ଭୟଙ୍କର କଳାରାତି ତଥା ଭୟଙ୍କର ଶୁକ୍ରବାର । ଟ୍ରେନ ଦୁର୍ଘ-ଟଣା ଇତିହାସରେ ଯୋଡ଼ି ହେଲା ଆଉ ଏକ ଭ-ୟଙ୍କର ମୁହୂର୍ତ୍ତ । ଯାହା ଓଡ଼ିଶାରେ କେବେ ବି ହୋଇ ନଥିଲା । ହଜାଇ ଦେଲା ସମସ୍ତଙ୍କ ଆଖିରୁ ନିଦ ଆଉ କରିଦେଲା ଚାରିଆଡ଼େ ଲହୁ ଲୁହାଣ । ବାସ୍ ଚାରିଆଡ଼େ ଶୁଭିଲା ଚି-ତ୍କାର ଆଉ କଣ ହେଉଥାଏ କେହି ବି ଜାଣି ପାରୁ ନାହାନ୍ତି । ବାସ୍ କିଛି କ୍ଷଣ ଭିତରେ ହିଁ ସବୁକିଛି ଶେଷ ହୋଇଗଲା । ଆଉ ଅନେକ ଲୋକ ପାଲଟି ଗଲେ ଶ-ବ । କେତେ ଖୁସି ନେଇ ଲୋକ ବାହାରି ଥିଲେ ନିଜ କର୍ମସ୍ଥଳକୁ କି ନିଜ ଘରକୁ ହେଉ କିମ୍ବା ଆତ୍ମୀୟସ୍ଵଜନ ଘରକୁ ।
କିନ୍ତୁ ସେହି ସବୁ ଖୁସି ଅଧାରେ ରହିଗଲା ଆଉ ମୁହୂର୍ତ୍ତକ ମଧ୍ୟରେ ସବୁକିଛି ଓଲଟା ପାଲଟା ହୋଇଗଲା । ତେବେ ହଁ ଆମେ କହୁଛୁ ଗତକାଲି ଘଟି ଯାଇଥିବା କରମଣ୍ଡଳ ଏକ୍ସପ୍ରେସ ଟ୍ରାଜେଡି କଥା । ବାଲେଶ୍ଵର ଜିଲ୍ଲା ବାହାନଗା ନିକଟରେ ଘଟିଗଲା ଏପରି ଦୁର୍ଘ-ଟଣା , ଯାହାକୁ ଓଡ଼ିଶା ଇତିହାସ କେବେ ବି ଭୁଲି ପାରିବ ନାହିଁ । ହଠାତ୍ ଟ୍ରେନର ଗତି ବଢ଼ି ଯାଇଥିଲା ଆଉ ଟ୍ରେନ ହୋଇ ଯାଇଥିଲା ଲାଇନ୍ ଚ୍ୟୁତ । ହଠାତ୍ ଟ୍ରେନ ଟ୍ରାକ ରୁ ବାହାରି ଯାଇ ଅନ୍ୟ ଏକ ଟ୍ରେନ ସହ ମା-ଡ଼ ହୋଇ ଯାଇଥିଲା ।
ତେବେ ଏଥିରେ ଟ୍ରେନର ୫ ରୁ ୬ଟି ବଗି ଛିଟିକି ପଡ଼ିଥିଲା ଆଉ ଛିନ୍ ଛତର ହୋଇ ଯାଇଥିଲା । ବର୍ତ୍ତମାନ ସୁଦ୍ଧା ଯାହା ସୂଚନା ମିଳିଛି ୨୩୩ ରୁ ଅଧିକ ମୃ-ତ୍ୟୁ ହୋଇ ଥିବା ବେଳେ ୯୦୦ ରୁ ଅଧିକ ଗୁରୁ-ତର ଆ-ହତ ହୋଇଛନ୍ତି । ତେବେ ସେମାନଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅନ୍ୟ ପକ୍ଷରେ ବର୍ତ୍ତମାନ ସମୟରେ ଏହି ଟ୍ରେନ ମଧ୍ୟରେ ରହିଥିବା କିଛି ଜଣ ବ୍ୟକ୍ତି ବଖାଣିଛନ୍ତି ସେହି ହୃଦୟ ବିଦା-ରକ ଦୃଶ୍ୟ । ଯାହାକୁ ବର୍ଣ୍ଣନା କରିବା ଏତେ ସହଜନୁହେଁ । ସେମାନଙ୍କ କହିବା ଅନୁଯାୟୀ , ହଠାତ୍ କଣ ହୋଇଗଲା ସେମାନେ ବୁଝିବା ଆଗରୁ ସବୁକିଛି ସରି ଯାଇଥିଲା ଆଉ ଟ୍ରେନ ଗୋଟିଏ ପାଖକୁ ଢ଼ଳି ଯାଇଥିଲା ।
ତେବେ ସେଥିରେ କିଛି ଲୋକ ଟ୍ରେନରେ ଝୁଲି ପଡ଼ିଥିଲେ ତ ଆଉ କେତେକ ଡି-ଆଁ ମା-ରିବା ପାଇଁ ଚେଷ୍ଟା କରିଥିଲେ । ଜଣେ ବ୍ୟକ୍ତି କହିଛନ୍ତି କି , ସେ ଲାଇଟ୍ ମା-ରି ଦେଖିବା ପାଇଁ ଯାଉଥିଲେ କାହିଁକି ଟ୍ରେନ ଏତେ ଦୃତ ବେଗରେ ଯାଉଛି କିନ୍ତୁ ଠିକ୍ ସେହି ସମୟରେ ଟ୍ରେନ ଟ୍ରାକରୁ ବାହାରି ଯାଇଥିଲା ଆଉ ସେ ଝରକା ଧରି ଝୁଲି ପଡ଼ିଥିଲେ ଆଉ କିଛି ସମୟ ମଧ୍ୟରେ ସବୁକିଛି ସରି ଯାଇଥିଲା । ତେବେ ଧିରେ ଧୀରେ ଆଖପାଖର ଲୋକ ଆସି ତାଙ୍କୁ ସାହାଯ୍ୟ କରିଥିଲେ ଆଉ ସେଥିରୁ ସେ ବାହାରି ଯାଇଥିଲେ । ସେ କହିଛନ୍ତି ଅନେକ ଶ-ବକୁ ସେ ଡିଆଁ ମା-ରି ସେ ଆସିଛନ୍ତି , ଯାହାକୁ ସେ କେବେ ଭୁଲି ପାରିବେ ନାହିଁ।