ଜାଗୃତି ତୁମେ ମତେ ବଞ୍ଚିବା ଶିଖାଇ ଦେଇଛ: ଅନୁଭବ ।

ଅନୁଭବ ଏଥର ଲେଖୁ ଲେଖୁ ଲେଖି ଦେଉଛନ୍ତି । କହିବାକୁ ଲାଜ ଲାଗୁଛି ମନର କଥା ଚିଠିରେ , ସୋସିଆଲ ମିଡିଆରେ ଲେଖି ପକାଉଛନ୍ତି । ଆଉ କହୁଛନ୍ତି ତୁମେ ଅଜଣା ଅଚିହ୍ନାରୁ ଆଜି ଭାରି ନିଜର ହୋଇ ଯାଇଛ । ବାନ୍ଧବୀ ଜାଗୃତିଙ୍କ ପାଇଁ ଅନୁଭବ ମହାନ୍ତିଙ୍କ କେଇ ପଦ କଥା ଏବେ ପୁଣି ଚର୍ଚ୍ଚାକୁ ଆସିଛି । ଅନୁଭବ ମୁହଁ ଖୋଲି ଯାହା କହି ପାରୁ ନାହାଁନ୍ତି ତାହା ସୋସିଆଲ ମିଡିଆରେ ଜାଗୃତିଙ୍କୁ କହିଛନ୍ତି ।

ଏବେ ମୁଁ ତୁମକୁ ବହୁତ ପସନ୍ଦ କରେ ସତ କହିବାକୁ ଲାଜ ଲାଗିଲା ତେଣୁ ଲେଖୁ ଲେଖୁ ଲେଖି ଦେଲି । ତୁମର ମନେ ଅଛି ଜାଗୃତି ଯେଉଁ ଦିନ ଆମର ପ୍ରଥମ ଥର ପାଇଁ ଦେଖା ହୋଇଥିଲା । ମୁଁ ଯେତେବେଳେ ପ୍ରତି ମୁହୂର୍ତ୍ତରେ ଜ-ଳି ଜ-ଳି ବଞ୍ଚୁଥିଲି ତୁମେ ମତେ ସେହି ସମୟରେ ନିଆଁର ସେ ବାରୁଦ ଗଦାରୁ ଟାଣି ଆଣି ବଞ୍ଚିବା ଶିଖାଇଛ । ତୁମ ସହ ଦେଖା ହେବା ପରେ ମୁଁ ଜୀଅନ୍ତା ଶ-ବ ରୁ ପୁଣି ଥରେ ଆଉ ଏକ ନୂଆ ଜୀବନ ପାଇଛି ।

ଜାଣିଛ ଜାଗୃତି ଆଜି ନା ମୁଁ ଏକୁଟିଆ ବସିଥିଲି । ତୁମ କଥା ବହୁତ ମନେ ପଡ଼ିଲା । ତୁମ ସହ ବିତେଇ ଥିବା ସେହି ମହୁର୍ତ୍ତ ଗୁଡା ମୋର ମନେ ପକାଇ ଦେଲା ତେଣୁ କାହିଁକି କେଜାଣି ତୁମ ବିଷୟରେ ଲେଖିବାକୁ ବହୁତ ଇଚ୍ଛା ହେଲା । ତୁମ ସହ ବିତେଇ ଥିବା ସେ ଖୁସିର ମୁହୂର୍ତ୍ତ ଗୁଡିକୁ କାହିଁକି କେଜାଣି ସୋସିଆଲ ମିଡିଆରେ ଲେଖିବାକୁ ବହୁତ ଇଚ୍ଛା ହେଲା । କାହା କହିବାରେ କଣ ଅଛି । କାହା କଥାକୁ ମୁଁ ଶୁଣେ ନାହିଁ ।

ମୁଁ ଏ କଥା ବି ଜାଣିନି କିଏ ମତେ କଣ କୁହେ କି କିଏ ତୁମକୁ କଣ କୁହେ । ହେଲେ କିନ୍ତୁ ମୁଁ ତୁମକୁ ବହୁତ ପସନ୍ଦ କରେ । କାରଣ ହେଉଛି ମୋ ଅସୁବିଧା ସମୟରେ ତୁମେ ମୋ ସାଥିରେ ରହିଛ । ମତେ ଯ-ନ୍ତ୍ରଣା ଭିତରୁ ହାତ ଧରି ଟାଣି ଆଣିଛ । ଆଉ ତୁମେ ମୋ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା କେବଳ ମୁଁ ହିଁ ଜାଣେ । ଆମ ସମ୍ପ-ର୍କ କୁ ଆଉ କେହି ବୁଝି ପାରିବେ ନାହିଁ । ଆମ ସମ୍ପ-ର୍କର ମୂଲ୍ୟ କୁ ଆଉ କେହି ଅନୁଭବ କରି ପାରିବେ ନାହିଁ ।

