ଦିନେ ସମସ୍ତଙ୍କୁ ଯୋଗାଉ ଥିଲେ ଖୁସି , ଆଉ ଏବେ ମ-ରଣ ସହିତ କରୁଛନ୍ତି ସଂ-ଘର୍ଷ

ଦୁଃ-ଖ କେତେବେଳେ କାହା ଜୀବନରେ ଆସିବ , ସେ କଥା କାହାକୁ ବା ଜଣା । ଆଜି ଯିଏ ଖୁସିରେ ଚଳୁଛି କାଲି ତା ଜୀବନରେ ଅସହ୍ୟ କଷ୍ଟ ଆସି ଯାଇପାରେ । ତେଣୁ କରି ଜୀବନରେ ସବୁବେଳେ ଖୁସିରେ ରହିବା କଥା ଶିଖିବାକୁ ହେବ । ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣି ଆପଣଙ୍କ ଆଖିରୁ ଲୁ-ହ ଆସିଯିବ । ଯିଏ ଦିନେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଏନଟରଟେନମେଣ୍ଟ ଯୋଗାଉ ଥିଲେ , ସେ ଆଜି ଆଇସିୟୁ ବେଡ଼ରେ ନିଜ ଜୀବନ ସହିତ ସଂ-ଘର୍ଷ କରିବାରେ ଲାଗିଛନ୍ତି ।

ତେବେ ହଁ ଆଜ୍ଞା ଆମେ କହୁଛୁ ଇନଷ୍ଟାଗ୍ରାମରେ ବେଶ୍ ନାମ କମାଇଥିବା ଖୁସିଙ୍କ ବିଷୟରେ । ଖୁସି ଆଉ ତାଙ୍କ ସ୍ଵାମୀ ଅର୍ଜୁନ ଇନଷ୍ଟାଗ୍ରାମରେ ଅନେକ ଭିଡିଓ ବନାଇ ଥାଆନ୍ତି । ଆଉ ବର୍ତ୍ତମାନ ଇନଷ୍ଟାଗ୍ରାମରେ ତାଙ୍କର ଲକ୍ଷେରୁ ଅଧିକ ଫୋଲୋଅର ଅଛନ୍ତି । ଯେଉଁ ମାନେ କି ତାଙ୍କୁ ବେଶ୍ ଭଲ ପାଇବା ଦେଇଥାନ୍ତି । କିନ୍ତୁ ଦୁଃ-ଖର ବିଷୟ ବସ୍ତୁ ଏହା ଯେ , ବର୍ତ୍ତମାନ ଖୁସି ଆଉ ବେଡ୍ ରୁ ଉଠି ପାରୁ ନାହାଁନ୍ତି କି ଲୋକଙ୍କ ପାଇଁ ଭିଡିଓ ବନାଇ ପାରୁ ନାହାନ୍ତି। ବର୍ତ୍ତମାନ ଲୋକ ମାନେ ମଧ୍ୟ ଖୁସୀଙ୍କ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ।

ତେବେ ସୂଚନା ଅନୁଯାୟୀ , ଖୁସି ଥିଲେ ଗର୍ଭ-ବତୀ । ଆଉ ତିନି ମାସ ପରେ ହଠାତ୍ ଯେତେବେଳେ ସେ ଚେକ୍ ଅପ୍ କରିବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ , ସେତେବେଳେ ତାଙ୍କ ମିସକ୍ୟାରେଜ୍ ହୋଇ ଯାଇଛି ବୋଲି ଡାକ୍ତର କହିଥିଲେ ଆଉ ୱାଶ କରିବାକୁ ପଡ଼ିବ ବୋଲି କହିଥିଲେ । ତେବେ ଏହାପରେ ପରିବାର ଲୋକ ମଧ୍ୟ ୱାସ କରିବା ପାଇଁ ରାଜି ହୋଇଥିଲେ । ଆଉ ତାଙ୍କର ୱାସ୍ ହୋଇ ଯାଇଥିଲେ । ତେବେ ଯେତେବେଳେ ସେ ଘରକୁ ଫେରିଥିଲେ । ଦୁଇ ଘଣ୍ଟା ପରେ ହଠାତ୍ ତାଙ୍କୁ ଭଲ ଲାଗି ନଥିଲା ଆଉ ତାଙ୍କୁ ପୁଣି ଥରେ ଡାକ୍ତରଙ୍କ ପାଖକୁ ନେବାକୁ ପଡ଼ିଥିଲା ।

ତାଙ୍କ ଅବସ୍ଥା ଏତେ ବିଗିଡି ଯାଇଥିଲା ଯେ , ତାଙ୍କୁ ଆଇସିୟୁ ରେ ଭର୍ତି କରିବାକୁ ପଡ଼ିଥିଲା । ତେବେ ବର୍ତ୍ତମାନ ସମୟରେ ସେ ଆଇସିୟୁ ମଧ୍ୟରେ ଜୀବନ ମ-ରଣ ସହିତ ସଂ-ଘର୍ଷ କରୁଛନ୍ତି । ସ୍ଵାମୀଙ୍କ ପାଖରେ ଯେତେ ଟଙ୍କା ଥିଲା ସେ ସବୁକୁ ସେ ଚିକିତ୍ସା ପାଇଁ ଦେଇ ସାରିଲେଣି । କିନ୍ତୁ ଏବେ ତାଙ୍କ ପାଖରେ ଆଉ କିଛି ଉପାୟ ନାହିଁ । ଚିକିତ୍ସା ପାଇଁ ତାଙ୍କ ପାଖରେ ଆଉ ଟଙ୍କା ନଥିବାରୁ ସେ ଜନସାଧାରଣଙ୍କୁ ଟଙ୍କା ମାଗିଛନ୍ତି । ଆଉ କହିଛନ୍ତି ମୋ ସ୍ତ୍ରୀଙ୍କୁ ବଞ୍ଚାଇ ଦିଅନ୍ତୁ । ମୁଁ ତା ବିନା ବଞ୍ଚି ପାରିବି ନାହିଁ । ତେଣୁ ଆପଣ ମାନେ ଯଥାସମ୍ଭବ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *