ସାମ୍ନାକୁ ଆସିଲା କରମଣ୍ଡଳ ଟ୍ରେନ ଦୁର୍ଘ-ଟଣା ପରର ଏପରି ଆଶ୍ଚର୍ଯ୍ୟ ଜନକ ଘ-ଟଣା । ଲାସଖାନାରୁ ପୁଅକୁ ଜୀବନ୍ତ ପାଇଲେ ବାପା ।

କରମଣ୍ଡଳ ଦୁର୍ଘ-ଟଣା ଏବଂ ଦୁର୍ଘ-ଟଣା ପରର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା । ଆଉ ବର୍ତ୍ତମାନ ସମୟରେ ଆଉ ଏକ ଖବର ଶୁଣିବାକୁ ମିଳିଛି ଯେ ଯେତେବେଳେ ଆହତ ଯାତ୍ରୀଙ୍କୁ ଉ-ଦ୍ଧାର କରାଯାଉଥିଲା ସେହି ସମୟରେ ଏକ ଆଶ୍ଚର୍ଯ୍ୟ ଜନକ ଘ-ଟଣା ଘଟିଥିଲା ।

ସୂଚନା ଅନୁଯାୟୀ ଦୁର୍ଘ-ଟଣା ପରେ ବିଶ୍ୱଜିତ ମଲିକ ନାମକ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ସମସ୍ତେ ମୃ-ତ ଭାବି ଲାସଖାନାରୀ ରଖିଥିଲେ ମାତ୍ର ତାଙ୍କ ବାପା କୋଲକାତାରୁ ୨୩୦ କିଲୋମିଟର ଆସି ପୁଅକୁ ଲାସଖାନାରୁ ନେଇ ପରୀକ୍ଷା କରିବା ପରେ ଜଣା ପଡ଼ିଥିଲା ଯେ ପୁଅ ଜୀବିତ ଅଛନ୍ତି । ତେବେ କହି ରଖିବୁ ଯେ ଗତ ଜୁନ ୨ ଶୁକ୍ରବାର ଦିନ ଶାଲିମାର ଷ୍ଟେସନରେ ବିଶ୍ୱଜିତଙ୍କୁ ତାଙ୍କ ବାପା ହେଳାରାମ ଛଛାଡ଼ି ଯାଇଥିଲେ ।

ମାତ୍ର ପରେ ସେହି ଟ୍ରେନ ଦୁର୍ଘ-ଟଣା ବିଷୟରେ ଶୁଣିବାକୁ ପାଇ ସେ କୋଲକାତାରୁ ବାଲେଶ୍ୱର ଦୌଡ଼ି ଆସିଥିଲେ । ତେବେ ସେ ବାଲେଶ୍ୱର ଡାକ୍ତରଖାନାରେ ପ୍ରଥମେ ପହଞ୍ଚି ନିଜ ପୁଅର କୌଣସି ସ-ନ୍ଧାନ ପାଇ ନଥିଲେ । ପରେ ତାଙ୍କୁ ବାହାନଗା ହାଇସ୍କୁଲ ଠାରେ ଯେଉଁଠି ଶ-ବ ରଖା ଯାଇଥିଲା ସେଠାକୁ ଯାଇ ଚେକ କରିବାକୁ କୁହାଯାଇଥିଲା ।

ସେଠାରେ ବାପା କେବେବି ବିଶ୍ୱାସ କରି ନଥିଲେ ଯେ ତାଙ୍କ ପୁଅର ମୃ-ତ୍ୟୁ ହୋଇଛି ବୋଲି । ତେବେ ପ୍ରଥମେ ତାଙ୍କୁ ଶ-ବ ଦେଖିବାକୁ ଛଡ଼ା ଯାଇ ନଥିଲା । କିନ୍ତୁ କିଛି ସମୟ ପରେ କାହାରି ହାତ ହଲୁଥିବାର ଦେଖା ଯାଇଥିଲା । ଯାହାକି ବିଶ୍ୱଜିତର ବୋଲି ଜାଣି ପାରିଥିଲେ ତାଙ୍କ ବାପା ।

ସେତେବେଳେ ବିଶ୍ୱଜିତ ସମ୍ପୂର୍ଣ୍ଣ ଆହତ ହୋଇ ଚେ-ତାଶୂ-ନ୍ୟ ଥିଲେ । ତେବେ ସେଠାରେ ସବୁ ଫର୍ମାଲିଟିକୁ ପୂରଣ କରି ତାଙ୍କ ବାପା ତାଙ୍କୁ କଟକ ବଡ଼ ମେଡିକାଲ ନନେଇ ବାଲେଶ୍ୱର ଡାକ୍ତରଖାନା ନେଇ ଯାଇଥିଲେ । ପରେ ତାଙ୍କୁ କୋଲକାତା ଏମଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତେବେ ବର୍ତ୍ତମାନର ସୂଚନା ଅନୁଯାୟୀ ତାଙ୍କର ଗୋଟିଏ ଗୋଡ଼ରେ ଅ-ସ୍ତ୍ରୋପ-ଚାର କରାଯାଇ ଆଉ ଏକ ଅ-ସ୍ତ୍ରୋପ-ଚାର କରାଯିବା କହିଛନ୍ତି ଡାକ୍ତର । ଏହାବ୍ୟତୀତ ତାଙ୍କର ଏବେ ଯାଏଁ ଚେତା ଫେରି ନଥିବା ଜଣା ଯାଇଛି । କହିବାକୁ ଗଲେ ତାଙ୍କର ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।

Leave a Reply

Your email address will not be published. Required fields are marked *