ମଣିଷ ପଣିଆ ଆଗରେ ଯମବି ମାନିଲା ହାର । ଆଉ ବ୍ୟକ୍ତିଙ୍କୁ ମିଳିଲା ନୂଆ ଜନ୍ମ ।

କହିବାକୁ ଗଲେ ଆଜିକାଲି ଲୋକଙ୍କ ପାଖରେ ମାନବିକତା ଯେମିତି ହଜି ଯାଇଛି । କିନ୍ତୁ ଯଦି ମଣିଷ ପଣିଆ ଆଜିବି ଜୀବିତ ତେବେ ତା ସାମ୍ନାରେ ସୁନା ଗହଣା ଟଙ୍କା ପଇସା ଏବଂ ଅତି ଦାମୀ ଜିନିଷବି ତୁଚ୍ଛ ଲାଗିବ । ଜୀବନ ଯାଉଥିବା ବେଳେ ଯଦି କେହି ସାହାରା ମିଳିଯାଏ ତେବେ ତାଠାରୁ ଆଉ ବଡ଼ ଜିନିଷ କଣ ମିଳିପାରେ ?

ଯଦି ଅସୁବିଧା ବେଳେ ଆପଣଙ୍କ ପାଖରେ କେହି ଛିଡ଼ା ହୋଇଥାଏ ତେବେ ସେ ହିଁ ଅସଲ ମଣିଷ ହୋଇଥାଏ । ବର୍ତ୍ତମାନ ସମୟରେ ଆପଣ ଦେଖିଥିବେ ଯେ ପ୍ରତ୍ୟେକ ଦିନ କେହି ନା କେହି ଦୁର୍ଘ-ଟଣାର ଶି-କାର ହେଉଛନ୍ତି ଏବଂ ଏଥିରେ କେତେକଙ୍କର ଜୀବନ ମଧ୍ୟ ଯାଉଛି । ସେହିଭଳି ଗତକାଲି ମଧ୍ୟ ଏକ ବଡ଼ ଦୁର୍ଘ-ଟଣା ଘଟିଥିଲା ।

ଏହି ଦୁର୍ଘ-ଟଣା ବେଳେ ଦେବଦୂତ ସାଜି ଯୁବକ ସଂଘର ସଦସ୍ୟ ମାନେ ପହଞ୍ଚିଥିଲେ । ଆଉ ଦୁର୍ଘ-ଟଣା ଗ୍ରସ୍ତ ଲୋକଙ୍କୁ ସେମାନେ ଯେମିତି ଏକ ନୂଆ ଜନ୍ମ ଦେଇଛନ୍ତି । ଆଜିକା ଦୁନିଆରେ ଯେଉଁଠି ନିଜ ଲୋକ ମୃ-ତ୍ୟୁ ମୁଖକୁ ଠେଲି ଦେଉଛନ୍ତି ସେଠାରେ ଏହି ଲୋକ ମାନେ ପର ହୋଇଥିଲେବି ସୁଦ୍ଧା ପ୍ରିୟଜନଙ୍କ ଭଳି ସବୁ କଥା ବୁଝୁଛନ୍ତି ।

ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥା-ନା ଅନ୍ତର୍ଗତ ଭଞ୍ଜନଗର ମୁଖ୍ୟ ରାସ୍ତାର ବିଭୂତିଆ ଗ୍ରାମ ନିକଟରେ ଘଟି ଯାଇଛି । ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ଏକ ସ୍କୁଟିରେ ଯାଉଥିବା ସମୟରେ ଫୁଲାଡ଼ି ରାସ୍ତାରେ ସେ ହଠାତ ଭାରସାମ୍ୟ ହରାଇ ବସିଥିଲେ । ଆଉ ତାପରେ ସ୍କୁଟିରେ ଅନେକ ବାଟ ଘୋଷାରି ହୋଇ ଯାଇଥିଲା ।

ଯୁବକ ସଂଘର ସଭାପତି ଗୋପାଳକୃଷ୍ଣ ପଟ୍ଟନାୟକ ଏବଂ ସଂପାଦକ କାହ୍ନୁ ଚରଣ ସାହୁ ସେହି ସମୟରେ ଭଞ୍ଜନଗରରୁ ଫେରୁଥିଲେ । ତେବେ ସେମାନେ ଦୁର୍ଘ-ଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉ-ଦ୍ଧାର କରି ଆଉ ବିଳମ୍ବ ନକରି ସିଧାସଳଖ ହସ୍ପିଟାଲରେ ନେଇ ଭର୍ତ୍ତି କରିଥିଲେ । ପ୍ରଥମେ ଉଦ୍ଧାର କରି ସୋରଡ଼ା ମେଡ଼ିକାଲକୁ ନେବା ସହିତ ସୋରଡ଼ା ଥା-ନାକୁ କଲ କରି ଘ-ଟଣା ସମ୍ବନ୍ଧୀୟ ଅବଗତ କରାଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ବ୍ୟକ୍ତିଙ୍କ ଘର ଗାଙ୍ଗପୁର ଥା-ନା ବୋହିରି ଗ୍ରାମରେ ହୋଇଥିବା ସହିତ ତାଙ୍କ ନାମ ଡିସ୍କୋ ସ୍ୱାଇଁ ବୋଲି ଜଣା ପଡ଼ିଛି । ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି ।

Leave a Reply

Your email address will not be published. Required fields are marked *