ନିଶା ମହାରଣା ଯେମିତି ଭାଷା କହୁଛି ତାହାକୁ କେହିବି ସେହି ପାରିବେନି । ଏମିତି କିଛି ମିଡ଼ିଆ ଆଗରେ କହିଲେ ଜଣେ ରୋଷ୍ଟର ।

ବର୍ତ୍ତମାନ ସମୟରେ ରାଣୀ ପଣ୍ଡାଙ୍କ ମାମଲା ବହୁତ ଚର୍ଚ୍ଚାରେ ରହିଛି । ରାଣୀ ପଣ୍ଡାଙ୍କୁ କେହି ଜଣେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ପରେ ପରେ ରାଣୀ ପଣ୍ଡା ମଧ୍ୟ ସୋସିଆଲ ମିଡିଆରେ ଲାଇଭ ଆସି ବେଶ ବର୍ଷିଥିଲେ । ଏପଟେ ନିଶା ମହାରଣା କାରଣରୁ ସାରା ଓଡ଼ିଶାର ଲୋକେ କ୍ରୋଧିତ ହୋଇଛନ୍ତି । କାରଣ ନିଶା ମହାରଣା ଲାଇଭ ଆସି ସବୁ ସମୟରେ ଅଶ୍ଳୀଳ ଭାଷାରେ ରୋଷ୍ଟର କିମ୍ବା ତାଙ୍କ ବିରୋଧୀ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥାନ୍ତି । ଯାହାକୁ ନେଇ ଅନେକ ସମୟରେ ଲୋକେ ମଧ୍ୟ ବିରକ୍ତ ହେଉଛନ୍ତି । ସବୁଠାରୁ ବଡ଼ କଥା ଏହା ଯେ ରୋଷ୍ଟର ମାନଙ୍କୁ ମଧ୍ୟ ସେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରନ୍ତି ।

ଏହାକୁ ନେଇ ଜଣେ ରୋଷ୍ଟର ମୁହଁ ଖୋଲିଛନ୍ତି । ତାଙ୍କ କହିବା କଥା ଯେ ରୋଷ୍ଟର ମାନଙ୍କୁ କେବେ କଣ୍ଟେଣ୍ଟ ଖୋଜିବାକୁ ପଡ଼େନି । ସେମାନେ ସମାଜରେ ଯେଉଁ ଜିନିଷ ଖରାପ ଦେଖନ୍ତି ତାହା ଉପରେ କହିବା ଆରମ୍ଭ କରନ୍ତି । ତାହା ପୁଣି ସେତେ ପର୍ଯ୍ୟନ୍ତ ଯେତେ ପର୍ଯ୍ୟନ୍ତ ସେହି ଖରାପ କାମ ବନ୍ଦ ନାହୋଇଛି ।

ରୋଷ୍ଟିଂ କରି ଯେ ସେମାନଙ୍କ ଘର ଚଳୁଛି ତାହା କହିବା ଭୁଲ ଅଟେ । କାରଣ ସେମାନେ ଯଦି ଏହି କାମ କରି ଚାଲିଥାନ୍ତେ ତେବେ ବାହାରେ ୧୦ – ୧୦ ଘଣ୍ଟା ଖଟି ନଥାନ୍ତେ । ଏହା କେବଳ ନିଶା ମହାରଣା କାରଣରୁ ହେଉଛି ବୋଲି ସେ ସିଧାସଳଖ କହିଛନ୍ତି । ସେ ନିଜେ ମଧ୍ୟ ଏକ ଆଇଟି କମ୍ପାନୀରେ ଚାକିରୀ କରନ୍ତି ।

ଏହା କହି ସେ ନିଶା ମହାରଣାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । କହିଛନ୍ତି ଯେ ଅନ୍ୟ ମାନଙ୍କୁ ନିଶା ମହାରଣା ଯେମିତି ବାଇଟ ଦେଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଛି ସେମିତି ଯଦି ତାଙ୍କୁ ସେ କହନ୍ତି ତେବେ ସେ ତାକୁ ଯାତ୍ରା ଷ୍ଟେଜରୁ ଘୋଷାରି ଆଣି ଅବସ୍ଥା ଖରାପ କରିବେ । ସେ ଏହା ମଧ୍ୟ କହିଛନ୍ତି ଯେ ରାଣୀ ପଣ୍ଡା ସେତେବେଳେ ଅପଶବ୍ଦ କହନ୍ତି ଯେତେବେଳେ ତାଙ୍କୁ କେହି ଆକ୍ଷେପ କରି କହନ୍ତି । କିନ୍ତୁ ବର୍ତ୍ତମାନ ରାଣୀ ପଣ୍ଡାଙ୍କ ପଛରେ ଅନେକ ଲୋକ ଛିଡ଼ା ହେବେ କିନ୍ତୁ ନିଶା ମହାରଣାଙ୍କୁ କେହିବି ସପୋର୍ଟ କରିବେନି । ତେଣୁ ଯେତେ ପର୍ଯ୍ୟନ୍ତ ନିଶା ମହାରଣା ଏସବୁ ବନ୍ଦ ନକରିଛି ସେତେ ପର୍ଯ୍ୟନ୍ତ ରଷ୍ଟିଂ ବନ୍ଦ ହେବନି ବୋଲି ସିଧା ସିଧା ଚ୍ୟାଲେଞ୍ଜ କରିଛନ୍ତି ।

Leave a Reply

Your email address will not be published. Required fields are marked *