ଦୁହେଁ ଦୁହିଁଙ୍କୁ ଛାଡି ରହିପାରିଲେ ନାହିଁ , ଜଣଙ୍କ ପରେ ଜଣେ ହାରିଦେଲେ ଜୀବନ

ଜନ୍ମ ଜନ୍ମର ସାଥି ହୋଇ ରହିବେ ବୋଲି କଥା ଦେଇ ଶପଥ ନେଇଥିଲେ । ଦୁଇ ଆତ୍ମା ମିଶି ଏକ ହେବ ବୋଲି ସେମାନେ ଭାବି ନେଇଥିଲେ । କିନ୍ତୁ ସେମାନେ ଜାଣିନଥିଲେ ଏଭଳି କିଛି ହେବ । ଜାତିପ୍ରଥା , ବର୍ଣ୍ଣ ସେମାନଙ୍କ ଜୀବନ ନେଇଯିବ । ଜାଣିନଥିଲେ ସେମାନଙ୍କୁ ଏ ସମାଜର ସ୍ୱୀକୃତି ମିଳିବ ନାହିଁ ଆଉ ପ୍ରେମକୁ ଅମର କରିବାପାଇଁ ସେମାନଙ୍କୁ ନିଜର ଜୀବନ ହାରିବାକୁ ପଡିବ । ତେବେ ଏହି କଥା ଶୁଣି ଆପଣ ସମସ୍ତଙ୍କୁ କୌଣସି ସିନେମାର କାହାଣୀ ଭଳି ନିଶ୍ଚିତ ଭାବରେ ଲାଗୁଥିବ କିନ୍ତୁ ବାସ୍ତବରେ ଏହା ସତ । ଏଭଳି ଏକ ଚାଞ୍ଚଲ୍ୟକର ଘ-ଟ-ଣା ଘଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ।

ତେବେ ଘଟ-ଣାଟି ଖୋର୍ଦ୍ଧା ଜିଲ୍ଲାର ବାଳକାଟି ଅନ୍ତର୍ଗତ ଝିଇଣ୍ଟି ଆଶ୍ରମ ଅଚ୍ୟୁତପୁର ଗ୍ରାମର ଅଟେ । ଏହି ଗ୍ରାମରେ ସମସ୍ତଙ୍କ ମନରେ ଦୁଃ-ଖର ଛା-ୟା ଖେଳିଯାଇଛି । ଗ୍ରାମରେ ଶୋକାକୁଳ ପରିବେଶ ଖେଳିଯାଇଛି । ତେବେ ସୂଚନା ମୁତାବିକ , ବାଳକଟି ଗ୍ରାମର ଜଗନ୍ନାଥ ସାହୁ ସାଇଫନ୍ ପାଖ ରାସ୍ତା କଡ଼ରେ ଜଳଖିଆ ଦୋକାନ କରିଥିଲେ । ଆଉ ସେହି ରାସ୍ତା ବାଲିପାଟଣା ଥା-ନା ଅନ୍ତର୍ଗତ ଝିଇଣ୍ଟି ତ୍ରାହି ଅଚ୍ୟୁତ ଆଶ୍ରମ ନିକଟ ଅଚ୍ୟୁତପୁର ଗ୍ରାମକୁ ଲମ୍ବି ଯାଇଛି । ତେବେ ସେହି ଗ୍ରାମର ପ୍ରିୟଙ୍କା ଭୋଇ ବାଳକାଟି ନର୍ସିଂ କଲେଜରେ ପାଠ ପଢ଼ିବାପାଇଁ ସେହି ରାସ୍ତା ଦେଇ ଯାଆନ୍ତି। ତେବେ ଏଭଳି ପରିସ୍ଥିତିରେ ଦୁହିଁଙ୍କର ଆଖି ମିଶିଥିଲା ଏବଂ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ତେବେ କଥା ଯାଇ ବାହାଘର ପାଖରେ ପହଞ୍ଚିଥିଲା ଏବଂ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

