରୁ ନାହିଁ।
ତେବେ ସେମାନେ ବର୍ତ୍ତମାନ ସମୟରେ ବାଧ୍ୟ ହୋଇ ବରିଷ୍ଠ ଆଇ-ନଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କ ପାଖରେ ପହଞ୍ଚିଛନ୍ତି ଆଉ ନ୍ୟା-ୟ ପାଇବା ଆଶା ରଖିଛନ୍ତି । ଅନ୍ୟ ପକ୍ଷରେ ବର୍ତ୍ତମାନ ସମୟରେ ବ୍ୟୋମକେଶ ତ୍ରିପାଠୀ ଏପରି କିଛି ମନ୍ତବ୍ୟ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ , ସୁଧାକର ଦାସଙ୍କ ପୁଅ ଆଉ ବୋହୂ ମାନେ ଆଗକୁ ବହୁତ ପସ୍ତେଇବେ । କାହିଁକି ନା ଘର ଉପରେ କେବଳ ସୁଧାକରଙ୍କ ଅଧିକାର ଅଛି । ଆଉ ସେମାନଙ୍କ ଜାଗା ଉପରେ ଏପରି କରିବାର କାହାର ଅଧିକାର ନାହିଁ । ତେଣୁ ସେମାନଙ୍କୁ କଠୋର ରୁ କଠୋର ଦ-ଣ୍ଡ ମିଳିବା ଉଚିତ୍ ।
ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଆଉ କିଛି ଉପାୟ ନାହିଁ । ବାସ୍ ମାନ୍ୟବର ସୁପ୍ରିମକୋର୍ଟଙ୍କ ଅନୁଯାୟୀ ଏହି ମାମ-ଲାର ଶୁଣାଣି ହେବ ଆଉ ଶେଷରେ ବୃଦ୍ଧ ବାପା ମାଆଙ୍କୁ ନିଶ୍ଚିତ ଭାବରେ ନ୍ୟା-ୟ ମିଳିବ । ତେବେ ଏପରି ପରିସ୍ଥିତିରେ ବର୍ତ୍ତମାନ ସୁଧାକର ଦାସ କହିଛନ୍ତି କି , ତାଙ୍କ ସ୍ତ୍ରୀଙ୍କୁ ବୋହୂ ମାନେ ବହୁତ ମା-ଡ ମା-ରିବା ସହିତ ନାତୁଣୀ ମଧ୍ୟ ମା-ଡ଼ ମା-ରୁଛନ୍ତି । ତେବେ ଏପରି ଅବସ୍ଥା ଦେଖି ସୁଧାକରଙ୍କ ସ୍ତ୍ରୀ କହିଛନ୍ତି କି , ଯାହା ହୋଇ ଯାଉ ପଛକେ ସେ ପୁଅ ବୋହୁ ମାନଙ୍କୁ ତାଙ୍କ ଭାଗ ଦେବେ ନାହିଁ । କାହିଁକି ନା ସେମାନେ ତ ତାଙ୍କ କଥା ବୁଝୁ ନାହାଁନ୍ତି , ତେଣୁ ସେ ଏମିତି ଏକୁଟିଆ ରହିଯିବେ ।