କମାର-ବାରିକ-ବଣିଆଙ୍କୁ ମିଳିବ ୧ ଲକ୍ଷ ଟଙ୍କା, ମୋଦି ସରକାର କଲେ ବଡ ଘୋଷଣା…

କେନ୍ଦ୍ର ସରକାର ଏମିତିରେ ଏକାଧିକ ଯୋଜନା କେବଳ ଜନସାଧାରଣଙ୍କ ସହାୟତା ପାଇଁ କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ବର୍ତ୍ତମାନ ଆଉ ଏକ ଯୋଜନା କାର୍ଯ୍ୟକାରୀ ହେବାକୁ ଅନୁମୋଦନ ମିଳିଥିବା ମଧ୍ୟ ସୂଚନା ରହିଛି । ଯାହାକି କୌଳିକ ବୃତ୍ତି କରୁଥିବା ଲୋକଙ୍କ ସହାୟତା ନିମନ୍ତେ ।

ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବାର ପ୍ଲାନ ରଖି ଗତକାଲି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ‘ବିଶ୍ୱକର୍ମ ଯୋଜନା’ ଯୋଜନା ଲାଗୁ କରାଯିବାର ଏକ ଘୋଷଣା କରିଛନ୍ତି । ଏଥି ସକାଶେ ଆଜି କ୍ୟାବିନେଟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

କହିରଖିବୁ ଯେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା କୌଳିକ ବୃତ୍ତି କରୁଥିବା ଲୋକଙ୍କୁ ସେମାନଙ୍କ ବ୍ୟବସାୟରେ ସହାୟତା କରିବ ବୋଲି ଆଶା ରହିଛି । ଅର୍ଥାତ ବଢ଼େଇ, ବୁଣାକାର, ଡଙ୍ଗା ତିଆରି କରୁଥିବା ଲୋକ, ଲୁହା କାରିଗର, ସୁନା କାରିଗର, ତାଲା ତିଆରି କରୁଥିବା ଲୋକ, କୁମ୍ଭାର, ମୋଚୀ, ମୂର୍ତ୍ତିକାର ଓ ରାଜମିସ୍ତ୍ରୀ ଆଦି କୌଳିକ ବୃତ୍ତି କରୁଥିବା ଲୋକ ଏହି ଯୋଜନା ଅଧୀନରେ ରହିବେ ଏବଂ ସେମାନଙ୍କୁ ସରକାର ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବେ । ଯାହାକି ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ ଏହି ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଆଜିକା ବୈଠକରେ ଆଲୋଚନା ପରେ ଏହି ଯୋଜନା ପାଇଁ ୧୩ ହଜାର କୋଟିର ବ୍ୟୟ ହେବ ବୋଲି ଅନୁମାନ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ୩୦ ଲକ୍ଷ କୌଳିକ ବୃତ୍ତିଧାରୀ ଓ ସେମାନଙ୍କ ପରିବାରକୁ ଫାଇଦା ମିଳିବା ସହିତ ପ୍ରଥମ ଫେଜରେ ୧ ଲକ୍ଷ ଟଙ୍କା ଓ ଦ୍ୱିତୀୟ ଫେଜରେ ୨ ଲକ୍ଷ ଟଙ୍କାର ଋଣ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଯାହାକି କହିବାକୁ ଗଲେ ପାଞ୍ଚ ବର୍ଷ ପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟ ।

ଖାଲି ସେତିକି ନୁହେଁ ଏହି ନୂଆ ଯୋଜନା ପାଇଁ ଦକ୍ଷତାର ବିକାଶ, ଟୁଲକିଟ ଇନସେନଟିଭ, ଡିଜିଟାଲ ନେଣଦେଣ ପାଇଁ ଇନସେନଟିଭ ଓ ମାର୍କେଟିଂ ସହାୟତା ମଧ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।” ସେପଟେ ଇ-ବସ୍ ସେବାକୁ ମଧ୍ୟ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ଦେଶର ପ୍ରାୟ ଶହେଟି ସହରରେ ୫୭,୬୧୩ କୋଟି ବ୍ୟୟରେ ୧୦ ହଜାର ଇ- ବସ୍ ଚାଲିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *