ପୁଅ କୋଟିପତି ଏବଂ ନାତି ଆଇଏଏସ ଅଫିସର ହୋଇବି ସୁଦ୍ଧା ବାପା ମା ଙ୍କୁ ଦେଉନଥିଲେ ଖାଇବାକୁ । ଆଉ ଦୁଃ-ଖରେ ବାପା ମା’ ନେଇଗଲେ ଏଭଳି ନିଷ୍ପତ୍ତି ।

ଆଜିକାଲି ଏମିତି କେତୋଟି ପୁଅ ଅଛନ୍ତି ଯିଏ ନିଜ ବାପା ମା’ର ଭଲଭାବରେ ଦେଖାଶୁଣା ଏବଂ ଯତ୍ନ ନେଉଥିବ ? ପ୍ରାୟ ନାହିଁ କହିଲେ ଚଳେ । କାରଣ ଆଜିକାଲି ବୃଦ୍ଧଶ୍ରମ ରେ ସେହିମାନେ ରହୁଛନ୍ତି ଯେଉଁ ମାନଙ୍କର ପୁଅ ବଡ଼ ବଡ଼ ଚାକିରୀଆ କିମ୍ବା ବ୍ୟବସାୟୀ । ଏମିତି ଅନେକ ଘ-ଟଣା ବର୍ତ୍ତମାନ ସମୟରେ ଶୁଣିବାକୁ ମିଳୁଛି ଯେଉଁଠି ପୁଅ କୋଟିପତି ଥାଉ ଥାଉ ବାପା ମା ବେଘର ହୋଇ ଯାଇଛନ୍ତି । ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିଭଳି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ । ଯେଉଁ ଘଟ-ଣା ଅନୁଯାୟୀ ଜଣେ ବୃଦ୍ଧଙ୍କର ୩୦ କୋଟି ଟଙ୍କାର ସମ୍ପତ୍ତି ଥିବା ସତ୍ତ୍ୱେ ଏବଂ ଦୁଇ ପୁଅ ଥିବା ସତ୍ତ୍ୱେବି ବାପା ମା’ଙ୍କୁ ହାରିବାକୁ ପଡ଼ିଛି । ଏମିତି ପୁଅ ଭଗବାନ କାହାକୁ ନଦିଅନ୍ତୁ ଏମିତି କହି ଜୀବନ ହାରିଦେଇଛନ୍ତି ବାପା ମା’ ।

ତେବେ ଘ-ଟଣା ଏହା ଯେ ଦମ୍ପତ୍ତିଙ୍କର ଜଣେ ପୁଅ କୋଟିପତି ଆଉ ଜଣେ ପୁଅ କୁଆଡ଼େ ଆଇଏଏସ ଅଫିସର । ତଥାପି ବାପା ମା ଯେମିତି ଏକୁଟିଆ ହୋଇ ଯାଇଥିଲେ । ବାପାଙ୍କର ଟାଉନରେ ୩୦ କୋଟି ଟଙ୍କାର ସମ୍ପତ୍ତି ଥାଇବି ସେମାନେ ଜୀବନ ହାରି ଦେଲେ । ପୁଅ ଚାକିରୀରେ ଥାଇବି ବାପା ମା’ କେତେବେଳେ ରାସ୍ତା କଡ଼ରେ ଘୁରି ବୁଲୁଥିଲେ ତ କେତେବେଳେ ଅନାଥ ଆଶ୍ରମରେ ସାହାରା ନେଉଥିଲେ । ହରିୟାଣାର ଚରଖି ଦାଦ୍ରୀ ଜିଲ୍ଲାର ଏକ ଅଞ୍ଚଳରେ ଏଭଳି ଏକ ଘଟ-ଣା ଦେଖିବାକୁ ମିଳିଛି । ଯେଉଁ ଘଟ-ଣାକି ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଯେଉଁ ଦୁଇ ପୁଅଙ୍କୁ ଏତେ ପାଠ ପଢ଼ାଇ ମଣିଷ କରିଥିଲେ ସେହି ଦୁଇ ପୁଅ ବାପା ମା’ ଙ୍କୁ ଦୁଇ ମୁଠା ଖାଇବାକୁ ବି ଦେଉନଥିଲେ ।

