ଶେଷରେ ପାହାଚ ତଳେ ଲୁ-ଚିଲା ମଣିଷ ଖିଆ କୁମ୍ଭୀର ।

ମଣିଷ ଖିଆ କୁମ୍ଭୀର ଆଉ ପାଉନି ମଣିଷ ମାଂସ । କେବଳ ଶୁଙ୍ଘି ପାରୁଛି ମଣିଷର ବାସ୍ନା । ମଣିଷ ମାନେ ନଦୀ କୂଳକୁ ଯାଉଛନ୍ତି ହେଲେ ପାଣି ଭିତରେ ଗୋଡ ବୁଡ଼ାଉ ନାହାନ୍ତି । ପାହାଚ ପାଖରୁ ରହୁଛନ୍ତି ବହୁ ଦୂରରେ । ତେଣୁ କୁମ୍ଭୀର ଭୋକରେ ହେଲାଣି ଆଉଟୁ ପାଉଟୁ । କୁମ୍ଭୀର ପାଣି ଭିତରେ ମଣିଷ ମାଂସ ଅପେକ୍ଷାରେ ରହିଥିବା ବେଳେ ମଣିଷ ନିଜ ଜୀବନ ବଞ୍ଚାଇବା ପାଇଁ ନଦୀ କୂଳକୁ ଯାଇ କୁମ୍ଭୀର କଥା ଭାବି ଉପରକୁ ଚାଲି ଆସୁଛି । ତେଣୁ ଏବେ କୁମ୍ଭୀର ବି କୁଆଡେ ବେଶ୍ ଚାଲାଖ ହୋଇଗଲାଣି ।

କୁମ୍ଭୀର ଆଉ ପାଣି ଭିତରେ ନୁହେଁ ନଦୀ ମଝିରୁ ଚାଲି ଆସି ପାହାଚ ପାଖରେ ବୁଡ଼ି ରହୁଛି । ପାହାଚ ତଳେ ବୁଡ଼ି ରହି ମଣିଷକୁ ଅପେକ୍ଷା କରୁଛି ଯେତେବେଳେ ମଣିଷ ଆସିବେ ତାଙ୍କୁ ଟାଣି ନେଇ ପେଟ ଶାନ୍ତି କରିବ । ହେଲେ କୁମ୍ଭୀରର ଏହି ପ୍ଲାନ୍ କିନ୍ତୁ ସଫଳ ନ ହେବାରୁ ରାଗରେ କୁମ୍ଭୀର ନଦୀ ପାଣି ଭିତରେ ବାଡେଇ ଛାଟି ହେଉଛି । କୁମ୍ଭୀର ପାହାଚ ତଳେ ବସିଥିବା ଜାଣି ଦେଲେ ଜଣେ ମହିଳା । ବାସ ତା ପରେ ସଚେତନ ହୋଇଗଲେ ଲୋକ ମାନେ । ତେଣୁ ସେହି ରାଗରେ କୁମ୍ଭୀର ନଦୀ ପାଣି ଭିତରେ ଏ କୂଳରୁ ସେ କୁଲ୍ ହେଇ ମଣିଷ ମାଂସ ଖୋଜୁଛି ।

ହଁ ଆଜ୍ଞା ନଦୀ କୂଳରେ ପାହାଚ ତଳେ ଲୁଚି ରହିଥିଲା କୁମ୍ଭୀର । ଆଉ ଯେତେବେଳେ ଜଣେ ମହିଳା ନଦୀ କୂଳକୁ ଗାଧେଇବାକୁ ଯାଇ ପାହାଚରେ ଗୋଡ ପକାଇ ଦେଇଥିଲେ । ସେତେବେଳେ କୁମ୍ଭୀର ହଟାତ୍ ତାଙ୍କ ଗୋଡ଼କୁ ଧରି ପକାଇଥିଲା । ଆଉ ଏହା ପରେ କୁମ୍ଭୀର ପାଟିରୁ ମହିଳା ଗୋଡ ଟାଣି ଏକା ନିଶ୍ବାସରେ ଉପରକୁ ଧାଇଁ ଆସିଥିଲେ । ଆଉ ତା ପରେ କୁମ୍ଭୀର ଆହୁରି ଅଧିକ ରା-ଗି ଯାଇଥିଲା । ଆଉ ରାଗରେ ଛାଟି ପି-ଟି ହେଉଥିଲା । ମହିଳା ଉପରକୁ ଉଠି ଗାଁ ଲୋକଙ୍କୁ ଡାକ ପକାଇ ଥିଲେ ।

ଗାଁ ଲୋକ ପହଞ୍ଚିବା ପରେ ମହିଳା ତାଙ୍କୁ ସବୁ କଥା କହିଥିଲେ । ଆଉ ଏହା ପରେ ଗାଁ ସାରା ଲୋକେ ଗୋଟିଏ ସ୍ଥାନରେ ଉପସ୍ଥିତ ରହି କୁମ୍ଭୀରକୁ ଚାହିଁ ରହିଥିଲେ । ଆଉ ଗାଁ ଭିତରେ ଲୋକେ କହିଥିଲେ ପାହାଚ ପାଖରେ କୁମ୍ଭୀର ଲୁ-ଚି ରହିଛି କେହି ନଦୀ ଭିତରକୁ ଯାଆନ୍ତୁ ନାହିଁ । ବାସ ଏହା ପରେ କୁମ୍ଭୀରର ଆଶା ଆଶାରେ ରହିଯାଇଥିଲା । ଆଉ କୁମ୍ଭୀର କୁଆଡେ ସକାଳୁ ରାତି ପର୍ଯ୍ୟନ୍ତ ସେହି ପାହାଚ କୂଳରେ ଲୁ-ଚି ବସିଥିଲେ ବି ତାକୁ ମିଳି ନଥିଲା ମଣିଷର ମାଂସ । ବାସ ତା ପରେ ସେ ବ୍ରାହ୍ମଣୀ ନଦୀ ଛାଡ଼ି ମନ୍ତେଇ ନଦୀ ପାଖରେ ପହଞ୍ଚିଥିଲା ।

Leave a Reply

Your email address will not be published. Required fields are marked *