ହଠାତ ମଶାଣିରେ ସୋଇଥିବା ଜୁଇରୁ ଉଠିଗଲେ ଏହି ବ୍ୟକ୍ତି, ଆଉ ତାପରେ କଣ ଘଟିଲା…. ଦେଖନ୍ତୁ ଭିଡିଓ

ମୃତ୍ୟୁ କେତେବେଳେ ଆଉ କେବେ ଆସିବ ସେ ବିଷୟରେ କେହି ଜାଣି ନାହାଁନ୍ତି। ଏହି ମୋହମାୟା ଦୁନିଆରେ ଜନ୍ମ ଓ ମୃତ୍ୟୁ ଏକ ମାତ୍ର ସତ୍ୟ। ଜନ୍ମ ନେଇଛ ମାନେ ମୃତ୍ୟୁ ଯେମିତି ହେଲେ ଘଟିବ। ଆପଣ ଜାଣିଛନ୍ତି ଯେ ସତୀ ସାବିତ୍ରୀ ଯିଏକି ଏକମାତ୍ର ମନୁଷ୍ୟ ନିଜ ସ୍ୱାମୀକୁ ମୃତ୍ୟୁ ମୁଖରୁ ଛଡେଇ ନେଇ ଆସିଥିଲେ। ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ୩ ଜଣ ଲୋକ ଯିଏକି ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

କେଲଭିନ ଷ୍ଟେଡୋ ନାମକ ଏକ କୁନି ପିଲାଟିଏ ଯିଏକି ନିଜ ବାପା ଓ ମାଆଙ୍କ ସହ ବ୍ରାଜିଲରେ ରୁହେ। ତେବେ କେଲଭିନକୁ ଯେତେବେଳେ ଦୁଇ ବର୍ଷ ବୟସ ହୋଇଥିଲା ସେତେବେଳେ କେଲଭିନ କମ୍ଫ ନିମୋନିଆରେ ଆକ୍ରାନ୍ତ ହୋଇଥିଲା। ଯାହାଫଳରେ ଡାକ୍ତର ଖାନାରେ କେଲଭିନର ମୃତ୍ୟୁ ଘଟିଥିଲା। ଡାକ୍ତର ମଧ୍ୟ ଶିଶୁର ମୃତ୍ୟୁ ଘଟିଛି ବୋଲି ଘର ଲୋକଙ୍କୁ ଜଣାଇ ଥିଲେ। ତେବେ ପୁଅର ମୃତ୍ୟୁ ଖବର ବିଷୟରେ ଜାଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ଘରକୁ ଆଣି ଅ ନ୍ତିମ ସଂସ୍କାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଅନ୍ତିମ ସଂସ୍କାର ସମୟରେ ମୃ-ତ କେଲଭିନ ହଠାତ ଉଠି ପଡିଥିଲା। କେବଳ ସେତିକି ନୁହେଁ ସେ ତା’ ବାପାକୁ ପାଣି ପିଇବା ପାଇଁ ମଧ୍ୟ ମାଗିଥିଲା। ପାଣି ପିଇବା ପରେ କେଲଭିନ ପୁଣି ଶୋଇ ପଡ଼ିଥିଲା। ଏହାପରେ ତୁରନ୍ତ ସେମାନେ ପୁଅକୁ ଡାକ୍ତର ଖାନା ନେଇ ଯାଇଥିଲେ। କିନ୍ତୁ ଡାକ୍ତର ମୃ-ତ ବୋଲି କହିଥିଲେ। ତେବେ ଏ ବିଷୟରେ ବାପା ଓ ମାଆ କିଛି ବୁଝି ପାରି ନଥିଲେ। ଡାକ୍ତର ମଧ୍ୟ ପିତା ମାତାଙ୍କ ଠାରୁ ସମସ୍ତ କଥା ଜାଣିବା ପରେ ସ୍ତବ୍ଧ ହୋଇଯାଇଥିଲେ। ଏହା ସମ୍ଭବ ବୋଲି କହିଥିଲେ।

