୧ ଟଙ୍କା ବି ଦେବାକୁ ପଡ଼ିବନି, ଏଣିକି ବର୍ଷେ ଯାଏଁ ମାଗଣା ଚାଉଳ…

କେନ୍ଦ୍ର ସରକାର ଜାନୁୟାରୀ ୧ ତାରିଖରୁ ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ଦେଶର ୮୧ କୋଟି ୩୫ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ ଦେବେ ବୋଲି କହିଛନ୍ତି। ଦେଶରେ ଆଉ କେହି ଭୋକରେ ରହିବେନି ଏବେ ସମସ୍ତେ ମାଗଣା ଚାଉଳ ପାଇଁ ଖୁସିରେ ରହିବେ। ଓ୍ୱାନ୍ ନେସନ୍, ଓ୍ୱାନ୍ ପ୍ରାଇସ୍ , ଓ୍ୱାନ୍ ରାସନ୍ ପୂରଣ କରିବା କେନ୍ଦ୍ର ସରକାର ଏମିତି ଏକ ଯୋଜନା ଆଣିଛନ୍ତି। ଏହି ଯୋଜନା ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ରହିବ। ଏହି ଯୋଜନାରେ ଲୋକଙ୍କୁ ମାଗଣାରେ ଚାଉଳ ଦିଆଯିବ।

କେନ୍ଦ୍ର ସରକାର ମାଗଣା ଚାଉଳ ଯୋଜନା ଲଗୁ କରିବାର ଦୁଇ ଦିନ ପରେ ରାଜ୍ୟ ସରକାର ମଧ୍ୟ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିଛନ୍ତି। ଏହା ମାଧ୍ୟମରେ ମୁଣ୍ଡ ପିଛା ମାସକୁ ୫ କିଲୋ ହିସାବରେ ଏକ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଚାଉଳ ବାଣ୍ଟିବେ। ରାଜ୍ୟ ସରକାର ଏହି ଯୋଜନା ପାଇଁ ୧୮୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମୁଣ୍ଡପିଛା ୫ କିଲୋ ହିସାବରେ ପ୍ରତି ମାସରେ ମାଗଣା ଚାଉଳ ଦିଆଯିବ।

ଆଗରୁ ଲୋକ ମାନେ କିଲୋ ପିଛା ୧ ଟଙ୍କା ହିସାବରେ ଚାଉଳ ନେଉଥିଲେ କିନ୍ତୁ ବିଜେପି ପରେ ବିଜେଡି ମଧ୍ୟ ମାଗଣା ଚାଉଳ ଦେବା ପାଇଁ ବାହାରିଛି। କୋଭିଡ୍ ସମୟରେ କିଛି ଦିନ ପାଇଁ ମାଗଣାରେ ଚାଉଳ ଦିଆଯାଉଥିଲା କିନ୍ତୁ କିଛି ଦିନ ପରେ ମାଗଣା ଚାଉଳ ବ୍ୟବସ୍ଥା ବନ୍ଦ ହେଇଗଲା। କିନ୍ତୁ କେନ୍ଦ୍ର ସରକାରଙ୍କୁ ଦେଖିବା ପରେ ଆମ ରାଜ୍ୟ ସରକାର ମଧ୍ୟ ମାଗଣା ଚାଉଳ ଦେବାର ବ୍ୟବସ୍ଥା କରିଛନ୍ତି।

୨୦୦୯ ଏବଂ ୨୦୧୪ ନିର୍ବାଚନ ଜିତିବା ପାଇଁ ନବୀନ ୨ ଟଙ୍କିଆ ଏବଂ ୧ ଟଙ୍କିକିଆ ଚାଉଳ ଯୋଜନା ଘୋଷଣା କରି ନିର୍ବାଚନ ଜିତିଥିଲେ। ଆଉ ଏବେ କେନ୍ଦ୍ର ସରକାର ମାଗଣା ଚାଉଳା ଯୋଜନା ଘୋଷଣା କରିବା ପରେ ନବୀନ ୨୦୨୪ ନିର୍ବାଚନ ଜିତିବା ପାଇଁ ଆଉଥରେ ମାଗଣା ଚାଉଳ ଯୋଜନା ଲାଗୁ କରିଛନ୍ତି।

Leave a Reply

Your email address will not be published. Required fields are marked *