ନିଶା ମହାରଣା କହିଲେ,ମୋ ପାଖରେ ଯଦି କୋଟିଏ ଟଙ୍କାର ଗାଡିଥାନ୍ତା ,ପିଣ୍ଟୁ ଭାଇପାଇଁ ତାକୁ ବି ବିକିଦେଇଥାନ୍ତି

ନିଶାଙ୍କ ବଡ଼ ହୃଦୟ । ନିଶା ଜଣେ ଦରଦୀ ହୃଦୟର ମଣିଷ । ଯାହା ପାଖରେ କେହି ନଥିବେ ତାହା ପାଖରେ ନିଶା ମହାରଣା ଥିବେ । ଏପରି କିଛି କହିଛନ୍ତି ନିଶା ମହାରଣା । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ନିଶା ଜଣାଇ ଦେଇଛନ୍ତି ତାଙ୍କୁ ଏ ସମାଜ ଯେତେ ଖରାପ କହିଲେ ମଧ୍ୟ ତାଙ୍କ ଭିତରେ ଏକ ଦରଦୀ ହୃଦୟର ମଣିଷ ଟିଏ ଲୁଚି ରହିଛି । ଯାହାକୁ କେହି ସାହାଯ୍ୟ କରିବେ ନାହିଁ ତା ପାଖରେ ନିଶା ମହାରଣା ପହଂଚିବ ।

କେବଳ ଏତିକି ନୁହେଁ ସେ କୁଆଡେ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି ଏଇଥି ପାଇଁ କି ଯେ ସେ ଗରିବ ଲୋକଙ୍କ ପାଖରେ ଛିଡା ହୋଇ ପାରିବେ । ତାଙ୍କୁ ସାହାଯ୍ୟ ସହାୟତାର ହାତ ବଢ଼ାଇ ପାରିବେ । ତେବେ ଯଦି ନିଶା ମହାରଣାଙ୍କ ପାଖରେ କୋଟିଏ ଟଙ୍କାର ଗାଡିବି ମଧ୍ୟ ଥାନ୍ତା ତେବେ ତାଙ୍କ କହିବା କଥା ସେ ସେହି ଗାଡି ବିକ୍ରି କରିଦେଇ ପିଣ୍ଟୁନନ୍ଦ ଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଯାଇଥାନ୍ତେ । ବର୍ତ୍ତମାନ ପିଣ୍ଟୁନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁ-ତର ଥିବା ବେଳେ ପିଣ୍ଟୁନନ୍ଦ ଡାକ୍ତର ଖାନା ବେଡ଼ରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କର ଅଧିକ ଚିକିତ୍ସା ପାଇଁ ସେ ବର୍ତ୍ତମାନ ଦିଲ୍ଲୀ ମଧ୍ୟ ଯାଇଛନ୍ତି ।

ଆଉ ଦିଲ୍ଲୀ ଯିବା ପୂର୍ବରୁ ପିଣ୍ଟୁନନ୍ଦ ସମସ୍ତଙ୍କୁ ହାତ ଯୋଡି ଅନୁରୋଧ କରିଥିଲେ ତାଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ପାଇଁ । ଆଉ ପିଣ୍ଟୁନନ୍ଦଙ୍କ ଅନୁରୋଧ କ୍ରମେ ସମସ୍ତେ ସାହାଯ୍ୟ ଆଉ ସହଯୋଗର ହାତ ବଢ଼ାଇ ଥିଲେ । ସାରା ଓଡ଼ିଆ ସିନେ ଜଗତର ଅଭିନେତ୍ରୀ ଅଭିନେତା ମାନେ ପିଣ୍ଟୁ କିପରି ସୁସ୍ଥ ହେବେ ସେନେଇ ଅନେକ ଜଣ ନିଜର ସକ୍ଷମ ଅନୁଯାୟୀ ସାହାଯ୍ୟ କରିଥିଲେ । ତେବେ ଏଇ ଭଳି ପରିସ୍ଥିତିରେ ପିଣ୍ଟୁନନ୍ଦଙ୍କୁ ସାହାଯ୍ୟ କରିଥିଲେ ନିଶା ମହାରଣା ।

