ମୁଁ ଯେତେବେଳେ ଆମେରିକାରେ ପାଠ ପଢ଼ୁଥିଲି ମୋ ସ୍ତ୍ରୀକୁ ଭେଟିଥିଲି,ଦୁହେଁ ଭକ୍ତିମାର୍ଗରେ ମିଶିଥିଲୁ

ଆଜିର ଆଧୁନିକ ଯୁଗରେ ଆମ ଦେଶର ଲୋକ ମାନେ ନିଜ ଧର୍ମ କୁ ଗ୍ରହଣ କରିବାକୁ ଚାହୁଁ ନାହାଁନ୍ତି। କିନ୍ତୁ ଏମିତି କିଛି ପିଲା ମଧ୍ୟ ଅଛନ୍ତି ଯେଉଁମାନେ ପଢ଼ିବା ପାଇଁ ଅନ୍ୟ ଦେଶକୁ ଗଲେ ମଧ୍ୟ ସେମାନେ ନିଜ ଧର୍ମ ପାଳନ କରୁଛନ୍ତି ଏବଂ ଧର୍ମ ପ୍ରସାରିତ କରୁଛନ୍ତି।

ଭୁବନେଶ୍ୱରରେ ରହୁଥିବା ଜଣେ ଯୁବକ ପାଠ ପଢ଼ିବା ପାଇଁ ଆମେରିକା ଯାଇଥିଲେ। ସେଠି ସେ ଜଣେ ଅଣଓଡିଆ ଝିଅଙ୍କୁ ଭଲ ପାଇଲେ। ଯୁବକ ଜଣଙ୍କ ବୈଷ୍ଣବ ଧର୍ମର ଥିଲେ। ସେ ଜଗନ୍ନାଥଙ୍କୁ ବହୁତ୍ ଭଲ ପାଆନ୍ତି। ଆମେରିକାରେ ରହୁଥିବା ଝିଅଟି ମଧ୍ୟ ଜଣେ ଧାର୍ମିକ ଥିଲେ। ସେଥିପାଇଁ ସେ ଦୁଇ ଜଣ ଘର ଲୋକଙ୍କ ସହମତିରେ ଭୁବନେଶ୍ୱରରେ ବାହା ହେଇଗଲେ। ଯୁବକଙ୍କ ବାହାଘରକୁ ୮ ବର୍ଷ ହେଇଗଲାଣି। ତାଙ୍କର ୩ ବର୍ଷର ଗୋଟେ ଝିଅ ମଧ୍ୟ ଅଛି।

ଯୁବକ ଜଣକ ନିଜ ସ୍ତ୍ରୀ,ଝିଅ ଏବଂ ନିଜ ମାଆଙ୍କ ସହ ଭୁବନେଶ୍ୱରରେ ବିମାନ ବନ୍ଦରରେ ନିଜ ଗୁରୁଙ୍କୁ ଅପେକ୍ଷା କରିଥିଲେ। ସେ କହିଥିଲେ ଆମ ଘରେ ଆଗରୁ ବୈଷ୍ଣବ ଧର୍ମକୁ ବହୁତ୍ ମାନୁଥିଲେ। ସେଥିପାଇଁ ମୁଁ ସବୁବେଳେ ଭଜନ କୀର୍ତ୍ତନ କରେ। ଆମ ଗୁରୁ କାଲିଫର୍ଣ୍ଣିଆର ସେ ଏବେ କୋଲକାତାର ମାୟା ପୁରୀରୁ ଆସିବେ ତା ପରେ ଆମେ ସମସ୍ତେ ପୁରୀ ଯିବୁ ସେଠି ୭-୮ ଦିନ ରହିକି ପୁଣି ଆମେରିକା ଫେରିଯିବୁ।

ମୁଁ ଆମେରିକାରେ ସଫ୍ଟଓୟାର କାମ କରେ ସବୁଦିନ ସକାଳେ ଆଗ ଭଜନ କୀର୍ତ୍ତନ କରି ସରି କାମକୁ ଯାଏ। ଯୁବକଙ୍କ ମା ମଧ୍ୟ କହିଥିଲେ ତାଙ୍କ ଅଣଓଡିଆ ବୋହୂ ବହୁତ୍ ଭଲ ଏବଂ ସେ ଏବେ ଟିକେ ଟିକେ ଓଡ଼ିଆ କହିଲେଣି। ଯୁବକଙ୍କ ସ୍ତ୍ରୀ ମଧ୍ୟ କହିଛନ୍ତି ସେ ବୈଷ୍ଣବ ଧର୍ମ ନେଇ ବହୁତ୍ ଖୁସିରେ ଅଛନ୍ତି। ସେ ମହାପ୍ରଭୁ ଜଗନ୍ନାଥଙ୍କୁ ବହୁତ୍ ଭଲ ପାଆନ୍ତି। ତାଙ୍କର ହସ ହସ ମୁହଁ ତାଙ୍କୁ ସବୁବେଳେ ଦେଖିବାକୁ ଇଚ୍ଛା ହୁଏ।

Leave a Reply

Your email address will not be published. Required fields are marked *