କିନ୍ତୁ ସେମାନେ ଜାଣିନଥିଲେ କି , ସେମାନଙ୍କ ପ୍ରେମକୁ ସାମାଜିକ ସ୍ୱୀକୃତି ମିଳିବ ନାହିଁ । ତେବେ ସୂଚନା ଅନୁଯାୟୀ , ଘ-ଟ-ଣା ଦିନ ଜଗନ୍ନାଥ ପ୍ରିୟଙ୍କାଙ୍କ ଘରକୁ ତାଙ୍କୁ ଆଣିବା ପାଇଁ ଯାଇଥିଲେ କିନ୍ତୁ ଘର ଲୋକେ ତାଙ୍କୁ ବାରଣ କରିଥିଲେ । ତେବେ ଏହି ଦୁଃ-ଖ ସହି ନପାରି ଜଗନ୍ନାଥ ପ୍ରିୟଙ୍କାଙ୍କୁ ଫୋନ କରି ତାଙ୍କ ଆଗରେ ବି-ଷ ପିଇ ଦେଇଥିଲେ । ତେବେ ଏହାପରେ ତାଙ୍କ ପରିବାର ଲୋକେ ଏ କଥା ଜାଣି ତାଙ୍କୁ ମେଡ଼ିକାଲକୁ ନେଇ ଯାଇଥିଲେ କିନ୍ତୁ ସେତେବେଳକୁ ସବୁକିଛି ସରି ଯାଇଥିଲା । ଆଉ ନଥିଲା ଜଗନ୍ନାଥଙ୍କ ଦେହରେ ଜୀବନ । ଚାଲି ଯାଇଥିଲେ ସେ ଆରପାରିକୁ। ନିଜ ପ୍ରେମକୁ ନ ପାଇ ଚିରନିଦ୍ରାରେ ଶୋଇଗଲେ ଜଗନ୍ନାଥ । ପରିବାର ଲୋକେ ଶେଷରେ ଜଗନ୍ନାଥଙ୍କ ଚକ୍ଷୁଦାନ କରିବାପାଇଁ ନିଷ୍ପତ୍ତି ନେଇଥିଲେ ଆଉ ଦାନ ମଧ୍ୟ କରିଦେଇଥିଲେ ।

ଅନ୍ୟପକ୍ଷରେ ନିଜ ପ୍ରେମକୁ ହରାଇ ପ୍ରିୟଙ୍କା ମଧ୍ୟ ଦୁଃ-ଖରେ ଭା-ଙ୍ଗି ପଡିଥିଲେ । ଆଉ ଶେଷରେ ସେ ମଧ୍ୟ ଜଗନ୍ନାଥଙ୍କ ନିକଟକୁ ଚାଲିଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଭାବିଥିଲେ ଏ ପୃଥିବୀରେ ସେମାନେ ମିଶି ନ ପାରିଲେ ମଧ୍ୟ ଆରପାରିକୁ ଯାଇ ମିଶିବେ । ତେଣୁ ସେ ମଧ୍ୟ ମା ହାତରୁ ଶେଷ ଥର ପାଇଁ ଖାଦ୍ୟ ଖାଇ ଦେଇ ଘରେ ସମସ୍ତେ ବ୍ୟସ୍ତ ଥିବା ବେଳେ ବେକରେ ଦଉଡି ଦେଇ ଆ-ତ୍ମହ-ତ୍ୟା କରି ଦେଇଥିଲେ । ତେବେ ପରିବାର ଲୋକେ ଭ-ୟଭୀ-ତ ହୋଇ ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ବିଳମ୍ବ କରିଥିଲେ ଆଉ ଶେଷରେ ଆଖି ବୁଜି ଦେଇଥିଲେ ପ୍ରିୟଙ୍କା । ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କର ଚ-କ୍ଷୁଦା-ନ କରିଦେଇଥିଲେ । ତେବେ ଏଭଳି ପରିସ୍ଥିତିରେ ଯଦି ଦୁଇ ପ୍ରେମୀଯୁଗଳ ନିଜ ପ୍ରେମକୁ ସାର୍ଥକ କରିବାପାଇଁ ଆଉ କୌଣସି ପ୍ରଥା ଆପଣାଇଥାନ୍ତେ ତେବେ ନିଶ୍ଚିତ ଭାବରେ ସଫଳ ହୋଇପାରିଥାନ୍ତେ । କିଛି ନ ବୁଝି ନ ସୁଝି ସେମାନେ ନିଜ ମୂଲ୍ୟବାନ ଜୀବନକୁ ଚିରଦିନ ପାଇଁ ହାରିଦେଲେ ।

Leave a Reply

Your email address will not be published. Required fields are marked *