ଫ୍ରିଜ ସଜାଡ଼ିବାକୁ ଟଙ୍କା ମାଗିଲେ ଆଉ ଟଙ୍କା ନେଦେବାରୁ ସଜାଡ଼ିଲେନି ଫ୍ରିଜ । ଯେଉଁ କାରଣରୁ ରାଗରେ ଏମିତି କାମ କରିଦେଲେ ଗ୍ରାହକ । ଫ୍ରିଜକୁ ସିଧା ଆଣି ସେହି ଦୋକାନ ଆଗରେ ଜାଳିଦେଲେ । ଫ୍ରିଜଟି ହୁତୁହୁତୁ ହୋଇ ଜଳିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ତେବେ ସୂଚନା ଅନୁଯାୟୀ ଏଭଳି ଦୃଶ୍ୟ ବାଲେଶ୍ୱର ସହରର ଫକୀରମୋହନ ଗୋଲେଇ ନିକଟସ୍ଥ ପାତ୍ର ଇଲେକ୍ଟ୍ରିନିକସ ସାମ୍ନାରେ ଦେଖିବାକୁ ମିଳିଛି । ସେହି ଦୋକାନରୁ ଜଣେ ଗ୍ରାହକ କିଛିଦିନ ତଳେ ଗୋଦରେଜ କମ୍ପାନୀର ଏକ ଫ୍ରିଜ କିଣିଥିଲେ । ଯାହାର ମୂଲ୍ୟ ଥିଲା ୨୩ ହଜାର ୫୦୦ ଟଙ୍କା । ତେବେ ଗ୍ରାହକଙ୍କ କହିବା ଅନୁଯାୟୀ ସେହି ଫ୍ରିଜରେ ୱାରେଣ୍ଟି ଥିଲା । ଫ୍ରିଜରେ କିଛି ସମସ୍ୟା ଦେଖା ଦେବାରୁ ଗ୍ରାହକ ଜଣକ ମରାମତି କରିବାକୁ ଆଣିଥିଲେ ।
କିନ୍ତୁ ଦୋକାନୀ ୩୦୦୦ ଟଙ୍କା ଦେଲେ ଯାଇ ଠିକ କରିବେ ବୋଲି କହିଥିଲେ । ଆଉ ଟଙ୍କା ଦେବାକୁ ମନା କରିବାରୁ ୧୭୦୦ ଚାର୍ଜ କରିଥିଲେ । ତାହା ସତ୍ତ୍ୱେବି ଗ୍ରାହକ ଆଦୋୖ ପଇସା ନେଦେବାରୁ ଫ୍ରିଜ ମରାମତି କରି ନଥିଲେ । ଫ୍ରିଜ ଉପରେ ୫ ବର୍ଷର ୱାରେଣ୍ଟି ଥିବା ସତ୍ତ୍ୱେବି ତାଙ୍କ ଫ୍ରିଜକୁ ଠିକ କରି ନଥିଲେ ।
ଯେଉଁ କାରଣରୁ ବ୍ୟକ୍ତି ଜଣକ ରାଗିଯାଇ ସେହି ଦୋକାନ ସାମ୍ନାରେ ହିଁ ଫ୍ରିଜକୁ ଜାଳି ଦେଇଛନ୍ତି । ତେବେ ଗ୍ରାହକ କହିଛନ୍ତି ଯେ ପାଞ୍ଚ ବର୍ଷର ୱାରେଣ୍ଟି ଦେଇଥିବା ଫ୍ରିଜ ଉପରେବି ଦୋକାନୀ କିଭଳି ଟଙ୍କା ଚାର୍ଜ କରିବେ । ତେବେ ଅଭିଯୋଗ ପରେ ମେକାନିକ ଯାଇ ଫ୍ରିଜ ମରାମତି ମଧ୍ୟ କରିଥିଲେ କିନ୍ତୁ ତଥାପି ତାହା ଠିକ ହୋଇ ନଥିଲା । ଦ୍ୱିତୀୟ ବର୍ଷ ପୁଣି ଫ୍ରିଜ ଖରାପ ହେଲା ।
କିନ୍ତୁ ଗ୍ରାହକଙ୍କ ଠାରୁ ଏଥର ୩୦୦୦ ଟଙ୍କା ଚାର୍ଜ କରିଥିଲେ । ପ୍ରଥମେ ଗ୍ରାହକ ରାଜି ହୋଇଥିଲେ କିନ୍ତୁ ୭ ଦିନ ସମୟ ନେଇ ୧୫ ଦିନ ପରେବି ଫ୍ରିଜକୁ ଠିକ କରି ନଥିଲେ । ତାପରେ ମେକାନିକ ମାନେ ତାଙ୍କ ଘରକୁ ଯାଇ ମରାମତି କରିଦେବେ ବୋଲି କହିଥିଲେ । କିନ୍ତୁ ଏତେ ଦିନ ବିତି ଯାଇଥିବାରୁ ଗ୍ରାହକ ଜଣକ ଅସନ୍ତୁଷ୍ଟ ଥିଲେ ଏବଂ ଆଉ ଠିକ କରିବା ଦରକାର ନାହିଁ ବୋଲି କହିଥିଲେ । ଏହା ମଧ୍ୟ କହିଥିଲେ ଯେ ବିଳମ୍ବ ହୋଇଛି ଯଦି ଫ୍ରିଜକୁ ମାଗଣାରେ ସଜାଡ଼ି ଦିଆଯାଉ । କିନ୍ତୁ ୱାରେଣ୍ଟି ଥାଇବି ସର୍ଭିସ ସେଣ୍ଟର ଲୋକେ ଠିକ କରିବାକୁ ରାଜି ନଥିଲେ । ଯେଉଁ କାରଣରୁ ଗ୍ରାହକ ଜଣକ ରାଗିଯାଇ ସେହି ପତ୍ର ଇଲେକ୍ଟ୍ରିନିକସ ସାମ୍ନାରେ ଫ୍ରିଜକୁ ଆଣି ମୋ ନିଆଁ ଲଗାଇ ଦେଇଛନ୍ତି ।