ନିଜ ଫିଲ୍ମ “ଆପଣ ମାନେ ଖୁସି ତ” କୁ ନେଇ କଣ କହିଲେ ରମେଶ ରାଉତ , ୨୦୦ ଟଙ୍କା ଦେଇ ସୁସ୍ଥ ରହିବାକୁ ଆସନ୍ତୁ

ଆମ ଓଲିଉଡ଼ ଇଡଷ୍ଟ୍ରିରେ ଅନେକ ଫିଲ୍ମ ନିର୍ମାଣ ହୋଇଥାଏ । ବେଳେ ବେଳେ କିଛି ଫିଲ୍ମ ହିଟ ହୋଇ ଯାଉଥିବା ବେଳେ ଆଉ କେତେବେଳେ ଫିଲ୍ମ ଗୁଡ଼ିକ ଫ୍ଲପ୍ ମଧ୍ୟ ହୋଇ ଯାଇଥାଏ । ତେବେ ବର୍ତ୍ତମାନ ଓଲିଉଡ଼ ଜଗତରେ ବିବାଦ ଲାଗି ରହିଥିବା ବେଳେ ରିଲିଜ୍ ହେବାକୁ ଯାଉଛି ଆଉ ଏକ ଓଡ଼ିଆ ଫିଲ୍ମ , ଯାହାର ଟାଇଟଲ ରହିଛି “ଆପଣ ମାନେ ଖୁସି ତ” । ଯାହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରମେଶ ରାଉତ । ଆଉ ଫିଲ୍ମକୁ ନେଇ ସେ ବର୍ତ୍ତମାନ ମୁଁହ ଖୋଲିଛନ୍ତି ।

ତେବେ ହଁ ଆଜ୍ଞା ଫିଲ୍ମଟି ବର୍ତ୍ତମାନ ହଲ୍ ରେ ରିଲିଜ ହେବାକୁ ଯାଉଛି ଆଉ ଯାହାର ଟିକେଟ ମୂଲ୍ୟ ରହିଛି ୨୦୦ ଟଙ୍କା । ତେବେ ବର୍ତ୍ତମାନ ଫିଲ୍ମ ବିଷୟରେ ରମେଶ ରାଉତ କହିଛନ୍ତି ଯେ , ଫିଲ୍ମଟି ଗୋଟିଏ କମେଡି ଆଧାରିତ । ତେବେ ଆପଣ ମାନେ ଯେତେ ଜଣ କମେଡିଆନ ମାନଙ୍କୁ ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ଦେଖୁଛନ୍ତି ସେମାନେ ସବୁ ଏଥିରେ ଅଛନ୍ତି । ଏହି ଫିଲ୍ମଟି ଏକ ଦୁଇ ଘଣ୍ଟିଆ ଇନଷ୍ଟାଗ୍ରାମ ରିଲ୍ ସଦୃଶ ଭଳି ରମେଶ ରାଉତ କହିଛନ୍ତି । ଯାହାକୁ ଦେଖି ଆପଣ ମାନେ ବହୁତ ଖୁସି ହେବେ ବୋଲି ସେ କହିଛନ୍ତି ।

ଅନ୍ୟ ପକ୍ଷରେ ସେ କହିଛନ୍ତି କି , ୨୦୦ ଟଙ୍କା ଆପଣ ଗୋଟିଏ ଫିଲ୍ମ ଦେଖିବା ପାଇଁ ଖର୍ଚ୍ଚ କରୁ ନାହାଁନ୍ତି । ଏହି ୨୦୦ ଟଙ୍କା ଦେଇ ଆପଣ ସୁସ୍ଥ ରହିବା ପାଇଁ ହଲ୍ କୁ ଆସୁଛନ୍ତି । ଆଉ ଗୋଟିଏ ଗ୍ୟାରେଣ୍ଟି ଦେଇ ସେ କହିଛନ୍ତି ଯେ , ଫିଲ୍ମ ଦେଖିବା ପରେ ଆପଣ ନିହାତି ହସି ହସି ଗଡିଯିବେ । ତେଣୁ କରି ସମସ୍ତଙ୍କୁ ସେ ହଲ୍ ଆସିବାକୁ ନିବେଦନ କରିଛନ୍ତି । ଅନ୍ୟ ପକ୍ଷରେ ଏକ ମଜାଦାର ସ୍ଥାନର ନାମ ସେ ରଖିଛନ୍ତି ଆଉ ତାହା ହେଉଛି ମାଣ୍ଡୁପୁର , ଯାହା ଦର୍ଶକଙ୍କ ପେଟ ଦରଜ କରିଦେବ ।

ତେବେ ନିଜ ପ୍ରେମିକା ବିଷୟରେ ସେ ମୁଁହ ଖୋଲି କହିଛନ୍ତି । ସେ କହିଛନ୍ତି ଯେ , ଜୀବନରେ ଜଣେ ପୁରୁଷ ସହିତ ମହିଳା ରହିବା ମଧ୍ୟ ନିହାତି ଆବଶ୍ୟକ । ନଚେତ୍ ଦୁହେଁ ଅଧୁରା ହୋଇ ଯାଆନ୍ତି । ଆଉ ତାଙ୍କର ମଧ୍ୟ ପ୍ରେମିକା ଅଛନ୍ତି । ତାଙ୍କ ପାଇଁ ସେ ସବୁକିଛି । ତାଙ୍କ ପାଇଁ ଦେବୀ ବୋଲି ସେ ସମ୍ବୋଧନ କରିଛନ୍ତି । ତେବେ ଶେଷରେ ସେ କହିଛନ୍ତି ଯେ , ଫିଲ୍ମରେ ଆପଣ ଯାହା ଖୋଜିବେ ତାହା ପାଇବେ । ପୁରା ହସ ପସରା ବାଣ୍ଟୁଥିବା ଚଳଚିତ୍ରଟିଏ ।

Leave a Reply

Your email address will not be published. Required fields are marked *