ଭାରି ଦୁଃ-ଖଦ ଏ କାହାଣୀ ଆଉ ଭାରି କଷ୍ଟକର ଏ ଘ-ଟଣା । କିଏ ବା ସହିପାରିବ ନିଜ ମାଆକୁ ହରାଇବାର ଦୁଃ-ଖ । କିଏ ବା ନିଜ ମାଆ ବିନା ଖୁସିରେ ରହିପାରିବ । ସମସ୍ତଙ୍କ ପାଇଁ ନିଜ ମାଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତି । ଆଉ କୁହାଯାଏ ନା ମାଆ ବିନା ଜୀବନ ଅଧୁରା । ଠିକ୍ ସେହିପରି ଥରେ ଚିନ୍ତା କରନ୍ତୁ ତ ମାଆଟିଏ ନିଜ ପିଲା ଠାରୁ ଦୂରେଇ ଗଲେ , କେତେ କଷ୍ଟ ହୋଇଥାଏ ସେହି ପିଲାକୁ । ଆଉ ସତେ ଯେମିତି ବଞ୍ଚିବାର ଆଶା ଶେଷ ହୋଇଯାଏ । ଆଉ ଠିକ୍ ସେହିପରି କିଛି ହୋଇଛି ଏହି କୁନି ପୁଅ ସହିତ ।
କୁନି ପୁଅଟିଏ ନିଜ ମାଆକୁ ବହୁତ ଝୁରିବାରେ ଲାଗିଛି । ଆଉ ମାଆ ବିନା ତାର ଜୀବନ ଅଧୁରା ବୋଲି କହିଛି । ଆଉ କିଏ ତାକୁ ଗେଲ କରିବ , କିଏ ତାକୁ ସ୍କୁଲ ପଠାଇବ , କିଏ ତାକୁ ଖାଇବାକୁ ଦେବ , କିଏ ତା କଥା ବୁଝିବ ବୋଲି ଭାବି ଭାବି ପିଲାଟି କା-ନ୍ଦି ପକାଉଛି । ଆଉ ଯାଇ ତିନି ଦିନ ହେବ ପୋଖରୀ କୂଳରେ ବସୁଛି । ସେ ଜାଣିଛି ତା ମାଆ ଆଉ ଫେରିବେ ନାହିଁ , ତଥାପି ଯେଉଁ ପୋଖରୀ କୂଳରେ ତାର ମାଆଙ୍କ ଜୀବନ ଯାଇଛି , ସେଠାରେ ବସି ସେ ନିଜେ ଟିକିଏ ଶାନ୍ତି ଅନୁଭବ କରୁଛି ।
ତେବେ ଆଜ୍ଞା ହଁ , ଆମେ କହୁଛୁ ଭିତରକନିକା ରାଜନଗର ଅଞ୍ଚଳରେ ଘଟି ଯାଇଥିବା ଏକ ଦୁଃ-ଖଦ ଘ-ଟଣା ବିଷୟରେ । ଯେଉଁଠାରେ ବାସନ ମାଜୁଥିବା ସମୟରେ ଜଣେ ୪୭ ବର୍ଷୀୟ ମହିଳା ସିତାରାଣୀଙ୍କୁ ପାଣି ଭିତରକୁ ଟାଣି ନେଇଥିଲା କୁମ୍ଭୀର ଆଉ ତାଙ୍କୁ ଅଣନିଃଶ୍ୱାସୀ କରି ମା-ରି ଦେଇଥିଲା । ତେବେ ଯେତେବେଳେ ସୀତାରାଣୀଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଥିଲା , ସେତେବେଳେ ସେ ପାଟି କରିବା ଆରମ୍ଭ କରିଥିଲେ ଆଉ ଏହି ଚି-ତ୍କାର ଯାଇ ଗାଆଁ ଲୋକଙ୍କ କାନରେ ପଡ଼ିଥିଲା , ସେମାନେ ସାଙ୍ଗେ ସାଙ୍ଗେ ପୋଖରୀ କୂଳକୁ ଧାଇଁ ଆସିଥିଲେ ।
ତେବେ ସେମାନେ ଆସି ପୋଖରୀ କୂଳରେ ପହଞ୍ଚିବା ବେଳକୁ ସବୁକିଛି ଶେଷ ହୋଇ ଯାଇଥିଲା । କାହିଁକି ନା ଆଉ ନଥିଲେ ସିତାରାଣୀ । ତେବେ ଏହାପରେ ଦୀର୍ଘ ସମୟର ଖୋଜାଖୋଜି ପରେ ସୀତାରାଣୀଙ୍କ ମୃ-ତଦେ-ହକୁ ଉ-ଦ୍ଧାର କରା ଯାଇଥିଲା । ତେବେ ପୁଅ ଏହି ସମୟରେ ସ୍କୁଲ ଯାଇଥିଲେ । ପୁଅକୁ ଖାଇବାକୁ ଦେଇ ସ୍କୁଲ ପଠାଇ ବାସନ ଧୋଇବାକୁ ଯାଇଥିଲେ ମାଆ ଆଉ ଘରକୁ ଫେରିଲେ ନାହିଁ । ଏପରି ପରିସ୍ଥିତିରେ ସାନ ପୁଅକୁ ଏକ ଶ-କ୍ତ ଝଟକା ଲାଗିଛି । ଆଉ ସେ ସବୁଦିନ ଯାଇ ପୋଖରୀ କୂଳରେ ବସୁଛି।