ତେବେ ଆପଣମାନେ ଜାଣିଛନ୍ତି ଯେ ଯଦି କାହାର ମୃ-ତ୍ୟୁ ଘଟେ ସେ ଆଉ ଜୀବିତ ହୋଇ ପାରିବ ନାହିଁ। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛି ଟିନା ନାମକ ଏକ ଆମେରିକୀୟ ଯୁବତୀ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଟିନା ବହୁତ ଦିନ ଧରି କର୍କଟ ରୋଗରେ ଆକ୍ରନ୍ତ ଥିଲା ଯେଉଁଥି ପାଇଁ ସେ ହସ୍ପିଟାଲରେ ଚିକିତ୍ସା ହେଉଥିଲା। ତେବେ ଦିନେ ଚିକିତ୍ସାଧୀନ ଅବସ୍ଥାରେ ଟିନାର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ଗଲା। ଯେଉଁ କାରଣରୁ ଟିନାର ମୃ-ତ୍ୟୁ ଘଟିଲା। ଟିନାର ମୃ-ତ୍ୟୁ ଘଟିବା ଖବର ହସ୍ପିଟାଲ କତ୍ତୃପକ୍ଷ ଟିନାର ଘର ଲୋକଙ୍କୁ ଜଣେଇ ଥିଲେ।

ଝିଅର ମୃତ୍ୟୁ ଖବର ବିଷୟରେ ଜାଣିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତେବେ ହସ୍ପିଟାଲକୁ ଆସି ଝିଅର ମୃ-ତ ଶରୀରକୁ ନେବା ପାଇଁ ପ୍ରସ୍ତୁତ କଲେ। ପରିବାର ଲୋକେ କାନ୍ଦରେ ଭାଙ୍ଗି ପଡ଼ିଥିଲେ। ଠିକ ଏତିକି ବେଳେ ହଠାତ ଟିନା ଉଠି ପଡ଼ିଲା। ସେ ଜୀବିତ ହୋଇ ଯାଇଛି ବୋଲି କହିବାକୁ ଲାଗିଲା। ତେବେ ତା’ର ମୃ-ତ୍ୟୁ ପରେ କଣ ଘଟିଥିଲା ଏବଂ କଣ ସେ ଦେଖିଥିଲା ସେ ସବୁ କହିବାକୁ ଲାଗିଲା। କେବଳ ସେତିକି ନୁହେଁ ସେ ଏହି ଅନୁଭୂତି ସାରା ବିଶ୍ୱରେ ସେୟାର କରିବାକୁ ଲାଗିଲା। ଭଗବାନଙ୍କ ବିଷୟରେ ଅନେକ କଥା କହିବାକୁ ଲାଗିଲେ।

ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏପରି ଏକ ଘଟଣା ଘଟିଥିଲା ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତେବେ ୮୫ ବର୍ଷୀୟ ଶୀମାଞ୍ଚଳ ମଲିକ୍ ନାମକ ଜଣେ ବୃଦ୍ଧ ବ୍ୟକ୍ତି ପ୍ରତିଦିନ ଛେଳି ଚରେଇବା ପାଇଁ ପାଖ ଜଙ୍ଗଲକୁ ଯାଆନ୍ତି। ଦିନେ ଛେଳି ଚରେଇବା ପାଇଁ ଯାଇଥିଲେ କିନ୍ତୁ ରାତିରେ ଘରକୁ ଫେରି ନଥିଲେ ଏବଂ ତାଙ୍କର ସମସ୍ତ ଛେଳି ଘରେ ପହଞ୍ଚି ଯାଇଥିଲେ। ଯାହାକି ଘର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ଏବଂ ସେମାନେ ଖୋଜିବାକୁ ଲାଗିଲେ। ତେବେ ଶୀମାଞ୍ଚଳକୁ ସେମାନେ ପଡ଼ିଆରେ ଅଚେତ ଅବସ୍ଥାରେ ଦେଖିବାକୁ ପାଇଲେ।

ଶେଷରେ ସେମାନେ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ ତେବେ ଡାକ୍ତର ସେଠାରେ ମୃ-ତ ଘୋଷିତ କରିଥିଲେ। ଏହାପରେ ଶୀମାଞ୍ଚଳର ଅ-ନ୍ତିମ ସଂ-ସ୍କା-ର ପାଇଁ ପ୍ରସ୍ତୁତି ଆରମ୍ଭ ହେଲା। କିନ୍ତୁ ଯେତେବେଳେ ତାଙ୍କୁ ଜୁଇରେ ଶୁଆଇ ନିଆଁ ଲଗାଯାଇଥିଲା ସେତେବେଳେ ସେ ହଠାତ ଉଠି ବସି ଥିଲେ। ତେବେ ଏହା ଦେଖି କିଛି ଲୋକେ ଭୂତ କହି ଡରି ସେଠାରୁ ପଳେଇ ଥିଲେ ଏବଂ ଆଉ କିଛି ଚମତ୍କାର କରିଥିଲେ। ତେବେ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ। ଡାକ୍ତର ସେଠାରେ ସୁସ୍ଥ ଥିବା ଘୋଷିତ କରିଥିଲେ।

Leave a Reply

Your email address will not be published. Required fields are marked *