ହଁ ମୁଁ ତୁମକୁ ସେତିକି ବିଶ୍ୱାସ ଆଉ ସେତିକି ଭଲ ପାଏ ବୋଲି । ସାମାଜିକ ଗଣମାଧ୍ୟମରେ ଆଜି ମୁଁ ତୁମ ପାଇଁ ଦୁଇ ପଦ ଲେଖିବାକୁ ସାହସ କରୁଛି । ମୋ ମନର କଥା ମୁଁ ଆଜି ସୋସିଆଲ ମିଡିଆରେ ଲେଖି ପୋଷ୍ଟ କରୁଛି । ସତ କହୁଛି ମୁଁ ତୁମକୁ ବହୁତ ପସନ୍ଦ କରେ । କାରଣ ମୁଁ ନିଜ ଆଖିରେ ଦେଖିଛି ତୁମ ଜୀବନରେ ଉଠିଥିବା ଝଡ଼ ।

ଆଉ ମୁ ମଧ୍ୟ ଦେଖିଛି ତୁମେ କିପରି କେତେ କଷ୍ଟ କରି ସବୁ ଝଡ଼ ଝଞ୍ଜାକୁ ସାମ୍ନା କରିଛ । ବନ୍ଧୁଗଣ ସୋସିଆଲ ମିଡିଆରେ ଜାଗୃତିଙ୍କ ପାଇଁ ଅନୁଭବ ମହାନ୍ତି ଲେଖିଛନ୍ତି ଏକ ଭାବ ପୂର୍ଣ୍ଣ ଭରା କଥା । ଆଉ ସେହି ଲେଖାରେ ଜାଗୃତିଙ୍କୁ ପ୍ରସଂଶା କରିବାକୁ ଟିକେ ହେଲେ ମଧ୍ୟ କୁଣ୍ଠାବୋଧ କରି ନାହାଁନ୍ତି। ଜାଗୃତି ଜଣେ ସାଧାରଣ ଝିଅ ନୁହଁନ୍ତି । ସେ ଅନେକ ସମସ୍ୟା ଦେଇ ଗତି କରିଛନ୍ତି ।

ଆଉ ମୋ ଜୀବନରେ ତାଙ୍କର ଭୂମିକା କେତେ ତାହା କେବଳ ମୁଁ ହିଁ ଜାଣେ । ଆଜି କାହିଁକି ଆଉ କଣ ପାଇଁ ସେ ଏତେ ମନେ ପଡୁଛନ୍ତି ମୁଁ ନିଜେ ବି ଜାଣି ପାରୁନି । ଆଜି କାହିଁକି ଆଉ କଣ ପାଇଁ ତାଙ୍କ ବିଷୟରେ ମତେ ଏତେ ଲେଖିବାକୁ ଇଚ୍ଛା ହେଉଛି ମୁଁ ନିଜେ ଜାଣିନି । ହେଲେ ଜାଗୃତି ତୁମେ ବହୁତ ଭଲ । ତୁମ ବେକ୍ତିତ୍ୱ ମତେ ବହୁତ ଭଲ ଲାଗେ । ତୁମ ବେକ୍ତିତ୍ୱ ମତେ ବହୁତ ପ୍ରଭାବିତ କରେ ।

ଆଉ ମୁ ତୁମଠୁ ଶିଖିଛି କିପରି ସବୁ ପରିସ୍ଥିତି କୁ ସାମ୍ନା କରାଯାଏ । ଏମିତି ଅନେକ କଥା ଅଛି ଯେଉଁଥି ପାଇଁ ମୁ ଜାଗୃତିଙ୍କୁ ପସନ୍ଦ କରେ । ତେବେ ଏହି ଲେଖାକୁ ଅନୁଭବ ମହାନ୍ତିଙ୍କ ପ୍ରଶଂସକ ମାନେ ପଢି ସାରିବା ପରେ ବେଶ ଖୁସି ଅଛନ୍ତି । କାରଣ ଏହି ଲେଖା ହିଁ ଜଣାଇ ଦେଉଛି ଅନୁଭବ ଜାଗୃତିଙ୍କୁ କେତେ ଭଲ ପାଆନ୍ତି । ଏହି ଲେଖା ହିଁ ଜଣାଇ ଦେଉଛି ଅନୁଭବ ମହାନ୍ତି ଏହି ଲେଖା ଲେଖିବା ବେଳେ କେତେ ଖୁସି ଥିବେ । ତେବେ ଅନୁଭବ ଙ୍କ ଖୁସିରେ ତାଙ୍କ ପ୍ରଶଂସକ ମାନେ ମଧ୍ୟ ଖୁସି ହେଉଥିବେ ।

Leave a Reply

Your email address will not be published. Required fields are marked *