ନାସା ଦେଲା ଚେତାବନୀ। ସୂର୍ଯ୍ୟ ପରାଗ ବେଳେ ମୋବାଇଲ ଫୋନରେ କରନ୍ତୁ ନାହିଁ ଏହି କାମ, ନହେଲେ ଖର୍ଚ୍ଚ କରିବାକୁ ପଡିପାରେ।

ଏପ୍ରିଲ ୮ ତାରିଖରେ ସଂଗଠିତ ହେବ ଏକ ବିରଳ ତଥା ସୁନ୍ଦର ପୂର୍ଣ୍ଣ ସୂର୍ଯ୍ୟ ପରାଗ। ଏହି ମାହାଜାଗୁତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା କାନାଡ଼ା ଏବଂ ମେକ୍ସିକମ କିଛି ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ। ଆଉ ଏହାର ଆଖପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ।ସେପଟେ ଭାରତୀୟ ସମୟ ରାତି ୯:୧୨ ମିନିଟରେ ଆରମ୍ଭ ହୋଇ ପର ଦିନ ଭୋର ୨:୪୨ମିନିଟରେ ଏହା ଶେଷ ହେବ। ଆଉ ସର୍ବାଧିକ ପରାଗ ରାତି ୧୧:୪୭ ମିନିଟ ସମୟରେ ଦେଖାଯିବ ବୋଲି ଜଣା ପଡ଼ିଛି।

ତେବେ ବନ୍ଧୁଗଣ ଆପଣ ଜାଣିଥିବେ ସମାଜରେ କାହିଁ କେଉଁ କାଳରୁ ଗ୍ରହଣ ଆଉ ପରାଗକୁ ନେଇ ଅନେକ ବିଶ୍ୱାସ ଏବଂ ଅନ୍ଧବିଶ୍ୱାସ ରହିଛି। ମଣିଷ ଚନ୍ଦ୍ରରେ ପାଦ ଥାପିଲାଣି ଆଉ ବିଜ୍ଞାନରେ ଅଗ୍ରଗତି ଫଳରେ ଆମେ ଗ୍ରହଣ ପାଇଁ କାହିଁକି ଓ ଘଟେ ଏହା ସଠିକ ଭାବରେ ଜାଣି ସାରିଲେଣି। ଗ୍ରହଣ ଏବଂ ପରାଗ ଏକ ଛାଇ ଆଲୁଅର ଖେଳ। ଯାହା ସୂର୍ଯ୍ୟ ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ପଡିଥାଏ। ସୂର୍ଯ୍ୟ ପରାଗ ସମୟରେ ପୃଥିବୀ ଏବଂ ସୂର୍ଯ୍ୟ ମଝିରେ ଚନ୍ଦ୍ର ଏକ ସରଳ ରେଖାରେ ରହିଥାଏ। ଆଉ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ। ଆଉ ସେ ଅଞ୍ଚଳରେ ଲୋକେ କିଛି ସମୟ ପାଇଁ ଦିନ ବେଳେ ସୂର୍ଯ୍ୟକୁ ଦେଖି ପାରନ୍ତି ନାହିଁ। ଏହା ରାତିରେ ସୃଷ୍ଟି କରିଥାଏ ଭ୍ରମ।ତେବେ ସୂର୍ଯ୍ୟ ପରାଗ ହେଉଛି ୩ ପ୍ରକାରର।ଆଂଶିକ ସଂପୂର୍ଣ୍ଣ ଓ ବଳୟ ।

