ନିଜ ଜନ୍ମ ଦିନରେ କହିଲେ ଆଗାମୀ ବିଧାୟିକା ପାର୍ଥୀ ହୋଇ ନିର୍ବାଚନ ଲଢ଼ିବେ ନିଶା ।

ଓଡ଼ିଶାରେ ନିଶା ମହାରଣାଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ । ଯିଏକି ସବୁବେଳେ ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହନ୍ତି । ତାଙ୍କର ଭିନ୍ନ ଭିନ୍ନ ଢ଼ଙ୍ଗରେ ବୟାନକୁ ପ୍ରାୟତଃ ଲୋକ ନାପସନ୍ଦ କରୁଥିବା ବେଳେ ଆଉ କିଛି ତାଙ୍କର ପ୍ରଶଂସକ ମଧ୍ୟ ଅଛନ୍ତି । ନିକଟରେ କିନ୍ନର ସମାଜକୁ ଅପମାନିତ କରିଥିବାରୁ ତାଙ୍କୁ ଭୁଲ ମାଗିବାକୁ ମଧ୍ୟ ପଡ଼ିଥିଲା । ଯେଉଁ ବିଷୟରେ ପ୍ରାୟ ସମସ୍ତେ ଜାଣିଥିବେ । ଖାଲି ସେତିକି ନୁହେଁ ନିଶା ମହାରଣା ନିଜକୁ ଓଡ଼ିଶାର ସନୀ ଲିଅନି ବୋଲି ସମ୍ବନ୍ଧିତ ମଧ୍ୟ କରନ୍ତି । ଯାହାକୁ ନେଇ ନାନା ଲୋକ ନାନା ପ୍ରକାରର ପ୍ରତିକ୍ରିୟା ରଖିଥିବା ଦେଖାଯାଇଛି ।

ସବୁବେଳେ ନିଶାଙ୍କୁ ନେଇ ଚର୍ଚ୍ଚିତ ବିଷୟ ତାଙ୍କର ଅଶ୍ଳୀଳ ପ୍ରଦର୍ଶନ କିମ୍ବା ବର୍ବର ବୟାନକୁ ନେଇ ଆସିଥାଏ । କିନ୍ତୁ ବର୍ତ୍ତମାନ ସମୟରେ ତେଙ୍କୁ ନେଇ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଶୁଣିବା ପରେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । କାରଣ ଏଭଳି ଆଶା ତାଙ୍କ ଠାରୁ କରାନଯାଇ ପାରେ ।

ତେବେ ବର୍ତ୍ତମାନ ଖବର ଆସୁଛି ଯେ ନିଶା ମହାରଣା କୁଆଡ଼େ ଆଗାମୀ ନିର୍ବାଚନରେ ବିଧାୟିକା ପାର୍ଥୀ ଭାବରେ ମୈଦାନକୁ ଓହ୍ଲାଇବେ । ତେବେ ଏକଥା ନିଶା ନିଜେ କହିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ସେ ବିଧାୟିକା ପାର୍ଥୀ ଭାବରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଏକ ହୋଟେଲରେ ନିଜର ଜନ୍ମଦିନ ପାଳିବା ଅବସରରେ ଏହି କଥାର ଖୁଲାସା କରିଛନ୍ତି ନିଶା ମହାରଣା ।

ନିଜ ପ୍ରଶଂସକଙ୍କ ଗହଣରେ ବେଶ ଧୂମଧାମରେ ନିଶା ନିଜର ଜନ୍ମଦିନ ପାଳିଥିଲେ । ଏହି ସମୟରେ ସେ କହିଥିଲେ ଯେ ” ଆପଣ ମାନେ ଜାଣିଛନ୍ତି କି ନାହିଁ , କିନ୍ତୁ ମୁଁ ଏମଏଲଏରେ ଷ୍ଟାଣ୍ଡ କରିବାକୁ ଯାଉଛି । ତେଣୁ ମୋତେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଦରକାର । ଆପଣ ମାନଙ୍କ ଭଲପାଇବା ପାଇଲେ ହିଁ ନିର୍ବାଚନରେ ଜିତି ପାରିବି । ” ଯାହାକି ସେ ନିଜ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ ।

ତେବେ ସେ କେଉଁ ଦଳର ପାର୍ଥୀ ହେବେ ନା ସ୍ୱାଧୀନ ଭାବରେ ନିର୍ବାଚନର ପାର୍ଥୀ ହେବେ ସେ ବିଷୟରେ କିଛିବି କହି ନାହାଁନ୍ତି । କିନ୍ତୁ ସେ ଏହା ନିଶ୍ଚୟ କହିଛନ୍ତି ଯେ ସେ ବିଧାୟିକା ପାର୍ଥୀ ହେବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ନିଶା ମହାରଣା ଆଗାମୀ ନିର୍ବାଚନ ଲଢ଼ୁଛନ୍ତି କି ନାହିଁ ଏବଂ ଯଦି ଲଢ଼ିବେ ତେବେ କେଉଁ ଆସନରୁ ଲଢ଼ିବେ ।

Leave a Reply

Your email address will not be published. Required fields are marked *