ନିଶା ମହାରଣା ନିଜର ସକ୍ଷମ ଅନୁଯାୟୀ ପିଣ୍ଟୁନନ୍ଦ ଙ୍କ ପାଖରେ ପହଞ୍ଚି ବଢ଼ାଇ ଥିଲେ ସହଯୋଗର ହାତ । ଆଉ ନିଜ ପରିଶ୍ରମର ପାରିଶ୍ରମିକରୁ ନିଶା ପିଣ୍ଟୁନନ୍ଦଙ୍କୁ ଦଶ ହଜାର ଟଙ୍କା ସହାୟତା ରାଶି ବଣ୍ଟନ କରିଥିଲେ । ତେବେ ଏହା ପରେ ନିଶା ମହାରଣା ସାରା ଓଡିଶା ବାସୀଙ୍କୁ ଅନୁରୋଧ କରିଥିଲେ ତାଙ୍କ ଶକ୍ତି ଅନୁଯାୟୀ ସାହାଯ୍ୟ କରିବା ପାଇଁ । ତେବେ ଏଭଳି ପରିସ୍ଥିତିରେ ନିଶା ମଧ୍ୟ ଯାତ୍ରା ମଞ୍ଚରେ ବି ଅନୁରୋଧ କରିଥିଲେ ପିଣ୍ଟୁନନ୍ଦ ଙ୍କୁ ସାହାଯ୍ୟ କରିବା ପାଇଁ ।

ସାରା ଓଡ଼ିଶାରେ ନିଜର ବିବା-ଦୀୟ ମନ୍ତବ୍ୟ । ବା ନିଜକୁ ସନ୍ନି ଲିଓନି କହି ଚର୍ଚ୍ଚାରେ ଥିବା ନିଶା ମହାରଣା । ପୂର୍ବରୁ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରି ସବୁବେଳେ ଚର୍ଚ୍ଚାରେ ରହି ଆସୁଥାନ୍ତି । ତେବେ ଏପରି ପରିସ୍ଥିତିରେ ସେ ସାରା ଓଡିଶା ବାସୀଙ୍କୁ ଜଣାଇ ଦେଇଛନ୍ତି କି ନିଶାଙ୍କ ହୃଦୟ ବହୁତ ନରମ ସେ ତାଙ୍କ ଆଖି ଆଗରେ ଅନ୍ୟର ସମସ୍ୟା ମଧ୍ୟ ଦେଖି ପାରନ୍ତି ନାହିଁ । ସେ ଯାହା ଯେତିକି ପାରନ୍ତି ତାଙ୍କ ଶକ୍ତି ଅନୁଯାୟୀ ସେ ଅନ୍ୟ ମାନଙ୍କୁ ସାହାଯ୍ୟ କରନ୍ତି ।

ଆଜି କି କାଲି ନୁହେଁ ସେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଗରିବ ଅସହାୟ ଲୋକଙ୍କୁ ନିଜର ଶକ୍ତି ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରିବେ ବୋଲି କହିଛନ୍ତି । ଆଉ ତା ସହିତ ପିଣ୍ଟୁନନ୍ଦ ଙ୍କ ପାଇଁ ନିଶା ଭଗବାନ ଙ୍କୁ ପାର୍ଥନା କରିବାକୁ ବର୍ତ୍ତମାନ କହିଛନ୍ତି । କାରଣ ଓଡିଶା ବାସୀଙ୍କ ପାର୍ଥନା ତାଙ୍କୁ ପୁଣି ଥରେ ସୁସ୍ଥ କରିଦେବ । ଓଡିଶା ବାସୀଙ୍କ ପାର୍ଥନା ଥିଲେ ପିଣ୍ଟୁନନ୍ଦ ସୁସ୍ଥ ହୋଇ ପୁଣି ଘରକୁ ଫେରି ଆସିବେ ବୋଲି ନିଶା ମହାରଣା କହିଛନ୍ତି ।

ତାଙ୍କ ମତରେ ମଣିଷ ଜୀବନ ହେଉଛି ପାଣି ଫୋଟକା । କେତେବେଳେ କାହା ସାଥିରେ କଣ ଘଟିବ ତାହା କିଏ କହି ପାରିବ । ମ-ଦ ତ ସମସ୍ତେ ପିଅନ୍ତି । ହେଲେ ମ-ଦ ପିଇବା ପାଇଁ ସେମିତି ହେଲା ତାହା ଭୁଲ କଥା ବୋଲି କହିଛନ୍ତି ନିଶା ମହାରଣା । ନିଶା ମହାରଣା ଙ୍କ କହିବା ଅନୁଯାୟୀ ଦୁନିଆରେ ମ-ଦ ସମସ୍ତେ ପିଅନ୍ତି । ହେଲେ କାହା ସହ କଣ ଘ-ଟିବ ତାହା କେହି ଜାଣନ୍ତି ନାହିଁ । ତେଣୁ ସେ ସବୁବେଳେ ଭଗବାନ ଙ୍କୁ ଡାକୁଛନ୍ତି ପିଣ୍ଟୁନନ୍ଦ କେଉଁଭଳି ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ । ଆଉ ଓଡିଶା ବାସୀଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଭଗବାନ ଙ୍କୁ ପାର୍ଥନା କରିବା ପାଇଁ ଯେଉଁ ଭଳି ପିଣ୍ଟୁନନ୍ଦ ଜଲ୍ଦି ସୁସ୍ଥ ହୋଇ ଯିବେ।

Leave a Reply

Your email address will not be published. Required fields are marked *