ଦୁର୍ଘ-ଟଣାର ୧୦ ଦିନ ପରେବି ମିଳି ପାରୁନି ସ୍ତ୍ରୀର ଶ-ବ । ସ୍ୱାମୀ କହିଲେ ” ମୋ ସ୍ତ୍ରୀର ଶ-ବ ଦିଅ , ମୁଁ ଗାଁରେ ସ-ତ୍କାର କରିବି । “

ଆମ ଓଡ଼ିଶାରେ ହିନ୍ଦୁ ପରିବାରରେ ଏକ ପରମ୍ପରା ରହିଛି ଯେ ମୃ-ତ୍ୟୁ ପରେ ଶ-ବ ଦାହ ଏବଂ ସତ୍କାର ୭ ଦିନ ଭିତରେ କରିବା ଉଚିତ । ନଚେତ ଶ-ବକୁ ଗାଁରେ ପୂରେଇ ଦିଆଯିବ ନାହିଁ ଏବଂ ବାହାରେ ହିଁ ଶ-ବ ଦାହ କରିବାକୁ ପଡ଼ିବ । ତେବେ କହିରଖିବୁ ଯେ କିଛିଦିନ ତଳେ କୋଲକାତାରେ ବସ ଦୁର୍ଘ-ଟଣା କାରଣରୁ ୩୬ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ଜଣେ ଯାତ୍ରୀ ପ୍ରା-ଣ ହରାଇ ଥିଲେ । ତେବେ ସେହି ମହିଳା ଜଣକ ଓଡ଼ିଶାର ଏବଂ ସେ ନିଜ ସ୍ୱାମୀ ଏବଂ ପୁଅ ସହିତ ଓଡ଼ିଶା ଆସୁଥିଲେ । କିନ୍ତୁ ହଠାତ ବସରେ ନି-ଆଁ ଲାଗିବା ପରେ ବସରେ ଯାତ୍ରୀ ମାନେ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ । ଦୀପଞ୍ଜଳି ନିଜ ସ୍ୱାମୀଙ୍କୁ ନିଜ ପୁଅକୁ ଦେଖିବାକୁ କହି ପଛରେ ରହି ଯାଇଥିଲେ ।

ଏହାପରେ ଜଣେ ବୃଦ୍ଧ ଲୋକଙ୍କୁ ବାହାର କରିବାକୁ ଚେଷ୍ଟା କରି ନିଜେ ରହି ଯାଇଥିଲେ । ଆଉ ତାଙ୍କର ଜୀବନ ଚାଲି ଯାଇଛି । ତେବେ ଏଠାରେ କଥା ହେଉଛି ଯେ ଦୁର୍ଘ-ଟଣାକୁ ଅନେକ ଦିନ ବିତି ଯାଇଥିଲେ ହେଁ ଏବେ ସୁଦ୍ଧା ପରିବାର ଲୋକଙ୍କୁ ଦୀପାଞ୍ଜଳିଙ୍କ ମୃ-ତ ଶ-ବ ମିଳିପାରି ନାହିଁ । କୋଲକାତା ସରକାର ସମୟ ଗଡ଼ାଇ ଚାଲିଛନ୍ତି ।

ସେମାନେ ଏହା କହିବାରେ ଲାଗିଛନ୍ତି ଯେ DNA ଟେଷ୍ଟ ପରେ ଆହୁରି ଫର୍ମାଲିଟି ଚାଲିଛି ଏବଂ ତାପରେ ଯାଇ ଶ-ବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏପଟେ କିନ୍ତୁ ସ୍ୱାମୀଙ୍କ କହିବା କଥା ଯେ ପରିବାର ଲୋକେ ଯେତେ ଅନୁରୋଧ କଲେବି ସୁଦ୍ଧା ପ୍ରଶାସନ କିଛି ଧ୍ୟାନ ଦେଇ ନାହାଁନ୍ତି ।

ଏପଟେ ଦୀପଞ୍ଜଳିଙ୍କ ପରିବାର ଲୋକେ କଲେକ୍ଟରଙ୍କୁ ସୋମବାର ସାକ୍ଷାତ କରିବା ପରେ ସେ ଆଜିକାଲି କାଲି କହି ସମୟ ଗଡ଼ାଇ ଚାଲିଥିବା କହିଥିଲେ । ପରିବାର ଲୋକେ ବିବ୍ରତ ହେବାର କାରଣ ହେଉଛି ଯେ , ଓଡ଼ିଶାରେ ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ମୃ-ତ୍ୟୁର ୭ ଦିନ ମଧ୍ୟରେ ହିଁ ଶବ ଦାହ ଏବଂ ସ-ତ୍କାର କରିବାର ନିୟମ ରହିଛି ନଚେତ ଶ-ବକୁ ଗାଁକୁ ପୁରାଇ ଦେବେ ନାହିଁ । ଏହି କାରଣରୁ ସ୍ଥାନୀୟ ଲୋକେ ଏହା ନିଶ୍ଚିତ କରିଛନ୍ତି ଯେ ଯେହେତୁ ବେଙ୍ଗଲ ସରକାର ଏହି କଥା ଉପରେ ଗୁରୁତ୍ୱ ଦେଉ ନାହାଁନ୍ତି ତେଣୁ ବେଙ୍ଗଲରୁ ଆସୁଥିବା କୌଣସି ଗାଡ଼ି ଓଡ଼ିଶାରୁ ଯିବାକୁ ଦେବେ ନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇଛନ୍ତି ଏବଂ ଦୀପଞ୍ଜଳିଙ୍କ ଶ-ବ ଯେକୌଣସି ପ୍ରକାରେ ଓଡ଼ିଶାକୁ ଆଣିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *