ଏଲଆଇସି ଆଣିଲା ନୂଆ ଯୋଜନା ମାତ୍ର ୨୯ ଟଙ୍କା ନିବେଶରେ ପାଇବେ ୩ ଲକ୍ଷ ଟଙ୍କା। ଜାଣନ୍ତୁ ଏହି ବିଷୟରେ।

ଲୋକମାନଙ୍କ ଆୟକୁ ଦୃଷ୍ଟିରେ ରଖି ଏଲଆଇସି ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାରର ଯୋଜନା ଆଣିଥାଏ। ଯାହାକି ହିତାଧିକାରୀଙ୍କ ପାଇଁ ଉପଯୁକ୍ତ ହୋଇଥାଏ। ତେବେ ହିତାଧିକାରୀ ମାନେ ମଧ୍ୟ ଏଲଆଇସି ଯୋଜନାଧୀନରେ ଟଙ୍କା ନିବେଶ କରିବାକୁ ପସନ୍ଦ କରନ୍ତି। ଏଲଆଇସି ମଧ୍ୟ ହିତାଧିକାରୀଙ୍କ ଟଙ୍କା ସୁରକ୍ଷିତ ରଖିବାର ପ୍ରତିଶ୍ରୁତି ଦେଇଥାଏ। ତେବେ ଏଲଆଇସିର ନୂତନ ଯୋଜନା ଯେଉଁମାନେ ଟଙ୍କା ନିବେଶ କରିବା ପାଇଁ ଇଚ୍ଛୁକ ସେମାନଙ୍କ ପାଇଁ ଏହି ଯୋଜନା ଅଧିକ ଲାଭ ଦାୟକ ଅଟେ

ଲୋକମାନେ ଏଲଆଇସିରେ ଟଙ୍କା ନିବେଶ କରିବା ପାଇଁ ଭଲ ପାଆନ୍ତି। ଏହା ପଛରେ ଥିବା ମୁଖ୍ୟ କାରଣ ହେଉଛି ଲୋକମାନେ ଏଠାରେ ନିଜ ଟଙ୍କା ନିବେଶରେ ସୁରକ୍ଷିତ ମନେ କରନ୍ତି। ଯଦି ଆପଣ ଜୀବନ ବୀମା ନିଗମରେ ଟଙ୍କା ନିବେଶ କରୁଛନ୍ତି ଏବଂ ଏହାର ମାଚ୍ୟୁରୁଟି ପୂର୍ଣ୍ଣ ହେବା ପରେ ତୁରନ୍ତ ହିଁ ଟଙ୍କା ମିଳି ଯାଇଥାଏ। କେବଳ ସେତିକି ନୁହେଁ ପଲିସିଧାରକ ଙ୍କ ଯଦି ମାଚ୍ୟୁରୁଟି ପୂର୍ଣ୍ଣ ହେବା ପୂର୍ବରୁ ମୃତ୍ୟୁ ଘଟେ ତେବେ ତାଙ୍କୁ ସମସ୍ତ ଟଙ୍କା ଫେରେଇ ଦିଆଯାଏ। ଯେଉଁ କାରଣରୁ ଲୋକମାନେ ଅଧିକ ବିଶ୍ୱାସ କରନ୍ତି।

ଏଲଆଇସି ଆଉ ଏକ ଲାଭ ଦାୟକ ଯୋଜନା ଲୋକମାନଙ୍କ ପାଇଁ ନେଇ ଆସିଛି। ଏହି ସ୍କିମର ନାମ ଏଲଆଇସି ରଖିଛି LIC Aadhaar Shila। ଆର୍ଥିକ ସ୍ଥିତିରେ ସୁରକ୍ଷିତ କରିବା ପାଇଁ ଏଲଆଇସି ଏହି ସ୍କିମ ବାହାର କରିଛି। ଏହା ବିଶେଷ କରି ଆତ୍ମନିର୍ଭରଶୀଳ ମହିଳା ମାନଙ୍କ ପାଇଁ ଖୁବ ଲାଭଦାୟକ ହେବ। ତେବେ ଆଜି ଆମେ ଆପଣଙ୍କୁ ଏହି ପଲିସି ବିଷୟରେ କହିବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଏଲଆଇସି ଆଣିଥିବା ନୂଆ ଯୋଜନାରେ ଆପଣଙ୍କୁ ପ୍ରତିଦିନ ମାତ୍ର ୩୦ ଟଙ୍କା ନିବେଶ କରିବାକୁ ପଡିବ। ତେବେ ଆପଣ ସର୍ବନିମ୍ନ ୨୦ ବର୍ଷ ପର୍ଯ୍ୟନ୍ତ ଦେବାକୁ ହେବ। ଯଦି ଆପଣ ୨୦ ବର୍ଷ ପର୍ଯ୍ୟନ୍ତ ନିବେଶ କରୁଛନ୍ତି ତେବେ ଆପଣଙ୍କ ମାଚ୍ୟୁରୁଟି ପୂର୍ଣ ବେଳକୁ ଆପଣ ନଗଦ ତିନି ଲକ୍ଷ ଟଙ୍କା ପାଇବେ। ତେବେ ଏହି ଯୋଜନରେ ଅନ୍ତର୍ଭୁକ୍ତ ହେବାକୁ ହେଲେ ମହିଳାଙ୍କ ସର୍ବନିମ୍ନ ବୟସ ୮ ବର୍ଷ ଓ ସର୍ବାଧିକ ବୟସ ୫୫ ବୟସ ରଖା ଯାଇଛି। ଏଥିପାଇଁ ଦରକାର ପଡ଼ିଥାଏ ଆଧାର କାର୍ଡ। ତେଣୁ ଆଧାର କାର୍ଡ ବିନା ଏହା ସମ୍ଭବ ନୁହେଁ।

ମନେ କରନ୍ତୁ ଆପଣଙ୍କ ବୟସ ୩୦ ବର୍ଷ। ଆଉ ଆପଣ ୨୦ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ୨୯ ଟଙ୍କା ନିବେଶ କରୁଛନ୍ତି। ତେବେ ବର୍ଷକୁ ୧୦,୯୫୯ ଟଙ୍କା ଦେବାକୁ ହେବ। ଏହିପରି ଭାବରେ ଆପଣଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ହେବ। ମାଚ୍ୟୁରୁଟି ପୂର୍ଣ୍ଣ ବେଳକୁ ଆପଣଙ୍କୁ ୩ ଲକ୍ଷ ଟଙ୍କା ମିଳିବ। ଏହାସହ ପ୍ଲାନର ପ୍ରିମିୟମ ପେମେଣ୍ଟ ମାସିକ, ତ୍ରୈୟିମାସିକ, ୬ମାସିକ କିମ୍ବା ବାର୍ଷିକ ଆଧାରରେ ଦେବାକୁ ପଡିବ। ମାଚ୍ୟୁରୁଟି ପୂର୍ଣ୍ଣ ହେବା ପୂର୍ବରୁ ଯଦି ପଲିସି ଧାରକ ଙ୍କ ମୃତ୍ୟୁ ଘଟେ ତେବେ ସମସ୍ତ ଟଙ୍କା ଫେରେଇ ଦିଆଯିବ।

Leave a Reply

Your email address will not be published. Required fields are marked *