ସୋନାଲିକୁ ହାତକଡି ପକେଇ, ଜେଲ୍ ଘୋଷାଡି ନେଲେ ଖୁସିହେବି

ଦେଖୁ ଦେଖୁ ଏହାରି ଭିତରେ କେତେବେଳେ ଏକ ବର୍ଷ ଅତିକ୍ରମ କରି ସାରିଲାଣି । ଘଟ-ଣାକୁ ଲୋକେ ମଧ୍ୟ ଭୁଲି ଯିବାକୁ ବସିଲେଣି । ହେଲେ ମା ମନରୁ ନା ସୁଖିଛି କ୍ଷତ ନା ହିଁ ମାର ଆଖିରୁ ଲୁହ । ଆଜିବି ମା ରାତି ହେଲେ ପୁଅକୁ ଦେଖିବାକୁ ଅନ୍ଧାର ରାତିରେ ଛାତରେ ଘୁରିବୁଲେ । ଆଜିବି ମା ରାତି ହେଲେ ଗୁମୁରି ଗୁମୁରି କାନ୍ଦେ ହେଲେ ମାର ଲୁ-ହ ପୋଛିବାକୁ ପୁଅ କିନ୍ତୁ ସେହି ଅଫେରା ରାଇଜରୁ ଫେରେ ନାହିଁ । ଦର୍ଶକ ବନ୍ଧୁ ଆମେ କହୁଛୁ ମଡେଲ ତଥା ବ୍ୟବସାୟୀ ସୌମ୍ୟଙ୍କ କଥା ।

ପ୍ରେମରେ ଧୋକା ଖାଇବା ପରେ ଆ-ତ୍ମହ-ତ୍ୟା ଭଳି ଏକ ଚରମ ପନ୍ଥାକୁ ଆପଣାଇ ନେଇଥିଲେ ସୌମ୍ୟ ରଞ୍ଜନ । ତାଙ୍କ ମୃ-ତ୍ୟୁକୁ ଏହାରି ଭିତରେ ଏକ ବର୍ଷ ବିତି ଯାଇଛି । ହେଲେ ନା ସୌମ୍ୟଙ୍କୁ ନ୍ୟା-ୟ ମିଳିଛି ନା ହିଁ ସୌମ୍ୟଙ୍କ ପରିବାର ଲୋକଙ୍କୁ । ଯିଏ ଦୋଷୀ ସେ ବାହାରେ ମୁକ୍ତ ଆକାଶ ତଳେ ଖୁଲୁମ ଖୁଲା ଉଡି ବୁଲୁଛି ।

ସେପଟେ ସୌମ୍ୟଙ୍କ ପରିବାର ଲୋକଙ୍କ ମନରୁ ଧୀରେ ଧୀରେ ପୋ-ଲିସ ଉପରେ ଆଶା ଭରସା କମି କମି ଯାଉଛି । ସୌମ୍ୟଙ୍କ ମାଙ୍କ କହିବା ଅନୁଯାୟୀ ସାଧାରଣତ ଜଣେ ଦୋଷୀ ଯେତେବେଳେ ଦୋ-ଷ କରେ ସେତେବେଳେ ତାଙ୍କ ନାମରେ ଅଭି-ଯୋଗ ଆସିବା ମାତ୍ରେ ପୋ-ଲିସ ଅଭି-ଯୋଗ ଗ୍ରହଣ କରି ତଦ-ନ୍ତ ଆରମ୍ଭ କରେ । ମାତ୍ର ସୌମ୍ୟ ଙ୍କ କ୍ଷେତ୍ରରେ ଆଜକୁ ବର୍ଷେ ପୁରିଥିଲେ ମଧ୍ୟ ପୋ-ଲିସ ଚୁପ ବସିଛି ।

ସୌମ୍ୟ ରଞ୍ଜନ ନନ୍ଦନବିହାରରେ ଆ-ତ୍ମହ-ତ୍ୟା କରିଥିଲେ । ପୁଅର ମୃ-ତ୍ୟୁ ପରେ ପରିବାର ଲୋକେ ସୌମ୍ୟଙ୍କ ପ୍ରେମିକା ସୋନାଲିଙ୍କ ନାମରେ ଅଭି-ଯୋଗ ଆଣିଥିଲେ । ହେଲେ ମୃ-ତ୍ୟୁର ବର୍ଷେ କୌଣସି ନ୍ୟା-ୟ ନ ମିଳିବାରୁ ହାଇକୋର୍ଟ ଏହି ତ-ଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନି-ର୍ଦେଶ ଦେଇଛନ୍ତି । କିନ୍ତୁ ସୌମ୍ୟଙ୍କ ମା ଙ୍କ ଅଭି-ଯୋଗ ଅନୁଯାୟୀ କେଉଁଠି ନା କେଉଁଠି ନ୍ୟା-ୟ ପ୍ରକ୍ରିୟା ବିଳମ୍ବ ଅଛି ।