ତେବେ ଅନେକ ବର୍ଷ ପରେ ଏପ୍ରିଲ ୮ ତାରିଖର ସୂର୍ଯ୍ୟପରାଗ ଯୁକ୍ତରାଷ୍ଟ୍ର ଆମେରିକା କାନାଡା ଓ ମେକ୍ସିକୋର ଅତ୍ୟନ୍ତ ଜନବହୁଳ ଅଞ୍ଚଳରେ ପୂର୍ଣ୍ଣପରାଗ ଦେଖାଯିବ। ଏହି ପୂର୍ଣ୍ଣ ସୂର୍ଯ୍ୟ ପରାଗକୁ ଦେଖିବା ପାଇଁ ଅନେକ ଦେଶର ବୈଜ୍ଞାନିକ ଓ ଲକ୍ଷ ଲକ୍ଷ ଲୋକ ସେଠାକୁ ଯାଉଛନ୍ତି । ସେଠି ସମସ୍ତ ହୋଟେଲ ଅତି ଚଢା ଦରରେ ଅନେକ ଆଗରୁ ବୁକ ହୋଇସାରିଛନ୍ତି। ଅନେକ ସ୍ଥାନରେ ନାଚ ଗୀତ ଭୋଜି ଭାତ ସହ ଏହି ପୂର୍ଣ୍ଣ ସୂର୍ଯ୍ୟ ପରାଗକୁ ଦେଖିବା ପାଇଁ ବିଭିନ୍ନ ଆୟୋଜନ ମଧ୍ୟ କରାଯାଇଛି।

ଏଠାରେ କେହିବି କହୁନାହାନ୍ତି ଯେ ସୂର୍ଯ୍ୟ ପରାଗ ଦେଖନ୍ତୁ ନାହିଁ ବରଂ ଅପରପକ୍ଷେ ସେଠାର ପ୍ରଶାସନ ଓ ଜନ ସାଧାରଣ ଲାଗି ପଡିଛନ୍ତି କିପରି ଅଧିକ ଲୋକ ଆସିବେ। ରହିବେ ଖାଇବେ ପିଇବେ। ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଲାଣି। ସେଠାର ପ୍ରଶାସନ ସ୍ଥାନୀୟ ବାସିନ୍ଦା ତଥା ସେଠାକୁ ଆସୁଥିବା ଲକ୍ଷ ଲକ୍ଷ ପରିଦର୍ଶକଙ୍କ ନିରାପତ୍ତା ତଥା ସୁରକ୍ଷା କାର୍ଯ୍ୟରେ ଲାଗି ପଡିଛନ୍ତି। ନିରାପଦ ଓ ସୁରୁଖୁରୁରେ ସୂର୍ଯ୍ୟ ପରାଗ ଦେଖି ପାରିବେ।

ଏହା ଆମ ସମସ୍ତଙ୍କ ପାଇଁ ନିଜର ଚିନ୍ତାଧାରାକୁ ପରିର୍ବତ୍ତନ କରିବାର ସମୟ ଆଣିଛି। ବୈଜ୍ଞାନିକ ଚିନ୍ତାଧାରାର ଉନ୍ନତି ବିନା ଆମ ସମାଜ ଆଗକୁ ବଢିବା ଅସଂଭବ ଅଟେ। ପରମ୍ପରାବାଦି ମାନେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ବେଳେ କରୁଥିବା ଅବୈଜ୍ଞାନିକ ଯୁକ୍ତିର କିଛି ସତ୍ୟତା ନାହିଁ ବୋଲି କୋଟି କୋଟି ଲୋକଙ୍କ ସୂର୍ଯ୍ୟ ପରାଗ ଦର୍ଶନ ପ୍ରମାଣ କରୁଛି।ଆମେରିକାର ନାସା ସୂଚନା ଦେଇଛି କି ଯଦି ଆପଣ ନିଜ ଫୋନରେ ସୁର୍ଯ୍ୟ ପରାଗକୁ କଏd କରି ରଖିବା ପାଇଁ ଚାହୁଁଛନ୍ତି ତେବେ ଏମିତି ଭୁଲ କରନ୍ତୁ ନାହିଁ। ନଚେତ ଏହା ଆପଣଙ୍କ ଫୋନକୁ ଖରାପ କରିଦେଇପାରେ।

Leave a Reply

Your email address will not be published. Required fields are marked *