ଯେଉଁ କାରଣରୁ ବାପା ଜଗଦୀଶ ଚାନ୍ଦ ଏବଂ ମା’ ଭୋଗଲିସ ଚାନ୍ଦ ବି-ଷାକ୍ତ ଟ୍ୟାବଲେଟ ଖାଇ ଜୀବନ ହାରି ଦେଇଛନ୍ତି । କିନ୍ତୁ ମରିବା ଆଗରୁ ଏକ ଚିଠିରେ ଲେଖି ଯାଇଛନ୍ତି ଯେ ନିଜ ପୁଅର ବ୍ୟବହାରକୁ ସେମାନେ କିଭଳି ସହ୍ୟ କରି ପାରୁ ନଥିଲେ । ଏମିତି ମାନସିକ ଅ-ତ୍ୟାଚା-ର ଏବଂ ଖରାପ ବ୍ୟବହାର ଯୋଗୁଁ ଆମେ ବି-ଷାକ୍ତ ଟ୍ୟାବଲେଟ ଖାଇ ସବୁଦିନ ପାଇଁ ଜୀବନ ହାରି ଦେଉଛୁ । ନିଲମ ବିକାଶ ସୁନିତା ହରେନ୍ଦ୍ର ଏମାନେ ଆମ ମୃ-ତ୍ୟୁ ପାଇଁ ସମ୍ପୂର୍ଣ୍ଣ ଦାୟୀ ଅଟନ୍ତି । ଏଭଳି ପୁଅ ଯେଉଁ ବାପା ମା’ଙ୍କର ଥିବ ତାର ଭାଗ୍ୟ ଅତ୍ୟନ୍ତ ଖରାପ । ଆଉ ଆମର ଅନୁରୋଧ ଯେଉଁ ଲୋକେ ଆମ ଚିଠି ପଢୁଛନ୍ତି ଏବଂ ସରକାରଙ୍କୁ ଅନୁରୋଧ ଯେ ସେମାନଙ୍କୁ ଉଚିତ ଦ-ଣ୍ଡ ମିଳୁ ।

ଏପରି କଲେ ଯାଇ ଦୁହିଁଙ୍କ ଆତ୍ମାକୁ କୁଆଡ଼େ ଶାନ୍ତି ମିଳିବ ବୋଲି ସେମାନେ ଚିଠିରେ ଦର୍ଶାଇଛନ୍ତି । ୨୦୨୧ ବେଚ ଅର୍ଥାତ ହରିୟାଣା କେଡରରେ ପୁଅର ପୁଅ ଅର୍ଥାତ ନାତି ଆଇଏଏସ ଅଫିସର ହୋଇଛନ୍ତି ଏବଂ ଆଉ ଜଣେ ନାତି ସେହିଭଳି କମିଶନରେଟ ଅଫିସର । ତଥାପି ସେମାନଙ୍କ ବାପା ଅର୍ଥାତ ତାଙ୍କ ପୁଅ ନିଜ ବାପାକୁ ସେବା ତ ଦୂରର କଥା ମୁଠାଏ ଖାଇବାକୁ ବି ଦେଲାନି । ତେଣୁ ଏପଟେ ସମ୍ବ୍ରାନ୍ତ ପରିବାରର ହୋଇଥିଲେ ସୁଦ୍ଧା ବାପା ମା ଆଖି ବୁଜିଦେଲେ । ଚିଠିରେ ଏହା ମଧ୍ୟ ଦୁହେଁ ଲେଖିଛନ୍ତି ଯେ ତାଙ୍କର ଯେଉଁ ସବୁ ସମ୍ପତ୍ତି ଅଛି ତାଙ୍କ ଯିବାପରେ ସବୁ ଆର୍ଯ୍ୟ ସମାଜକୁ ଦିଆଯାଉ । ଚିଠିରେ ଯେଉଁ ମାନଙ୍କ ନାମ ଲେଖି ଯାଇଛନ୍ତି ବର୍ତ୍ତମାନ ପୋ-ଲିସ ସେମାନଙ୍କୁ ହେପାଜତରେ ନେଇ ପ-ଚରା ଉ-ଚୁରା କରୁଛି ।

Leave a Reply

Your email address will not be published. Required fields are marked *