ପୋ-ଲିସ ପ୍ରଶାସନ ପଇସା ଖାଇ ତଦନ୍ତଙ୍କୁ ବାଟ ବଣା କରିବାକୁ ଚେଷ୍ଟା କରୁଛନ୍ତି । ଆଉ ଅନ୍ୟପଟେ ପୋ-ଲିସ ଏହି ଘଟ-ଣାକୁ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ନିଦା ବିଷ୍ଣୁ ସାଜିଥିବା ସୌମ୍ୟଙ୍କ ମା କହିଛନ୍ତି । ସେପଟେ ଏବେ ହାଇକୋର୍ଟ ଅର୍ଡର ଦେବା ପରେ କି ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯିବ ଏହା ଶୁଣିବା ପରେ ପରିବାର ଲୋକଙ୍କ ମଉଳି ଯାଇଥିବା ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି । କ୍ରାଇମବ୍ରାଞ୍ଚ ତଦ-ନ୍ତ କେତେ ବାଟ ଯାଉଛି । ଆଉ ସୌମ୍ୟଙ୍କ ପରିବାର ଲୋକଙ୍କୁ କେବେ ନ୍ୟା-ୟ ମିଳୁଛି । ତାକୁ ଅପେକ୍ଷା କରିଛନ୍ତି ସୌମ୍ୟଙ୍କ ମା ।

ପୁଅର ଅନୁପସ୍ଥିତକୁ ବଖାଣିବା ବେଳେ ମାଙ୍କ ଆଖିରୁ ଝରି ଆସିଥିଲା ଧାରା ଶ୍ରାବଣର ଲୁହ । ମା କଇଁ କଇଁ ହୋଇ କାନ୍ଦି କହିଥିଲେ କି ମୋ ପୁଅ ଆର ପାରିକୁ ଯିବାକୁ ପାଞ୍ଚ ବର୍ଷ ବିତି ଗଲାଣି ହେଲେ ମୁଁ ଅସହାୟ ହୋଇ ପଡିଛି । ଛାତିକୁ ପଥର କରି କେବେ ପୋ-ଲିସ ନ୍ୟା-ୟ ଦେବ ।

ମୋ ପୁଅ ଯାହା ପାଇଁ ଆ-ତ୍ମହ-ତ୍ୟା କରିଛି ସେ କେବେ ରାସ୍ତା ଉପରେ ଚାଲି ଚାଲି ଜେ-ଲ ଯିବ । ସେହି ବାଟକୁ ମୁଁ ଚାହିଁ ବସିଛି । ହେଲେ ଧୀରେ ଧୀରେ ରାତି ଯାଇଁ ସକାଳ ଆସିଲା ଦିନ ପରେ ଦିନ ବିତିଲା ମୋ ପୁଅ କିନ୍ତୁ ନ୍ୟା-ୟ ପାଇଲା ନାହିଁ । ଆ-ତ୍ମହ-ତ୍ୟା ପୂର୍ବର ଅଡିଓ ରେ-କର୍ଡ ଘୁରି ବୁଲିଲା । ମୋ ପୁଅ କିପରି କାନ୍ଦୁଥିଲା ତାହା ସାରା ଓଡ଼ିଶାବାସୀ ସେହି ଅଡିଓ ରେକର୍ଡ଼ରେ ଜାଣିଛନ୍ତି । ହେଲେ ମୋ ପୁଅ କିନ୍ତୁ ନ୍ୟା-ୟ ପଇଲାନି ।

ସେ ଝିଅ ମୋ ପୁଅକୁ ଯେଉଁ ଭଳି ରୁକ୍ଷ ବ୍ୟବହାର କରିଥିଲା ତା ଜାଗାରେ ଯେ କେହିବି ଥିଲେ ସେ ଏମିତି ଭୁଲ ନିଷ୍ପତ୍ତି ନେଇ ଯାଇଥାନ୍ତା । ମୋ ପୁଅ ତାକୁ ଭଲ ପାଉଥିଲା ତେଣୁ ମୋ ପୁଅ ତାକୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଥିଲା । ହେଲେ କିନ୍ତୁ ଵିଧିର ବିଧାନ ଥିଲା ବୋଧେ କିଛି ଅଲଗା । ମୋ ପୁଅ ଶେଷରେ ତା ଭାଷା ସହି ନ ପାରି ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଗଲା । ଆମେ ଏକା ହୋଇଗଲୁ ।

ମୁଁ ତା ମା ମୋ ମନ ତ କେବେ ବୁଝିବନି । ହେଲେ ସେହି ଦିନ ମୋ ଦୁଃ-ଖ ସାମାନ୍ୟ ମାତ୍ରାରେ କମ ହେବ ଯେଉଁ ଦିନ ।ସେ ଝିଅକୁ କ୍ରାଇମବ୍ରାଞ୍ଚ ହାତ କଡ଼ି ପକାଇ ବିଚ ରାସ୍ତାରେ ଟାଣି ଟାଣି ନେଉଥିବ । ସେହି ଦିନକୁ ସୌମ୍ୟଙ୍କ ପରିବାର ଲୋକେ ଅପେକ୍ଷା କରିଛନ୍ତି ବୋଲି ସୌମ୍ୟଙ୍କ ମା କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା କ୍ରାଇମବ୍ରାଞ୍ଚ ଏହି ଘଟ-ଣାର ତ-ଦନ୍ତ କେତେ ବାଟ ଆଗେଇ ନେଉଛି ।

Leave a Reply

Your email address will not be published. Required fields are marked *